ETV Bharat / city

ଆରମ୍ଭ ହେଲା ପଲସ୍‌ ପୋଲିଓ କାର୍ଯ୍ୟକ୍ରମ, 3 ଦିନ ଟୀକାକରଣ ବନ୍ଦ - Pulse Polio program started in state

ଆଜିଠାରୁ ଆରମ୍ଭ ହେଲା ପଲସ୍‌ ପୋଲିଓ କାର୍ଯ୍ୟକ୍ରମ । ରାଜ୍ୟରେ ଆଜିଠାରୁ 3 ଦିନ ଯାଏଁ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫେବ୍ରୃଆରୀ 2 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବା ସହ କୋଭିଡ ଟୀକା ଆଜିଠାରୁ 3 ଦିନ ଯାଏଁ ବନ୍ଦ ରହିବ।

ଆରମ୍ଭ ହେଲା ପଲସ୍‌ ପୋଲିଓ କାର୍ଯ୍ୟକ୍ରମ, 3 ଦିନ ଟୀକାକରଣ ବନ୍ଦ

author img

By

Published : Jan 31, 2021, 12:26 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ପଲସ୍‌ ପୋଲିଓ କାର୍ଯ୍ୟକ୍ରମ । ରାଜ୍ୟରେ ଆଜିଠାରୁ 3 ଦିନ ଯାଏଁ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଫେବ୍ରୃଆରୀ 2 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବା ସହ କୋଭିଡ ଟୀକା ଆଜିଠାରୁ 3 ଦିନ ଯାଏଁ ବନ୍ଦ ରହିବ ।

ଆରମ୍ଭ ହେଲା ପଲସ୍‌ ପୋଲିଓ କାର୍ଯ୍ୟକ୍ରମ, 3 ଦିନ ଟୀକାକରଣ ବନ୍ଦ

ତେବେ 3 ତାରିଖରୁ ପୁଣି କୋଭିଡ ଟୀକାକରଣ ଆରମ୍ଭ ହେବ। ଚଳିତ ମାସ 16 ତାରିଖ ଠାରୁ 3 ଦିନ ବ୍ୟାପୀ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ମାତ୍ର କୋରୋନା ଟୀକାକରଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜିଠାରୁ ପଲସ୍‌ ପୋଲିଓ ଟୀକା ଦିଆଯିବ। 5 ବର୍ଷରୁ କମ ଶିଶୁଙ୍କ ଏହି ଟୀକା ଦିଆଯିବ । ଏନେଇ ଭୁବନେଶ୍ବର ୟୁନିଟ 4 ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ହୋଇଛି ପଲସ୍‌ ପୋଲିଓ ଟୀକାକରଣ ।

ରାଜ୍ୟରେ 41 ଲକ୍ଷ 31 ହଜାର 763 ଜଣ ଶିଶୁଙ୍କ ଏହି ପୋଲିଓ ଟୀକା ଦିଆଯିବ । ଏଥିପାଇଁ ରାଜ୍ୟରେ 19557 ଟି ବୁଥ୍‌ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଭୁବନେଶ୍ବରରେ 94 ହଜାର 39 ଜଣଙ୍କୁ ପୋଲିଓ ଦିଆଯିବ । ଏଥିପାଇଁ 250ଟି ବୁଥ, 1090 ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ପୋଲିଓ ଦେବା କାର୍ଯ୍ୟକ୍ରମ ପାଇଁ ନିର୍ଦେଶ ଦିଆଯାଇଛି । ଆଗାମୀ ଦୁଇ ଦିନରେ ଘର ଘର ବୁଲି ପୋଲିଓ ଦିଆଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.