ETV Bharat / city

ବିଧାନସଭା ସମ୍ମୁଖରେ ଗର୍ଜିଲା ଖରସ୍ରୋତା ବଞ୍ଚାଓ ସଙ୍ଗଠନ

ଦିନକୁ ଦିନ ନଦୀର ଜଳସ୍ତର ଖସି ଖସି ଯାଉଥିବା ବେଳେ ଖରସ୍ରୋତା ନଦୀର ସୁରକ୍ଷା ନେଇ ରାଜରାସ୍ତାକୁ ଓହ୍ଲାଇଛି ଖରସ୍ରୋତା ବଞ୍ଚାଓ ସଙ୍ଗଠନ । ଅଧିକ ପଢନ୍ତୁ...

ଖରସ୍ରୋତା ବଞ୍ଚାଓ ଅଭିଯାନ ପକ୍ଷରୁ ବିଧାନସଭା ସମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି

author img

By

Published : Sep 3, 2021, 9:37 PM IST

ଭୁବନେଶ୍ବର: ଖରସ୍ରୋତା ବଞ୍ଚାଓ ସଙ୍ଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ଶତାଧିକ ମହିଳାଙ୍କ ସମତ ଯୁବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିନକୁ ଦିନ ନଦୀରେ ମଧୁର ଜଳସ୍ତର ହ୍ରାସ ପାଇବା ସହ ନଦୀ ଉପରେ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ଦୃଢ ବିରୋଧ କରିଛି ସଙ୍ଗଠନ ।

ଖରସ୍ରୋତା ବଞ୍ଚାଓ ଅଭିଯାନ ପକ୍ଷରୁ ବିଧାନସଭା ସମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି

ତେବେ ଆନ୍ଦୋଳନକାରୀଙ୍କ ଦାବି ରହିଛି ଯେ ଭଦ୍ରକ ଜିଲ୍ଲାକୁ ପାଣି ଦେବାରେ ଆମର ଆପତ୍ତି ନାହିଁ କହିଛନ୍ତି ଶତାଧିକ ମହିଳା କିନ୍ତୁ ଖରସ୍ରୋତା ପାନୀୟ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଆଳି ଓ ରାଜକନିକା ଅଞ୍ଚଳର ଧନଜୀବନ ବିପନ୍ନ ହେବା ସହିତ ଭୂତଳ ଜଳ ଲବଣାକ୍ତ ହେବାର ଆଶଙ୍କା ରହିଛି ।

ତେଣୁ ଏହି ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ପୂର୍ବରୁ ଖରସ୍ରୋତା ନଦୀରେ ଏକ ବ୍ୟାରେଜ ନିର୍ମାଣ କରାଯାଉ ବୋଲି କହିଛନ୍ତି ସଙ୍ଗଠନର କର୍ମୀମାନେ ଦାବି କରିଛନ୍ତି । ତେବେ ଆଳି ଓ ରାଜକନିକା ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବଂ ଚାଷ ଜମିକୁ ଖରସ୍ରୋତା ନଦୀରୁ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ କରିବାକୁ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.