ETV Bharat / city

ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ବନ୍ୟାର ଭ୍ରମ - ଜଳବନ୍ଦୀ ଭୁବନେଶ୍ବର

ସ୍ମାର୍ଟସିଟି ଭୁବନେଶ୍ୱରରେ ଅସରାଏ ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ଗତ ୨୪ ଘଣ୍ଟା ଭିତରେ ହୋଇଥିବା ଭାରି ବର୍ଷା ଫଳରେ ଡ୍ରେନ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ବନ୍ୟାର ଭ୍ରମ

author img

By

Published : Jun 25, 2021, 7:10 AM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ୱରରେ ଅସରାଏ ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ଗତ ୨୪ ଘଣ୍ଟା ଭିତରେ ହୋଇଥିବା ଭାରି ବର୍ଷା ଫଳରେ ଡ୍ରେନ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । କେଉଁଠି ରାସ୍ତା ଉପରେ ପାଣିର ସୁଅ ଛୁଟୁଛି ତ ଆଉ କେଉଁଠି ଲୋକଙ୍କ ଘରେ ବର୍ଷା ଜଳ ପଶିଲାଣି । କେଉଁଠି ଡ୍ରେନ ପୋତି ହୋଇ ପଡିଛି ତ ଆଉ କେଉଁଠି ଡ୍ରେନ ଉପରେ ସ୍ଲାପ ନାହିଁ, ପୁଣି ଆଉ କେଉଁଠି ଡ୍ରେନ ଭାଙ୍ଗି ପଡିଛି ।

ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ବନ୍ୟାର ଭ୍ରମ

ଫଳରେ ପ୍ରତି ବର୍ଷ ବର୍ଷା ଦିନେ ଡ୍ରେନେଜ ସମସ୍ୟା ରାଜଧାନୀବାସୀଙ୍କ ଚିନ୍ତାକୁ 2 ଗୁଣିତ କରୁଛି । ଅସରାୟ ବର୍ଷାରେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବେଳେବେଳେ ଜୀବନ ହାନି ମଧ୍ୟ ଘଟୁଛି । ଡ୍ରେନେଜ ସ୍ଥିତିକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସହରର ସବୁଠୁ ବଡ ସମସ୍ୟା ଡ୍ରେନେଜ । ତେବେ ଏଭଳି ସମୟରେ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଏମସି ପକ୍ଷରୁ ଯୁଧ୍ୟକାଳୀନ ଭିତ୍ତିରେ ଚାଲିଛି ଡ୍ରେନ ମରାମତି । ହେଲେ, ବିଭିନ୍ନ ଜଳବନ୍ଦୀ ସ୍ଥାନରେ ଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଏହାକୁ ସହଜରେ ଗ୍ରହଣ କରିପାରୁ ନାହାହାନ୍ତି ଭୁବନେଶ୍ୱରବାସୀ । ସ୍ମାର୍ଟସିଟି ବାସୀଙ୍କ ଅଭିଯୋଗ କେବଳ ବର୍ଷା ଦିନ ଆସିଲେ ବିଏମସିର ଡ୍ରେନ କଥା ମନେ ପଡେ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଅବସ୍ଥା ଯଥା ପୁର୍ବନଂ ତଥା ପର ।

ଭୁବନେଶ୍ୱରରେ ଅଧିକାଂଶ ପ୍ରାକୃତିକ ଡ୍ରେନର ଅବସ୍ଥା ନକହିଲେ ଭଲ । ସାମାନ୍ୟ ବର୍ଷାରେ ଉବୁଟୁବୁ ପରିସ୍ଥିତି ସୃଷ୍ଟି ହେଉଛି, ତାହା ପୁଣି ରାଜଧାନୀର ରାଜରାସ୍ତା ଉପରେ । ଡ୍ରେନ କେଉଁଠି ପୋତି ହୋଇ ପଡିଛି ତ ଆଉ କେଉଁଠି ଭୁଶୁଡି ପଡିଛି ।ଏପରିକି ଭୁବନେଶ୍ୱରର କିଛି ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ତଳିଆ ଅଞ୍ଚଳରେ ଟୋପାଏ ବର୍ଷାରେ ସ୍ଥିତି ବେହାଲ ହୋଇଯାଉଛି । ସ୍ମାର୍ଟସିଟି ଭୁବନେଶ୍ୱରରେ ମୋଟ ୫୦୦ କି.ମି ଡ୍ରେନ ରହିଛି । ପୁରା ସହର ଭିତରେ ୧୦ଟି ବଡ ଡ୍ରେନ ଓ ୩ଟି ଛୋଟ ଡ୍ରେନ ରହିଛି । ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ବିଏମସି ପକ୍ଷରୁ ଡ୍ରେନ କାର୍ଯ୍ୟ ଚାଲେ । ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ୩୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଛି । ପ୍ରତିବର୍ଷ ଅସରାୟ ବର୍ଷାଜଳ ଲହଡି ବେଳେ ବେଳେ ନଦୀର ଭ୍ରମ ସୃଷ୍ଟି କରୁଛି ।

ଏହେଉଛି ଭୁବନେଶ୍ୱରର ଇସ୍କନ ମନ୍ଦିର ସମ୍ମୁଖ, ନିଉ ଫରେଷ୍ଟ ପାର୍କ କଲୋନୀ, ମାଲିଅନ୍ତା ଟ୍ୟାଙ୍କ ଲେନ ଲକ୍ଷ୍ମୀସାଗରର ଦୃଶ୍ୟ, ମୁଖ୍ୟ ରାସ୍ତାକୁ ଲାଗି ଏହି ଡ୍ରେନ ଗୁଡିକ । ଏହି ସ୍ଥାନରୁ ସ୍ପଷ୍ଟ ବାରି ହୋଇ ପଡୁଛି ବର୍ଷା ଜଳ ପ୍ରଭାବରେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ବାସିନ୍ଦା । ବରଗଡ଼ ବ୍ରିଟ କଲୋନୀ ୱାର୍ଡ ନଂ ୫୭ର ଦୃଶ୍ୟ, ମୁଖ୍ୟ ରାସ୍ତାକୁ ଲାଗି ଏହି ଡ୍ରେନ । ନା ଅଛି ସ୍ଲାପ ନା ହୋଇଛି ସଫା । ବର୍ଷା ଦିନେ ଅଧିକ ବର୍ଷା ହେଲେ ପାଣି ଜମିଲେ ସାଧାରଣ ଲୋକେ ଡ୍ରେନରେ ଭାସି ଯିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଭୁବନେଶ୍ବର ବାସିନ୍ଦାଙ୍କ ଅଭିଯୋଗ ।

ସେପଟେ ବିଏମସି କର୍ତ୍ତୃପକ୍ଷଙ୍କ ଯୁକ୍ତି ଡ୍ରେନ କାର୍ଯ୍ୟ ସରିଛି । ଖାଲି ବିଏମସି ନୁହେଁ ଆରଆଣ୍ଡବିବି ମଧ୍ୟ ରାସ୍ତା କଡ ଡ୍ରେନର ମରାମତି କାର୍ଯ୍ୟ କରୁଛନ୍ତି । ୧୧ଟି ସ୍ଥାନରେ ଇଞ୍ଜିନିୟର ମାନେ ରହିଛନ୍ତି, ସ୍ଥିତିକୁ ନଜରରେ ରଖାଯାଇଛି । ଜଳମଗ୍ନ ଅଞ୍ଚଳରେ ଯୁଧ୍ୟକାଳୀନ ଭିତ୍ତିରେ ଜଳ ନିଷ୍କାସନ କରାଯାଉଛି । ହେଲେ ଜନସାଧାରଣଙ୍କ ବଡ ପ୍ରଶ୍ନ ଏସବୁ ସତ୍ତ୍ୱେ ବର୍ଷାରେ ଜଳାର୍ଣ୍ଣବ ହେଉଛି ସମଗ୍ର ସ୍ମାର୍ଟସିଟି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.