ETV Bharat / city

ଆମେ ଭାରତବାସୀ ପକ୍ଷରୁ ମୋଦିଙ୍କ ଜନ୍ମଦିନରେ ପ୍ରତିବାଦ

ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜୟନ୍ତୀ । ଆମେ ଭାରତବାସୀ ଭଳି ଅନେକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ..

ଆମେ ଭାରତବାସୀ ପକ୍ଷରୁ ମୋଦିଙ୍କ ଜନ୍ମଦିନରେ ପ୍ରତିବାଦ
ଆମେ ଭାରତବାସୀ ପକ୍ଷରୁ ମୋଦିଙ୍କ ଜନ୍ମଦିନରେ ପ୍ରତିବାଦ
author img

By

Published : Sep 17, 2020, 9:36 PM IST

ଭୁବନେଶ୍ବର: ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜୟନ୍ତୀ । ସାରା ଦେଶରେ ଏହାକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଥିବାବେଳେ ଭୁବନେଶ୍ୱରେ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ବେରୋଜଗାର ଦିବସ ଭାବେ ପାଳନ କରାଯାଇଛି। ଦେଶ ଶାସନ ଭାର ହାତକୁ ନେବା ପୂର୍ବରୁ ବିଜେପି ଦେଶର ଯୁବ ଗୋଷ୍ଠୀଙ୍କୁ ବର୍ଷକୁ 2 କୋଟି ନିଯୁକ୍ତି ଦେବାକୁ କହିଥିବାବେଳେ ତାହା ପାଳନ କରିବାରେ ବିଫଳ ହୋଇଛନ୍ତି ।

ଆମେ ଭାରତବାସୀ ପକ୍ଷରୁ ମୋଦିଙ୍କ ଜନ୍ମଦିନରେ ପ୍ରତିବାଦ

ବିଭିନ୍ନ କ୍ଷେତ୍ରରେ କର୍ମସଂସ୍ଥାନ ବନ୍ଦ ହୋଇ ଯାଉଥିବାବେଳେ କେନ୍ଦ୍ରର ମୋଦି ସରକାର କମ୍ପାନୀ ପ୍ରୀତି କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରୁଛି । କିନ୍ତୁ ଯୁବ ସମାଜ କର୍ମସଂସ୍ଥାନ ନ ପାଇ ବେରୋଜଗାର ହୋଇ ବୁଲୁଥିବାବେଳେ ସରକାର ସେପରି କିଛି ପଦକ୍ଷେପ ସେମାନଙ୍କ ନିଯୁକ୍ତି ପାଇଁ ନେଉ ନାହାଁନ୍ତି । ତେଣୁ ଆମେ ଭାରତବାସୀ ଭଳି ଅନେକ ସଙ୍ଘଠନ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରଦର୍ଶନ କରି କେନ୍ଦ୍ର ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.