ETV Bharat / city

ମନକଥା କହିଲେ ପାଟ୍ଟଶାଣୀ, ନିରାଶ କରିବେନି ନବୀନ

ରାଜ୍ୟସଭା ଯିବାପାଇଁ ନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ପ୍ରତିଯୋଗିତା । କିଏ ନବୀନଙ୍କ ଗୁଣଗାନ କରି ଲବି କରୁଛି ତ କିଏ ଛାମୁଆ ନେତାଙ୍କ ଶରଣ ନେଇଛି । ଆଉ ପ୍ରତିଶୃତି ପାଇଥିବା ନେତା ବିନ୍ଦାସ ଅଛନ୍ତି । ସେମାନଙ୍କର ବିଶ୍ବାସ ପ୍ରତିଶୃତି ପାଳନ ହେବ । ଏନେଇ କଣ କହୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ପଢନ୍ତୁ ସଂପୂର୍ଣ୍ଣ ...

author img

By

Published : Jan 14, 2020, 5:28 PM IST

Rajyasabha candidate
Rajyasabha candidate

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ରାଜ୍ୟରେ ଖାଲି ହେଉଥିବା 3ଟି ଆସନରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭାକୁ ନେଇ ଏବେ ବିଜେଡି ରାଜନୀତିରେ ଆରମ୍ଭ ହୋଇଛି ଅଙ୍କକଷା । କିଏ ଯିବେ କିଏ ରହିବେ । ନବୀନ କାହାକୁ ବିଶ୍ବାସକୁ ନେଇ ଉଚ୍ଚସଦନକୁ ପଠାଇବେ ତାହା ଏବେ ବି ଅସମାହିତ ପ୍ରଶ୍ନ ।

ମୁଁ ଆଶାବାଦୀ, ବିଶ୍ବାସ ଅଛି ନବୀନ ପ୍ରତିଶୃତି ରଖିବେ

କିନ୍ତୁ ରାଜ୍ୟସଭା ଯିବାପାଇଁ ଦଳର 3ଶହରୁ ଉର୍ଦ୍ଧ୍ବ ନେତା ଆଶାୟୀ ଅଛନ୍ତି । ଏହି ଆଶୟୀଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । 2019 ସାଧାରଣ ନିର୍ବାଚନରେ ଦଳ ପ୍ରସନ୍ନଙ୍କୁ ଟିକେଟ ନଦେଇ ରାଜ୍ୟସଭା ପଠାଇବାକୁ ପ୍ରତିଶୃତି ଦେଇଥିଲେ । ଏବେ ନବୀନ ପ୍ରତିଶୃତି ପାଳନ କରିବେ ବୋଲି ପ୍ରସନ୍ନ ଆଶାବାଦୀ ଅଛନ୍ତି । ମଙ୍ଗଳବାର ପ୍ରସନ୍ନ ଖୋଲାଖୋଲି ନିଜ ମନ କଥା କହିଛନ୍ତି । ପ୍ରସନ୍ନ କହିଛନ୍ତି ମୁଁ ଆଶାବାଦୀ । ନବୀନ ତାଙ୍କ ପ୍ରତିଶୃତି ପାଳନ କରିବେ । ମୋର ବିଶ୍ବାସ ନବୀନ ନିରାଶ କରିବେ ନି ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

ତେବେ ଏଠି ପ୍ରଶ୍ନ ଉଠୁଛି ନବୀନ କ’ଣ ତାଙ୍କ ପ୍ରତିଶୃତି ରକ୍ଷାକରିବେ ନା ସାଂପ୍ରତିକ ରାଜନୈତିକ ସ୍ଥିତି ଦେଖି କିଛି ମାଷ୍ଟରଷ୍ଟ୍ରୋକ ଖୋଳିବେ । 2019 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପ୍ରସନ୍ନ ପାଟ୍ଟଶାଣୀ ଓ ବ୍ରହ୍ମପୁରର ତତ୍କାଳୀନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଟିକେଟ ନଦେଇ ରାଜ୍ୟସଭା ପଠାଇବାକୁ ପ୍ରତିଶୃତି ଦେଇଥିଲା । ତେବେ ନବୀନ କେତେଦୂର ପ୍ରତିଶୃତି ପାଳନ କରୁଛନ୍ତି ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:

ଏପ୍ରିଲ ମାସରେ ୪ଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି ।ଏହିୱ୪ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ରାଜ୍ୟସଭାକୁ ଯିବା ପାଇଁ ବ୍ୟାକୁଳ ହେଲେଣି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଭୁବନେଶ୍ୱର ସାସଂଦ ପ୍ରଶନ୍ନ ପାଟଶାଣୀ ।Body:ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଶନ୍ନ ପାଟ୍ଟଶାଣୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି ,ମୋତେ ରାଜ୍ୟସଭା ପଠାଇବେ ବୋଲି କହିଛନ୍ତି ତେଣୁ ମୋତେ ପଠାଇବେ ମୋର ବିଶ୍ୱାସ ବୋଲି ସେ କହିଛନ୍ତି ।ଏହା ସହ ତାଙ୍କ ମନରେ ସନ୍ଦେହ ମଧ୍ୟ ରହିଛି Conclusion:।ତାଙ୍କ କାରଣ ପୂର୍ବରୁ ଖାଲି ପଡିଥିବା ଦୁଇଟି ରାଜ୍ୟ ସଭ ଆସନରୁ ସସ୍ମିତ ପାତ୍ରଙ୍କୁ ଦଳ ପଠାଇ ଥିବା ବେଳେ ଅନ୍ୟ ଆସନରେ ବିଜେପି ପାର୍ଥୀ ଅଶ୍ଵନୀ ବୈଷ୍ଣବ ଙ୍କୁ ସମର୍ଥନ କରିଥିଲା ଦଳ ।ସେତେବେଳେ ପାଟ୍ଟଶାଣୀ ନିରାଷ ହୋଇଥିଲେ ।ଏବେ ପୁଣି ରାଜ୍ୟ ସଭା ଅନୁଷ୍ଠିତ ଆସନ ଖଣ୍ଡେ ପାଇଁ ପାଟ୍ଟଶାଣୀ ପୁଣିଥରେ ଆଶାରେ ଅଛନ୍ତି ।ନିରାଶ ହେବନି ତ ?
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.