ଭୁବନେଶ୍ବର: ରେଳ ଇ-ଟିକେଟ ଫ୍ରଡ ମାମଲାର ଆଉ ଏକ ଖୁଲାସା। ଏଥର ଫ୍ରଡ ପଛରେ ଅନ୍ୟ କେହି ନୁହେଁ ବଂର ରହିଛନ୍ତି IRCTC ଏଜେଣ୍ଟ। କଳ୍ପନା ଗୌତମ ନଗରର ଏସ ଏନ ଟ୍ରାଭେଲସ ଏଜେନ୍ସି ଉପରେ ରେଡ ବେଳେ ଏଭଳି କିଛି ତଥ୍ୟ ମିଳିଛି ।
IRCTC ବି ଟୁ ବି ଏଜେଣ୍ଟ, ନିଜ ଏଜେନ୍ସିପରେ ଥିବା ନିର୍ଦ୍ଦିଷ୍ଟ ଟିକେଟରୁ ଅଧିକ ଟିକେଟ ଅନଲାଇନରେ ଫେକ ଇମେଲ ଆଇଡିରେ ଖୋଲି ନିର୍ଦ୍ଦାରିତ ମୂଲ୍ୟ ଠାରୁ ଅଧିକ ଟଙ୍କାରେ ବିକ୍ରି କରୁଛି। ଏହି ମାମଲା ଆଧାରରେ ତଦନ୍ତବେଳେ ଅନେକ ଇମେଲ ଆଇଡିକୁ ଠାବ କରାଯାଇଛି ।
ଯାହା ଜରିଆରେ ପାସୱାର୍ଡ ସେଟ କରି ଅନଲାଇନରେ ବୁକ କରି ଅଧିକ 180ରୁ 200 ଟଙ୍କା ପର୍ଯ୍ୟନ୍ତ ଅଧିକ ଦାମ ନେଉଥିଲା। ତେବେ ଏନେଇ IRCTC ଏଜେଣ୍ଟକୁ 179(2), 143 ରେଲୱେ ଆକ୍ଟରେ ଗିରଫ କରାଯାଇଛି। ଗିରଫ ସମୟରେ ଗୋଟିଏ ସିପିୟୁ ସହ ମୋବାଇଲ ଫୋନ ଓ 47ଟି ଇ-ଟିକେଟ ଜବତ କରିଛି ରେଲୱେ ପୋଲିସ ଫୋର୍ସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ