ଭୁବନେଶ୍ବର: ବକ୍ସି ଜଗବନ୍ଧୁ ଇଂଲିଶ ମିଡ଼ିୟମ ସ୍କୁଲରେ ଫିକୁ ନେଇ ଅଭିଭାବକ ମହାସଙ୍ଘର ଓ ସ୍କୁଲ ଅଭିଭାବକ ସଙ୍ଘ ପକ୍ଷରୁ ପ୍ରତିବାଦ । ଅଭିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି କୋରୋନା ସମୟରେ ଘରୋଇ ସ୍କୁଲ ଫିରେ ରିହାତି ଦିଆଯାଉ । କିନ୍ତୁ ଏହି ସ୍କୁଲର ମୁଖ୍ୟ ପ୍ରତାପ ଜେନା କୋର୍ଟଙ୍କ ରାୟକୁ ମାନୁ ନାହାନ୍ତି ବୋଲି ଅଭିଭାବକ ସଂଘ କହିଛି ।
ସରକାରଙ୍କ ନିଷ୍ପତ୍ତି ମାନୁନାହାଁନ୍ତି ସ୍କୁଲ କର୍ତ୍ତୃପକ୍ଷ । ଯେଉଁ ଛାତ୍ରଛାତ୍ରୀ 2 ମାସ ଫିସ୍ ଦେଇପାରୁନାହାନ୍ତି ତାଙ୍କୁ ଗୋଟେ ମାସର ଅଧିକ ଫାଇନ କରାଯାଉଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଯୋଗୁଁ ଏନଓସି ବାତିଲ କରାଯାଉ ବୋଲି ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଛି। ଏହା ନହଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ