ଭୁବନେଶ୍ବର: ପାନ ବିନା ରଜ ଫିକା । ତେବେ କୋରୋନା କାଳରେ ଅନଲାଇନରେ ପାଇବେ ମନପସନ୍ଦର ରଜ ପାନ । ପାନ ବିନା ରଜ ପର୍ବ ଅଧୁରା ଅଧୁରା । ରଜ ଆସିଲେ ଭଳିକି ଭଳି ପାନର ପସରା ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ ପାଇଁ ରାଜଧାନୀ ବଜାରରେ ପାନ ଦେଖିବାକୁ ମିଳିବନାହିଁ । ଅନ୍ୟପଟେ କିନ୍ତୁ ଅର୍ଡର କଲେ ଘରେ ଆସି ପହଁଚିବ ଭଳି କି ଭଳି ସ୍ୱାଦିଷ୍ଟ ପାନ। କୋଭିଡ ପାଇଁ ଚଳିତ ବର୍ଷ ରଜ ପର୍ବ ଫିକା ପଡିଛି। ରଜରେ ଯେମିତି ସଜବାଜ, ସେମିତି ପୋଡ଼ ପିଠା ଖାଇବାର ମଜା ଏକ ନିଆରା ରହିଛି। ସେହିପାରି ମଧ୍ୟ ପାନଖିଆ ଏକ ରଜ ସମୟରେ ନିଆରା ଭାବରେ ପାଳନ କରିଥନ୍ତି। ତେବେ ଏଥର ଭୁବନେଶ୍ୱରର ଶହିଦନଗରରେ ରହିଥିବା ବନାରସ ପାନ ଭଣ୍ଡାର ଅନଲାଇନ ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଉଛି ଭଳିକିଭଳି ରଜ ପାନ।
ଯାହାର ୱେବସାଇଟ ହେଲା ଉପହାର ଡ଼ଟ କମ । ନିଜର ମନ ପସନ୍ଦର ରଜ ପାନ ଏହି ୱେବସାଇଟରେ ଅର୍ଡର କଲେ କିଛି ସମୟ ମାଧ୍ୟମରେ ମିଳିବ ରଜ ପାନ। ପୁଣି ଭିନ୍ନ ଭିନ୍ନ ରକମର। 20 ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ପାନର ମୂଲ୍ୟ ରହିଛି। ଏହି ୱେବସାଇଟରେ ପାନ ସହ ତାହାର ମୂଲ୍ୟ ମଧ୍ୟ ରଖାଯାଇଛି। ହୋମ ଡେଲିଭରି ପାଇଁ ମୂଲ୍ୟ 99 ଟଙ୍କା ରଖାଯାଇଛି। ଏହା ମଧ୍ୟ ସ୍ଵିଗି ସାହାଯ୍ୟରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ । ତେବେ ରଜରେ ଜେମ୍ସ ମିଠା ପାନ, ଓରିଓ ପାନ, ଷ୍ଟ୍ରବେରୀ ପାନ ଆଦି ଭଳିକି ଭଳି ପାନ ଅନଲାଇନରେ ଉପଲବ୍ଧ ହୋଇଛି ।
ଏପଟେ କୋରୋନା ପାଇଁ ସବୁକିଛି ବ୍ୟବସାୟ ମାନ୍ଦା ବୋଲି କହିଛନ୍ତି ଦୋକାନୀ ରମାକାନ୍ତ ସେନାପତି। ସେ କହିଛନ୍ତି ଯେ, ରଜ ସମୟରେ 100 ପ୍ରକାରର ଭଳିକି ଭଳି ପାନ ବିକ୍ରି ହୋଇଥାଏ। ସାଧାରଣ ଲୋକମାନେ ପାନ ଗିଫ୍ଟ ମାଧ୍ୟମରେ ନେଇଥାନ୍ତି । ପାନ ପତ୍ରରେ ଭଳିକି ଭଳି ମସଲା ସାଙ୍ଗକୁ ଚେରୀ ପାନର ସ୍ୱାଦ ବଢାଇଦେଇଥାଏ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ