ETV Bharat / city

ଓଡିଶାରେ ଅଛି ଭରପୁର ଅକ୍ସିଜେନ; ନିରଞ୍ଜନ ମିଶ୍ର

author img

By

Published : Apr 26, 2021, 2:11 PM IST

2 ରୁ 3 ଟି ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ...

ଓଡିଶାରେ ଅକ୍ସିଜେନ ଭରପୁର ଭାବରେ ରହିଛି
ଓଡିଶାରେ ଅକ୍ସିଜେନ ଭରପୁର ଭାବରେ ରହିଛି

ଭୁବନେଶ୍ବର: ମହାମାରୀ କୋରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । 2 ରୁ 3 ଟି ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି। ଯେଉଁ ହସ୍ପିଟାଲରେ ବେଡ୍ ଭର୍ତ୍ତି ହେଉଛି ଅନ୍ୟ ଜିଲ୍ଲାକୁ ରୋଗୀଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ବି 70 % ବେଡ୍ ଖାଲି ରହିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଓଡିଶାରେ ଅକ୍ସିଜେନ ଭରପୁର ଭାବରେ ରହିଛି

ଏହାସହ ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାୟନ କରୁଛନ୍ତି। 2 ରୁ 3 ଟି ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କରାଯାଇଛି। ଯେଉଁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଏବଂ ହସ୍ପିଟାଲର ବେଡ଼ ଭର୍ତ୍ତି ହୋଇଯାଉଛି, ସେମାନଙ୍କୁ ଅନ୍ୟ ଜିଲ୍ଲାର ହସ୍ପିଟାଲକୁ ରୋଗୀଙ୍କୁ ପଠାଇ ଦିଆଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ 70 ପ୍ରତିଶତ ବେଡ଼ ଖାଲି ରହିଛି। ଯେଉଁ ସ୍ଥାନରେ କେସ ଅଧିକ ରହିବ ସେହି ସ୍ଥାନରେ ବେଡ଼ ଭର୍ତ୍ତି ରହିବ। ଆମ ରାଜ୍ୟରେ ଅକ୍ସିଜେନ ଭରପୁର ଭାବରେ ରହିଛି। ରାଜ୍ୟରେ ଅକ୍ସିଜେନ ଅଭାବ ନହେବ ସେଥିପାଇଁ ସବୁ ସିଲିଣ୍ଡର ଗୁଡିକୁ ଭରି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ଥିତିର ମୁକାବିଲା ପାଇଁ ବେଡ଼, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ମହଜୁଦ ଅଛି । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଗାଡି ରହିଛି, ଏହାସହ ସମସ୍ତ ଖାଲି ସିଲିଣ୍ଡରକୁ ଭର୍ତ୍ତି କରାଇବାକୁ ନିର୍ଦ୍ଦେଶ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.