ETV Bharat / city

13ରୁ ରାଜ୍ୟରେ ସଂଗ୍ରହ ହେବ ଡାଲି ଓ ତୈଳବୀଜ

ଗୁରୁବାର ଠାରୁ ରାଜ୍ୟରେ ସଂଗ୍ରହ ହେବ ଡାଲି ଓ ତୈଳବୀଜ । ରବି ଋତୁ 2020-21 ଆର୍ଥିକ ବର୍ଷ ପାଇଁ ପଞ୍ଜିକୃତ ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ । ଅଧିକ ପଢନ୍ତୁ..

author img

By

Published : May 11, 2021, 8:44 PM IST

13ରୁ ରାଜ୍ୟରେ ସଂଗ୍ରହ ହେବ ଡାଲି ଓ ତୈଳବୀଜ
13ରୁ ରାଜ୍ୟରେ ସଂଗ୍ରହ ହେବ ଡାଲି ଓ ତୈଳବୀଜ

ଭୁବନେଶ୍ବର: ଆସନ୍ତା ଗୁରୁବାର ଠାରୁ ରାଜ୍ୟରେ ସଂଗ୍ରହ ହେବ ଡାଲି ଓ ତୈଳବୀଜ । ରବି ଋତୁ 2020-21 ଆର୍ଥିକ ବର୍ଷ ପାଇଁ ପଞ୍ଜିକୃତ ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ । ମାର୍କଫେଡ଼ ଦ୍ଵାରା ଏହା ଆରମ୍ଭ ହେଉଛି ।

କୋଭିଡ଼ ସ୍ଥିତିରେ ସଂଗ୍ରହ କାର୍ଯ୍ୟକୁ ତ୍ବରାନ୍ବିତ ସହ ଯୋଜନାର ଲାଭ ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ସଂଗ୍ରହ କେନ୍ଦ୍ରଗୁଡ଼ିକରେ କୋଭିଡ଼ କଟକଣା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ସରକାରଙ୍କ ଦ୍ବାରା ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ ନିମନ୍ତେ ମୂଲ୍ୟ ସହାୟକ ଯୋଜନାରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି । ଏଫ୍ଏକ୍ୟୁ ମାନର ମୁଗର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା 7196 ଟଙ୍କା, ବିରି କ୍ୱିଣ୍ଟାଲ ପିଛା 6000 ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ ଦର 5885 ଟଙ୍କା ଓ ଚିନାବାଦାମର କ୍ୱିଣ୍ଟାଲ ପିଛା 5275 ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ନାଫେଡ଼ ପକ୍ଷରୁ ରାଜ୍ୟରେ ସମବାୟ ବିଭାଗ ଅଧୀନସ୍ଥ ମାର୍କଫେଡ୍ ସଂସ୍ଥା ଦ୍ୱାରା ବିଭିନ୍ନ ପ୍ୟାକ, ଲ୍ୟାମ୍ପସ୍ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କଠାରୁ ଏହା ସଂଗ୍ରହ କରାଯିବ । ଚଳିତ ରବି ଋତୁ ରାଜ୍ୟରେ ସର୍ବାଧିକ 13250 ମେଟ୍ରିକ୍ ଟନ ମୁଗ, 700 ମେଟ୍ରିକ୍ ଟନ ବିରି , 7775 ମେଟ୍ରିକ୍ ଟନ ଚିନାବାଦାମ ଓ 675 ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ ।

ଡାଲି ଓ ତୈଳବୀଜ ସଂଗ୍ରହ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ଚାଲିବ । ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ନିର୍ଦ୍ଧାରଣ କରାଯିବ । ଏଥି ସହିତ ପ୍ରକୃତ ଚାଷୀମାନଙ୍କର ନାମ ପଂଜୀକରଣ ଏବଂ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ଚିହ୍ନଟ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ ନିର୍ଦ୍ଧାରିତ ପରିପତ୍ର ଜରୁରୀ ଅଟେ । ଡାଲି ଓ ତୈଳବୀଜ ଉତ୍ପାଦନ ହାରକୁ ଦୃଷ୍ଟିରେ ରଖୁ ଏକର ପିଛା 2 କ୍ୱିଣ୍ଟାଲ ମୁଗ ଓ ବିରି ସଂଗ୍ରହ ନିମନ୍ତେ ଧାର୍ଯ୍ୟ କରାଯାଇଥିବାବେଳେ ଚିନାବାଦାମ ଏକର ପିଛା 6 କ୍ଲିଣ୍ଟାଲ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି । ସଂଗ୍ରହ ବାବଦକୁ ଦେୟ ଅର୍ଥ ମାର୍କଫେଡ୍ ଦ୍ଵାରା ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ମାଧ୍ୟମରେ ହସ୍ତାନ୍ତର କରାଯିବ । ଏଥି ସହିତ ସଂଗ୍ରହ କେନ୍ଦ୍ରଗୁଡ଼ିକରେ କୋଭିଡ଼ କଟକଣା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.