ETV Bharat / city

ଆରମ୍ଭ ହେଲା ରାଜରାଣୀ ସଙ୍ଗୀତ ମହୋତ୍ସବ - rajarani musical festival

କୋଭିଡ ମହାମାରୀର କଟକଣାର ପରବର୍ତ୍ତୀ ସମୟରେ ରାଜଧାନୀରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜରାଣୀ ସଙ୍ଗୀତ ଉତ୍ସବ । ଅଧିକ ପଢନ୍ତୁ...

rajarani musical festival
ଆରମ୍ଭ ହେଲା ରାଜରାଣୀ ସଙ୍ଗୀତ ମହୋତ୍ସବ
author img

By

Published : Jan 18, 2021, 10:59 PM IST

Updated : Jan 19, 2021, 3:23 PM IST

ଭୁବନେଶ୍ବର: କୋଭିଡ ମହାମାରୀର କଟକଣାର ପରବର୍ତ୍ତୀ ସମୟରେ ରାଜଧାନୀରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ ପରେ ଆଜି ଆରମ୍ଭ ହୋଇଛି ରାଜରାଣୀ ସଙ୍ଗୀତ ଉତ୍ସବ। ଯାହାକୁ ଜନସାଧାରଣ ଓ କଳା ଅନୁରାଗି ସଂସ୍କୃତିପ୍ରେମୀମାନେ ମନଭରି ଉପଭୋଗ କରିଛନ୍ତି।

ଆରମ୍ଭ ହେଲା ରାଜରାଣୀ ସଙ୍ଗୀତ ମହୋତ୍ସବ

ଆଜି ପ୍ରଥମ ଦିନରେ ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସୁଦ୍ଧା ରଘୁରମଣ।ଗୋଟିଏ ପରେ ଗୋଟିଏ କର୍ଣ୍ଣାଟକି ସଙ୍ଗୀତର ଯାଦୁରେ ଉପସ୍ଥିତ ଦର୍ଶକମାନଙ୍କୁ ଆମୋଦିତ କରିଥିଲେ। ପରେ ପରେ ବିକ୍ରମ ଘୋଷ ଓ ସାଥୀଙ୍କ ବାଦ୍ୟ ବିଚିତ୍ରା ପରିବେଶକୁ ସଙ୍ଗୀତମୟ କରିଦେଇଥିଲା।ଗୋଟିଏ କାର୍ଯ୍ୟକ୍ରମ ପରିସମାପ୍ତି ପରେ ଦର୍ଶକଙ୍କ କରତାଳି ଶୀତୁଆ ସନ୍ଧ୍ୟାକୁ ଶାଣିତ କରୁଥିଲା। ଏହିପରି କାର୍ଯ୍ୟକ୍ରମ ଆୟୋଜନ ଆମ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ହେଉଥିବା ଦାବିରେ ଆହୁରି ସହାୟକ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ସେହିପରି ପ୍ରଥମ ଥର ଏହି ଉତ୍ସବରେ ଭାଗ ନେଇ ଘୋଷ ବେଶ ଉତ୍ସାହିତ ଥିବା କହିବା ସହ କୋରୋନା କଟକଣା ମଧ୍ୟରେ କିପରି ସଫଳ ଆୟୋଜନ ନେଇ ନିଜର ମତ ବ୍ୟକ୍ତ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Jan 19, 2021, 3:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.