ETV Bharat / city

ଭୁବନେଶ୍ବର ଏମ୍ସରେ ବିରଳ ହାର୍ଟ ଅସ୍ତ୍ରୋପଚାର

ଏମ୍ସର ହୃଦରୋଗ ବିଭାଗରେ ବିରଳ ଅସ୍ତ୍ରୋପଚାର। 17 ବର୍ଷିୟ ଝିଅର ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ହୋଇଥିଲା ଅସ୍ତ୍ରୋପଚାର । ଅଧିକ ପଢନ୍ତୁ...

ଭୁବନେଶ୍ବର ଏମ୍ସରେ ବିରଳ ହାର୍ଟ ଅସ୍ତ୍ରୋପଚାର
ଭୁବନେଶ୍ବର ଏମ୍ସରେ ବିରଳ ହାର୍ଟ ଅସ୍ତ୍ରୋପଚାର
author img

By

Published : Mar 29, 2021, 6:13 AM IST

ଭୁବନେଶ୍ବର: ଏମ୍ସର ହୃଦରୋଗ ବିଭାଗରେ ବିରଳ ଅସ୍ତ୍ରୋପଚାର। 17 ବର୍ଷିୟ ଝିଅର ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ହୋଇଥିଲା ଅସ୍ତ୍ରୋପଚାର । ଏହା ହେଉଛି ଏମ୍ସର ଦ୍ୱିତୀୟ ବିରଳ ଅସ୍ତ୍ରୋପଚାର ।

ଉତ୍ତରପ୍ରଦେଶର ଜଣେ 17 ବର୍ଷୀୟ ଯୁବତୀ । ସେ ଜଣେ ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳି । ଯୁବତୀ ଜଣକ ଅନେକ ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଛାତିରେ ମଧ୍ୟ ଯନ୍ତ୍ରଣା ଅନୁଭବ କରିଆସୁଥିଲେ। ଏନେଇ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ପରୀକ୍ଷା କରାଇଥିଲେ ଯୁବତୀ । ଯୁବତୀଙ୍କର ବିଭିନ୍ନ ପ୍ରକାରର ଟେଷ୍ଟ କରିବା ପରେ ହୃତପିଣ୍ଡରେ ବାଇପାସ ସର୍ଜରୀ ପାଇଁ ଡାକ୍ତର କହିଥିଲେ। ତେବେ ହୃତପିଣ୍ଡରେ 120 ମିଲିମିଟର ଡବଲ ଚାମ୍ବର ରାଇଟ ଭେଣ୍ଟିକ ବୋଲି ଚିହ୍ନଟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଖାପାଖି 2 ଘଣ୍ଟା ସମୟ ଲାଗିଥିଲା। ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବ ।

ଏମ୍ସରେ ctvs ସର୍ଜରୀ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିବା ଏହା ହେଉଛି ଦ୍ୱିତୀୟ ଅସ୍ତ୍ରୋପଚାର । ପ୍ରଥମଟି ମଧ୍ୟ ଏମ୍ସ ଭୁବନେଶ୍ୱରରେ କରାଯାଇଥିଲା। ଏହି ଅପରେସନରେ ପ୍ରାୟ 9ଲକ୍ଷ ଟଙ୍କା ହୋଇଥିଲା ଖର୍ଚ୍ଚ, ଯାହା ଦିଲ୍ଲୀ ଏମ୍ସ ହସ୍ପିଟାଲଠାରୁ ଯଥେଷ୍ଟ କମ ଥିଲା। ଏହି ବିରଳ ଅପରେସନରେ ଡାକ୍ତର ରୁଦ୍ର ରୁଦ୍ର , ଡାକ୍ତର ଦିବ୍ୟା ଏବଂ ହୃଦରୋଗ ଡାକ୍ତର ସତ୍ୟଜିତ ମିଶ୍ର ସାମିଲ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.