ETV Bharat / city

ପୋଲିସ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଆନ୍ଦୋଳନ - ପୋଲିସ ଅଧିକାରୀ ଆରକ୍ଷକ ଆଶାୟୀ ପ୍ରାର୍ଥୀ

ଖାଲି ପଡିଥିବା ପଦବୀ ପୂରଣ ଦାବିରେ ପୋଲିସ ଅଧିକାରୀ ଆରକ୍ଷକ ଆଶାୟୀ ପ୍ରାର୍ଥୀଙ୍କ ଧାରଣା । ପୋଲିସ ବିଭାଗରେ 100ରୁ ଊର୍ଦ୍ଧ୍ବ ପଦବୀ ଖାଲିପଡିଛି । ସେଥିରେ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଏହି ଧାରଣା ଦିଆଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 23, 2019, 1:41 PM IST

ଭୁବନେଶ୍ବର: ପୋଲିସ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ଦାବିରେ ପୋଲିସ ଅଧିକାରୀ ଆରକ୍ଷକ ଆଶାୟୀ ପ୍ରାର୍ଥୀଙ୍କ ଆନ୍ଦୋଳନ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 6 ମାସ ହେଲାଣି ଧାରଣାରେ ବସିଛନ୍ତି ଆଶାୟୀ ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସେମାନଙ୍କ ଅଭିଯୋଗ ଅନୁଯାୟୀ, 2013 ମସିହାରେ ପୋଲିସ ବିଭାଗରେ ଚାକିରି ପାଇଁ 844ଟି ପଦବୀ ବାହାରିଥିଲା। ଏଥିପାଇଁ ଲକ୍ଷଲକ୍ଷ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ବହୁ ପ୍ରତୀକ୍ଷା ପରେ 7 ଡିସେମ୍ବର 2016 ଏହାର ରେଜଲ୍ଟ ବାହାରିଥିଲା । ପଦବୀ ପୂରଣ ହେଲା କିନ୍ତୁ 100ରୁ ଊର୍ଦ୍ଧ୍ବ ପଦବୀ ଏବେ ପର୍ଯ୍ୟନ୍ତ ବି ପୂରଣ ହୋଇପାରିନାହିଁ । ଏହି ପଦବୀ ପାଇଁ ଅନେକ ଦାବିଦାର ଥିବାବେଳେ ଏ ପର୍ଯ୍ୟନ୍ତ ସରକାର ଖାଲି ପଡିଥିବା ପଦବୀ ପୂରଣ କରିନାହାନ୍ତି ।

ତେଣୁ ସପ୍ଲିମେଣ୍ଟାରୀ ଲିଷ୍ଟରେ ଥିବା ଦାବିଦାର ମାନଙ୍କୁ ନିଯୁକ୍ତି ପାଇଁ ଦାବି ହୋଇଛି । ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ଆଗକୁ ଆନ୍ଦୋଳନ ତିବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପଦବୀ ପୂରଣ ନ ହେଲା ଯାଏ ଏମିତି ବସିବୁ ଆମେ: ପୋଲିସ ଅଧିକାରୀ ଆରକ୍ଷୀକ ଆଶାୟୀ ପ୍ରାଥି ସଙ୍ଘ

Body:ପଦବୀ ପୂରଣ ନ ହେଲା ଯାଏ ଏମିତି ବସିବୁ ଆମେ: ପୋଲିସ ଅଧିକାରୀ ଆରକ୍ଷୀକ ଆଶାୟୀ ପ୍ରାଥି ସଙ୍ଘ
2013 ବ୍ୟାଚ ରେ ବାହାରି ଥିବା କମ୍ବ।ଇନ ପୋଲିସ ସର୍ଭିସ ପରୀକ୍ଷା ର ଲିଷ୍ଟ ପ୍ରକାଶ କରିବା ଦାବିକାରୀ ପୋଲିସ ଅଧିକାରୀ ଆରକ୍ଷୀକ ଆଶାୟୀ ପ୍ରାଥି ଆଜି କୁ 6 ମାସ ହେଲା ରାଜରାସ୍ତା ରେ ପଡିରହି ନିଜର ଧାରଣା ଦେଉଛନ୍ତି। ଆନ୍ଦେଳନକରି ପ୍ରକାଶ କରିଛନ୍ତି ଯେ ଗତ 5 ଡିସେମ୍ବର 2013 ରେ ନେଟିଫିକେସନ ନମ୍ବର 4374/ ଓସସସିଇ କମ୍ବ।ଇନ ପୋଲିସ ସର୍ଭିସ ପାଇଁ 844 ଟି ପୋଷ୍ଟ ବିଭିନ୍ନ ପଦବୀ ପୂରଣ ପାଇଁ ବାହାରି ଥିଲା। ବହୁ ପ୍ରତୀକ୍ଷା ପରେ ରେଜଲ୍ଟ 7 ଡିସେମ୍ବର 2016 ରେ ବାହାରି ଥିଲା। କିନ୍ତୁ 100 ରୁ ଉର୍ଦ୍ଧ୍ବ ପଦଵୀ ରେ ପ୍ରଥି ଚାକିରୀ ରେ ଯୋଗ ନ ଦେବାରୁ ପଦବୀ ଖାଲି ପଡ଼ିଛି। ଅନ୍ୟ ପଟେ ପ୍ରାଥି ଙ୍କ କହିବା ମୁତାବକ ପଦବୀ ଖାଲି ଥିଲେ ସପ୍ଲିମେଣ୍ଟାରୀ ଲିଷ୍ଟ ର ଦବିଦାର ପ୍ରାଥି ଙ୍କୁ ଚାକିରୀ ଦେବା କଥା କିନ୍ତି ଏ ପର୍ଯ୍ୟନ୍ତ ସରକାର ତାଙ୍କ ପ୍ରତି ଉଦାସୀନ ମନେଭାଵ ଦେଖାଉଛନ୍ତି। ଯଦି ଆଗାମୀ ଦିନ ରେ ତାଙ୍କ କଥା ନ ବୁଝା ଯାଏ ସେ ମାନେ ଆନ୍ଦେଳନ କୁ ଆହୁରି ତୀବ୍ର କରିବେ ବୋଲି ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.