ETV Bharat / city

ଜେପି ନଡ୍ଡାଙ୍କୁ ଆକ୍ରମଣ ଘଟଣାରେ ରାଜଧାନୀରେ ପ୍ରତିବାଦ

ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ପଥରମାଡ ଘଟଣାର ତୀବ୍ର ବିରୋଧ କରିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ...

ଜେପି ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ

author img

By

Published : Dec 11, 2020, 7:52 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛି ବିଜେପି । ଏନେଇ ବିଜେପି ରାଜଧାନୀରେ ପ୍ରତିବାଦ କରିଛି । ନଡ୍ଡାଙ୍କୁ ଆକ୍ରମଣ ଘଟଣାକୁ ବିଜେପି ନିନ୍ଦା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।

ଜେପି ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଗାଡ଼ିକୁ ପଥର ମାଡ଼ ହୋଇଥିଲା । ଗୁରୁବାର 10 ତାରିଖରେ ବିଜେପି ସଭାପତି ନଡ୍ଡା କୋଲକାତାର ଡାଇମଣ୍ଡ ହାର୍ବର ଗସ୍ତ କରିଥିଲେ । ଏହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ପଥର ମାଡ କରିଥିଲେ । ଯାହାକୁ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏନେଇ ଆଜି(ଶୁକ୍ରବାର) ମାଷ୍ଟର କ୍ୟାଣ୍ଟିନ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରିଛି ବିଜେପି । ନଡ୍ଡାଙ୍କ ଉପରେ ଆକ୍ରମଣକୁ ବିଜେପି ନିନ୍ଦା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.