ETV Bharat / city

ପୁରୀ ସବ୍ ରେଜିଷ୍ଟ୍ରାର ସସପେଣ୍ଡ - puri sub registar suspended by governer

ପୁରୀ ସବ୍-ରେଜିଷ୍ଟ୍ରାର ହିତାଂଶୁ ଶେଖର ସାମଲଙ୍କୁ ସସପେଣ୍ଡ କଲେ ରାଜ୍ୟପାଳ । ଅଧିକ ପଢନ୍ତୁ...

ପୁରୀ ସବ୍-ରେଜିଷ୍ଟ୍ରାର ସସପେଣ୍ଡ
ପୁରୀ ସବ୍-ରେଜିଷ୍ଟ୍ରାର ସସପେଣ୍ଡ
author img

By

Published : Feb 26, 2021, 8:54 PM IST

ଭୁବନେଶ୍ବର: କାର୍ଯ୍ୟରେ ଗୁରୁତର ଅବହେଳା ପଡ଼ିଲା ମହଙ୍ଗା । ରାଜ୍ୟପାଳ ଗଣେଶୀ ଲାଲ ହେଲେ କଠୋର । ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପୁରୀ ସବ୍-ରେଜିଷ୍ଟ୍ରାର ହିତାଂଶୁ ଶେଖର ସାମଲଙ୍କୁ ସସପେଣ୍ଡ କଲେ ରାଜ୍ୟପାଳ ।

ସସପେଣ୍ଡ ହୋଇଛନ୍ତି ପୁରୀ ସବ୍-ରେଜିଷ୍ଟ୍ରାର ହିତାଂଶୁ ଶେଖର ସାମଲ । କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଲାଗି ତାଙ୍କୁ ସସପେଣ୍ଡ କରାଯାଇଛି । ହିତାଂଶୁଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

ପୁରୀ ସବ୍-ରେଜିଷ୍ଟ୍ରାର ସସପେଣ୍ଡ
ପୁରୀ ସବ୍-ରେଜିଷ୍ଟ୍ରାର ସସପେଣ୍ଡ

1962ର OCS (CC&A) ନିୟମ -12 ର ଉପ-ନିୟମ (1) ର ଧାରା (କ) ଦ୍ୱାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ହିତାଂଶୁଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟପାଳ । ଏନେଇ ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କୁ ଆଇ.ଜି.ଆର, କଟକ କାର୍ଯ୍ୟାଳୟରେ ଆର୍ଟଚ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ବିନା ଅନୁମତିରେ ମୁଖ୍ୟାଳୟ ସେ ଛାଡିପାରିବେ ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.