ETV Bharat / city

COVID-19: ଚତୁର୍ଥ ଲହରରେ ବଢିପାରେ ସଂକ୍ରମଣ ସଂଖ୍ୟା, ରହିବନି ଭୟାଭୟତା

author img

By

Published : Apr 25, 2022, 9:25 PM IST

Updated : Apr 25, 2022, 9:58 PM IST

ଚତୁର୍ଥ ଲହରରେ ବଢ଼ିପାରେ COVID-19 ସଂକ୍ରମିତଙ୍କ ସଂଖ୍ଯା । ତେବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଲେ ମଧ୍ୟ ଏହାର ଭୟାଭୟତା ରହିବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ଚତୁର୍ଥ ଲହର ରହିବନି ଭୟାବହତା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଚତୁର୍ଥ ଲହରରେ ବଢ଼ିପାରେ COVID-19 ସଂକ୍ରମିତଙ୍କ ସଂଖ୍ଯା । ତେବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଲେ ମଧ୍ୟ ଏହାର ଭୟାଭୟତା ରହିବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାସହିତ ଚତୁର୍ଥ ଲହର କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର ପ୍ରସ୍ତୁତ ରହିବା ସହ କୋରୋନା ନିୟନ୍ତ୍ରଣରେ ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

COVID-19: ଚତୁର୍ଥ ଲହରରେ ସଂକ୍ରମଣ ସଂଖ୍ୟା ବଢିପାରେ, ଭୟାଭୟତା ରହିବନି

ଏଥିସହ ଚତୁର୍ଥ ଲହର ଆସିଲେ ବି କେସ୍‌ ଲୋଡ ବଢିବା ନାହିଁ, କାରଣ ଟୀକାକାରଣ ପାଇଁ ଲୋକଙ୍କ ଦେହରେ ହର୍ଡ ଇମ୍ୟୁନିଟି ବୃଦ୍ଧି ପାଇଛି । ଏଥିସହ ମେଡିକାଲ କମ ରୋଗୀ ଆଡମିଟ୍‌ ହୋଇ ପାରନ୍ତି ବୋଲି ସେ କହିଛନ୍ତି । କୋଭିଡ ସ୍ଥିତିକୁ ନେଇ ଭୟଭୀତ ହେବା ଦରକାର ନାହିଁ ।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ରହିଛି, ଏଣୁ ଜନସାଧାରଣ ସଚେତନ ଓ ସତର୍କ ରୁହନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏପଟେ ଚତୁର୍ଥ ଲହର ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ, ସବୁ ପଦକ୍ଷେପ ନିଆଯାଇଛି । କୋଭିଡ ନିୟନ୍ତ୍ରଣରେ ରହିଥିବା ବେଳେ ଟୀକାକରଣ ମଧ୍ୟ ଠିକ୍ ଚାଲିଛି । ନିୟମିତ ସମୀକ୍ଷା ଚାଲିବା ସହ ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 25, 2022, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.