ETV Bharat / city

khordha Elephant Attack: ଅନିର୍ଦ୍ଦିଷ୍ଟ କାଳ ପାଇଁ Radio Collar କାର୍ଯ୍ୟକ୍ରମ ବନ୍ଦ - ରେଡିଓ କଲାର କାର୍ଯ୍ୟକ୍ରମ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ହାତୀ ବେକରେ ରେଡିଓ କଲାର (radio collar) ଲଗାଇବା କାର୍ଯ୍ୟକ୍ରମ । କଲାର ଲଗାଯିବ ବେଳେ ଅଘଟଣ ପରେ ସୂଚନା ଦେଲେ PCCF ଶଶୀ ପଲ । ଅଧିକ ପଢ଼ନ୍ତୁ

radio callers installation to elephants has been suspended for indefinite time after 5 got serious in khorda elephant attack
khorda elephant attack: ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଡିଓ କଲାର କାର୍ଯ୍ୟକ୍ରମ ବନ୍ଦ
author img

By

Published : Nov 22, 2021, 5:02 PM IST

Updated : Nov 22, 2021, 6:26 PM IST

ଭୁବନେଶ୍ବର: ହାତୀ ବେକରେ ରେଡିଓ କଲାର(Radio collar) ଲଗାଇବା ବେଳେ ଘଟିଲା ଅଘଟଣ । ଏଭଳି କାର୍ଯ୍ୟ ସମୟରେ ବେଙ୍ଗାଲୁରୁର ଏକ ବିଶେଷଜ୍ଞ ଦଳ ଉପରକୁ ଆକ୍ରମଣ କରିଛି ହାତୀ । ଫଳରେ ବିଶେଷଜ୍ଞ ଦଳ ସହ ବନ ବିଭାଗ କର୍ମଚାରୀ ଗୁରୁତର ଭାବେ ଆହତ ହୋଇ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଏବେ ହାତୀଙ୍କ ଦେହରେ ରେଡିଓ କଲାର(radio collar) ଲଗାଇବା କାର୍ଯ୍ୟକ୍ରମକୁ ଅନିିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହାକୁ ନେଇ ସୂଚନା ଦେଇଛନ୍ତି ପିସିସିଏଫ ଶଶୀ ପଲ(PCCF SASHI PAL) ।

khorda elephant attack: ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଡିଓ କଲାର କାର୍ଯ୍ୟକ୍ରମ ବନ୍ଦ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ଥାନା ଅଞ୍ଚଳ ଗୟାବନ୍ଧ ଗ୍ରାମରେ ହାତୀଙ୍କ ଦେହରେ ରେଡିଓ କଲାର(radio collar) ଲଗାଉଥିଲା ବିଶେଷଜ୍ଞ ଦଳ । ଏହି ସମୟରେ ହାତୀ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ବିଶେଷଜ୍ଞ ଦଳ ସହ ଅନ୍ୟ ବନ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । 7 ଦୁର୍ଦ୍ଦାନ୍ତ ହାତୀଙ୍କ ବେକରେ ରେଡିଓ କଲାର ଲଗାଇବା ଯୋଜନା ରହିଛି ।ସେଥିମଧ୍ୟରେ ଚନ୍ଦକା ଖୋର୍ଦ୍ଧା ଓ ଆଠଗଡ଼ ଅଞ୍ଚଳର 3 ହାତୀ ଓ ଶିମିଳିପାଳ ଅଞ୍ଚଳର 4 ହାତୀ ସାମିଲ ରହିଛନ୍ତି ।

ପୂର୍ବରୁ ବିଭିନ୍ନ ରାଜ୍ୟରେ 100ରୁ ଅଧିକ ହାତୀ ବେକରେ ଲଗାଯାଇଛି ଏହି ରେଡିଓ କଲାର(radio collar) । ରେଡ଼ିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ମୋଟ ୫ ଅଧିକାରୀ ଅଧିକାରୀ ଆହତ ହୋଇଛନ୍ତି । ବାଙ୍ଗାଲୋରରୁ ଆସିଥିବା ବିଶେଷଜ୍ଞ ଦଳ ମଧ୍ୟରୁ ଜଣଙ୍କ କାନ୍ଧ ଭାଙ୍ଗିଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ରହିଛନ୍ତି । ଏହାକୁ ନେଇ ପିସିସିଏଫ ଶଶୀ ପଲ ବର୍ତ୍ତମାନ ପରିସ୍ଥିତିରେ ରେଡିଓ କଲାର ଲଗାଇବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 22, 2021, 6:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.