ETV Bharat / city

ଦାନା ବାନ୍ଧୁଛି ଆଉ ୨ ଟି ଲଘୁଚାପ, ୫ରୁ ରାଜ୍ୟରେ ବଢିବ ବର୍ଷା

author img

By

Published : Sep 2, 2022, 7:55 PM IST

ଆସୁଛି ଆଉ ଦୁଇଟି ଲଘୁଚାପ । ଫଳରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବଢିବ ବର୍ଷା । ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଜାରି ରହିଥିବା ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ । ଅଧିକ ପଢ଼ନ୍ତୁ

ଦାନା ବାନ୍ଧୁଛି ଆଉ ୨ ଟି ଲଘୁଚାପ, ୫ରୁ ରାଜ୍ୟରେ ବଢିବ ବର୍ଷା
ଦାନା ବାନ୍ଧୁଛି ଆଉ ୨ ଟି ଲଘୁଚାପ, ୫ରୁ ରାଜ୍ୟରେ ବଢିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ । ଏକା ସାଙ୍ଗରେ ଆସୁଛି ଦୁଇ ଦୁଇଟି ଲଘୁଚାପ । ଆସନ୍ତା ୫ ତାରିଖରୁ ରାଜ୍ୟରେ ବଢିବ ବର୍ଷା । ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଜାରି ରହିଥିବା ଗୁଳୁଗୁଳିୁରୁ ମିଳିବ ଆଶ୍ବସ୍ତି ।

ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ ରୁ ୧୫ ମଧ୍ୟରେ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଓ ପରେ ଏହା ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଲଘୁଚାପର ପ୍ରଭାବ କେଉଁ ଅଞ୍ଚଳରେ ଅଧିକ ରହିବ ଓ କେତେ ବର୍ଷା ହେବ ତାହା ଜଣାପଡ଼ିନଥିଲେ ମଧ୍ୟ ରାଜ୍ୟରେ ଜାରି ରହିଥିବା ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି ।

ଜୁନ ୧ ରୁ ଅଗଷ୍ଟ ୨ ମଧ୍ୟରେ ୬% ଅଧିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ୬ ଜିଲ୍ଲାରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ବଭାବିକ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣ ମୁଁହା ହେଉଛି । ପ୍ରଭାବରେ ଲଘୁଚପ ସୃଷ୍ଟି ହେବା ସହ ମୌସୁମି ରାଜ୍ୟ ଉପରେ ସକ୍ରିୟ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଥିବାରୁ ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଗୁଳୁଗୁଳି ଜାରି ରହିଛି । ବର୍ତ୍ତମାନ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଛି ଓ ଆର୍ଦ୍ରତା ୬୫% ରୁ ଅଧିକ ରହୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.