ETV Bharat / city

ଥଣ୍ଡା-ଜ୍ବର ହେଲେ ନିଜକୁ ଆଇସୋଲେଟ କରନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jun 17, 2022, 1:59 PM IST

ଦେଶରେ ପୁଣି ବଢୁଛି ସଂକ୍ରମଣ । ଥଣ୍ଡା, କାଶ ଓ ଜ୍ବର ହେଲେ ନିଜକୁ ଆଇସୋଲେଟ ରଖିବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଥଣ୍ଡା-ଜ୍ବର ହେଲେ ନିଜକୁ ଆଇସୋଲେଟ କରନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଥଣ୍ଡା-ଜ୍ବର ହେଲେ ନିଜକୁ ଆଇସୋଲେଟ କରନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ କଡ ଲେଉଟାଉଛି କୋରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଡେଉଁଛି । ସଂକ୍ରମଣ ବ୍ୟାପିବା ପରେ ଚତୁର୍ଥ ଲହର ଆଶଙ୍କାରେ ଭୟଭୀତ ହେଉଛନ୍ତି ଲୋକେ । ଓଡିଶାରେ ମଧ୍ୟ କ୍ରମଶଃ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ ରାଜ୍ୟ ଉପରେ ତୀକ୍ଷ୍ମ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଥଣ୍ଡା, କାଶ ଓ ଜ୍ବର ହେଲେ ତୁରନ୍ତ ନିଜକୁ ଆଇସୋଲେଟ କରିବା ସଙ୍ଗେ ସଙ୍ଗେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ତାହାହେଲେ ନିଜ ପରିବାରକୁ ସୁରକ୍ଷିତ ରଖାଯାଇ ପାରିବ ଏବଂ ସଂକ୍ରମଣକୁ ରୋକାଯାଇ ପାରିବ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସଂକ୍ରମଣ ବଢିବାକୁ ନେଇ ଆତଙ୍କିତ ନ ହେବାକୁ କହିଛନ୍ତି । ନିରଞ୍ଜନ ମିଶ୍ର, ''ଏବେ ରାଜ୍ୟରେ 10 ହଜାର ଟେଷ୍ଟରୁ 25 ପଜିଟିଭ ବାହାରୁଛି । ପଜିଟିଭିଟି ହାର ପାଖାପାଖି 0.05 ପ୍ରତିଶତ ରହୁଛି । ତେଣୁ କୋରୋନାକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ । ଯେହେତୁ ଭାଇରସ ଅଛି, ସଂକ୍ରମଣ ଅଛି ।

ସଂକ୍ରମଣ ଏଭଳି ତଳ ଉପର ହେବ, କେଉଁଠି ବଢ଼ିବ ତ କେଉଁଠି କମିବ । ମୁଖ୍ୟ କଥା ହେଉଛି, ଗୁରୁତର ସଂଖ୍ୟା ଏବଂ ମେଡିକାଲ ଯିବା ସଂଖ୍ୟା ନିଶ୍ଚିତ ଭାବେ କମୁଛି । ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.