ଭୁବନେଶ୍ବର: ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଆରମ୍ଭ ହୋଇ ଗଲାଣି ଦଳ ଡିଆଁ ପର୍ବ । ତେବେ ନିକଟରେ ବିଜେପି ଛାଡିଥିବା ରମାକାନ୍ତ ଭୋଇ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ୨୦୧୯ ରେ ରମାକାନ୍ତ ଭୋଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ରମାକାନ୍ତ ଭୋଇ ।
ଆଜି ୧୧ଟା ସମୟରେ ଦଳର ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓ ଜିଗତସିଂପୁର ନିର୍ବାଚନ ମଣ୍ଡଳୀର ଅନେକ ବିଧାୟକ ଓ ସାସଂଦଙ୍କ ଉପସ୍ଥିତିରେ ସେ ବିଡେଜିରେ ଯୋଗ ଦେଇଛନ୍ତି ।
![ବିଜେପି ଛାଡି ବିଜେଡିରେ ଯୋଗଦେଲେ ରମାକାନ୍ତ ଭୋଇ](https://etvbharatimages.akamaized.net/etvbharat/prod-images/od-bbs-01-ramakantabhoijoinbjd-avb-7202263_12102020113709_1210f_1602482829_804.jpg)
ରମାକାନ୍ତଙ୍କ ସହ ଅନେକ କର୍ମୀ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏହାସହ ଦଳ ଆଗାମୀ ଉପନିର୍ବାଚନ ତିର୍ତ୍ତୋଲରେ ବିଜେଡି ଆହୁରି ଶକ୍ତିଶାଳୀ ହେବ ବୋଲି ଜିଲ୍ଲାର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ