ଭୁବନେଶ୍ବର: କୋରୋନା କୋପରେ ଜୀବନ ଆଉ ଜୀବିକା ଉଭୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ସଂକ୍ରମଣରେ ହ୍ରାସ ଘଟିଥିବାରୁ କଟକଣା ଭିତରେ ମନ୍ଦିରଠୁ ନେଇ ସିନେମା ହଲ ଖୋଲିବାକୁ ଅନୁମତି ମିଳିଛି । ହେଲେ ଅଲ ଓଡିଶା ଟେଣ୍ଟ କ୍ୟାଟେରର, ଫ୍ଲାୱାର, ଲାଇଟ ଆଣ୍ଡ ସାଉଣ୍ଡକୁ ଅମୁମତି ମିଳିନାହିଁ । ଏନେଇ ଆଜି ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡିଶା ଟେଣ୍ଟ, କ୍ୟାଟେରିଙ୍ଗ, ଲାଇଟ ଆଣ୍ଡ ସାଉଣ୍ଡ ଆସୋସିଏସନ ।
ଅଗଷ୍ଟ ଗାଇଡଲାଇନ ଅନୁସାରେ ମନ୍ଦିର ମସଜିଦ ସିନେମା ହଲଠୁ ନେଇ ଥିଏଟର ଖୋଲିବାକୁ ଅନୁମତି ମିଳିଛି । ଓଡିଶା ଟେଣ୍ଟ, କ୍ୟାଟରର,ଲାଇଟ ପାଇଁ ପୂର୍ବରୁ ଯେଉଁ କଟକଣା ରହିଥିଲା ସେସବୁ ବଳବତ୍ତର ରହିଛି । ଯାହାକୁ ବିରୋଧ କରିଛି ଆଲ ଓଡିଶା କ୍ୟାଟର ଆସୋସିଏସନ । ୨୫ ଲୋକଙ୍କୁ ନେଇ ଟ୍ରେଣ୍ଟ କରିବା ସମ୍ଭବ ନୁହେଁ । ଶ୍ରମିକଙ୍କୁ ପାରିଶ୍ରମିକ ବି ମିଳୁନାହିଁ । ଫଳରେ ଏହି ଜୀବିକାକୁ ଆଦିର ହିନସ୍ତା ଭୋଗୁଥିବା କହିଛନ୍ତି ଆନ୍ଦୋଳନକାରୀ । ବିଶେଷ କରି ଦୁଇଟି ଦାବି ପୂରଣ ପାଇଁ ହାତରେ କ୍ୟାଟେରର ବାସନ ଧରି ରାଜରାସ୍ତାକୁ ଓହ୍ଲାଇଛି ।
ମୁଖ୍ୟ ଦାବି ରହିଛି ପୂର୍ବ ନିୟମକୁ କୋହଳ କରାଯାଇ ବିବାହ ଆଦି ସାମାଜିକ କାର୍ଯ୍ୟରେ 25 ଲୋକ ପରିବର୍ତ୍ତେ 300ଙ୍କୁ ଅନୁମତି ସହିତ ଖାଦ୍ୟ ପାର୍ସଲ ପରିବର୍ତ୍ତେ ପରିବେଷଣ ଓ ବ୍ୟାଙ୍କ ଋଣ ଛାଡ କରିବାକୁ ଦାବି ହୋଇଛି । ଯଦି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତ ତେବେ ଆଗକୁ ଆନ୍ଦୋଳନକୁ ଜୋକଦାର କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ