ETV Bharat / city

ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ: କଂଗ୍ରେସ - ରେଳବାଇରେ ଓଡିଶାକୁ ଅବହେଳା

ରେଳବାଇ କ୍ଷେତ୍ରରେ ଅବହେଳା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲା କଂଗ୍ରେସ (Congress Targets Govt over railway Sector) । ଓଡିଶା ପ୍ରତି ଘୋର ଅବହେଳା (railway sector neglected in odisha) କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମୀଳନୀରେ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ : କଂଗ୍ରେସ

author img

By

Published : Jan 12, 2022, 4:17 PM IST

ଭୁବନେଶ୍ବର: ରାଜ୍ୟର ରେଳବାଇ କ୍ଷେତ୍ରରେ ଅବହେଳା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲା କଂଗ୍ରେସ (Congress Target Govt over railway Sector) । ଓଡିଶା ପ୍ରତି ଘୋର ଅବହେଳା (railway sector neglected in odisha) କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସମର୍ଥନରେ ଅଶ୍ବିନୀ ବୈଷ୍ଣବ ସାଂସଦ ହୋଇଛନ୍ତି କିନ୍ତୁ ଓଡିଶା ଲାଭବାନ ହେଉନାହିଁ ବୋଲି କହିଛି କଂଗ୍ରେସ ।

ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ : କଂଗ୍ରେସ

ଏହା ସହ ପୂର୍ବତଟ ରେଳପଥର ମୁଖ୍ୟକାର୍ଯ୍ୟାଳୟର କାର୍ଯ୍ୟକାରିତା ନେଇ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଛି କଂଗ୍ରେସ । ମୋଦି ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାର ଅସ୍ମିତାକୁ ନେଇ କୁଠାରଘାତ କରିଛନ୍ତି। ପୂର୍ବତଟ ରେଳର ସମସ୍ତ କାଯ୍ୟ ୱାଲଟିୟର ଡିଭିଜନରେ କାର୍ଯ୍ୟକାରୀ ହେଉଛି । ଓଡିଶାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ କାହିଁକି ସମସ୍ତ କାର୍ଯ୍ୟ ସେଠାରେ ହେଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ପୂର୍ବତଟ ରେଳବାଇ ଅଧୀନରେ 700 ଇଂଜିନ ଯାତାୟାତ କରେ ସେଥିମଧ୍ୟରୁ 500 ୱାଲଟିୟର ଡିଭିଜନ କାର୍ଯ୍ୟ କରେ। ଏହା ଆମ ରାଜ୍ୟ ପାଇଁ ଘୋର ଅପମାନ ବୋଲି କଂଗ୍ରେସ କହିଛନ୍ତି। ସେହିପରି ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ରାୟଗଡାକୁ ଡିଭିଜନ ଭାବରେ ଘୋଷଣା କରିଥିଲେ କେନ୍ଦ୍ର ସରକାର। ବଜେଟରେ 3 କୋଟି ପାଖପାଖି ଟଙ୍କା ଅର୍ଥ ମଧ୍ୟ ଦେଇଥିଲେ । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ପୂର୍ବତଟ ରେଳ ବିଭାଗ ଅଧୀନରେ ରାୟଗଡା ଡିଭିଜନ ନାହିଁ ବୋଲି ଜଣାପଡିଛି।

ଯଦି ଏହା ସତ୍ୟ କି ଏଥିରେ କୌଣସି ତ୍ରୁଟି ଅଛି ତେବେ ସରକାର ଏହାର ସଂଶୋଧନ ପାଇଁ କାହିଁକି ନିଷ୍ପତି ନେଇନାହାନ୍ତି ବୋଲି କଂଗ୍ରେସ କହିଛି । ରାଜ୍ୟ ସରକାର ଓ ରେଳ ମନ୍ତ୍ରୀ ନିରବ କାହିଁକି। ସୁନ୍ଦରଗଡ଼,ଝାଡ଼ସୁଗୁଡା, ମୟୂରଭଞ୍ଜ, ବାଲେଶ୍ବରକୁ ପୂର୍ବଭଳି ପୂର୍ବତଟ ରେଳ ଅଧୀନର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବୀ କରିଛି କଂଗ୍ରେସ ।

ସୂଚନାଥାଉକି ନିକଟରେ ଓଡିଶା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହା ସହ ବାଲେଶ୍ବର ନୀଳଗିରିରେ ଏକ ନୂତନ ଟ୍ରେନ ଲାଇନର ଶୁଭାରମ୍ଭ କରିଥିଲେ। ଓଡିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ନୂଆ ରେଳ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ଜମି ସମସ୍ୟା ସମାଧାନ କଲେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.