ETV Bharat / city

ହତ୍ୟା ଓ ହତ୍ୟାକାରୀଙ୍କ ପାଇଁ ଚିନ୍ତାରେ ପୋଲିସ, ମୁଣ୍ଡ ଟେକୁଛି ଜନ ଅସନ୍ତୋଷ - ନିରଞ୍ଜନ ହତ୍ୟା ମାମଲା ଭୁବନେଶ୍ବର

ରାଜଧାନୀରେ କମେଣ୍ଟ ମରାକୁ ନେଇ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର୍ । ପୋଲିସକୁ ଦାୟୀ କରି ଜନ ଅସନ୍ତୋଷ ବୃଦ୍ଧି । ଅଧିକ ପଢନ୍ତୁ

ହତ୍ୟା ଓ ହତ୍ୟାକାରୀଙ୍କ ପାଇଁ ଅକଳରେ ପୋଲିସ, ମୁଣ୍ଡ ଟେକୁଛି ଜନ ଅସନ୍ତୋଷ

author img

By

Published : Jan 18, 2022, 10:32 PM IST

ଭୁବନେଶ୍ବର: ରାସ୍ତା ଜାମ ଗାଡି ମଟର ବନ୍ଦ । ରାଜଧାନୀରେ କିଛି ସମୟ ପାଇଁ ହରତାଳ । ପ୍ରେସ ଛକରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ । କେବଳ‌ ପୋଲିସ ବିରୋଧରେ ଅସନ୍ତୋଷର ସ୍ବର । ଗତ ଶନିବାର କମେଣ୍ଟ ମାରିବା ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ସୃଷ୍ଟି ହୋଇଛନ୍ତି ଅସନ୍ତୋଷ ।

ହତ୍ୟା ଓ ହତ୍ୟାକାରୀଙ୍କ ପାଇଁ ଚିନ୍ତାରେ ପୋଲିସ, ମୁଣ୍ଡ ଟେକୁଛି ଜନ ଅସନ୍ତୋଷ

ଏନେଇ ମୃତ ନିରଞ୍ଜନ ପରିଡାଙ୍କ ଗ୍ରାମବାସୀ ରାଜଧାନୀରେ କରିଛନ୍ତି ବିରୋଧ ପ୍ରଦର୍ଶନ । ପ୍ରେସ ଛକରେ ଗାଢ କଣର ଶତାଧିକ ଯୁବକ ରାସ୍ତାରେ ପୋଲିସ ବିରୋଧି ନାରାବାଜି‌ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ କିଛି ସମୟ ପାଇଁ ବିଗିଡିଥିଲା ଆଇନଶୃଙ୍ଖଳା ପରିସ୍ଥିତି । ପୋଲିସ ହତ୍ୟାକାରୀକୁ ନଧରିବା ପୋଲିସ ବିରୋଧରେ ଅସନ୍ତୋଷର‌ ଦାନା ବାନ୍ଧିଛି ।

ଏହି ଘଟଣାରେ ସହିଦ ନଗର ଥାନା‌ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରି ଥିବାବେଳେ ମୁଖ୍ୟ ଅଭିଯୁକ୍ତ ମିଲୁ ଏବେବି ଫେରାର ଅଛି । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । କେବଳ ଏହି ଘଟଣା ନୁହଁ, ରାଜଧାନୀରେ ଏପରି ହତ୍ୟାକାଣ୍ଡ ନିତିଦିନିଆ ଖବର ପାଲଟିଗଲାଣି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନ ସାଧାରଣ ।

ଏହା ମଧ୍ୟ ପଢନ୍ତୁ:- ଭୁବନେଶ୍ୱରରେ ମୁଣ୍ଡ ଟେକୁଛି ଭାଇଗିରି: ପ୍ରେସଛକ ହତ୍ୟାକାଣ୍ଡର ସାମ୍ନାକୁ ଆସିଲା ସତ

ସେହିପରି ଗତ ବର୍ଷ ୩୧ ଡିସେମ୍ବରରେ ଦୀପକ ରାଉତ ହତ୍ୟା ମାମଲାରେ ହତ୍ୟାକାରୀକୁ ଧରିପାରିନି ପୋଲିସ ଯାହାକୁ ନେଇ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ଥାନା ଘେରିଥିଲେ ଲୋକେ‌ । ଶେଷରେ ଜାନୁଆରି ୫ରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ୩ ଅପରାଧୀ । ଡିସେମ୍ବର ୧୨ ତାରିଖରେ ସମାନ ଢଙ୍ଗରେ ସହିଦନଗର ଥାନା ଘେରାଉ କରିଥିଲେ ରସୁଲଗଡର କିଛି ବ୍ୟବସାୟୀ ।

ବାରମ୍ବାର ପୋଲିସ ବିରୋଧରେ ସହରବାସୀଙ୍କ କ୍ଷୋଭ ବଢୁଥିବାବେଳେ ହତ୍ୟାକାରୀ ଧରିବା ତ ଦୂରର କଥା ଆଇନ ଶୃଙ୍ଖଳା ସମ୍ଭାଳିବାରେ ବି ଫେଲ ମାରୁଛି ପୋଲିସ । ଗୋଟିଏ ପରେ ଗୋଟିଏ ଘଟଣା ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହରର ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କିଏ ଉତ୍ତରଦାୟୀ ତାହାର ଜବାବ ମିଳୁନି । ସେପଟେ ଥାନାଧିକାରୀ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣକୁ ଆଣିବେ ନା ହତ୍ୟା ମାମଲାର ତଦନ୍ତ କରିବେ ସେନେଇ ମଧ୍ୟ ଦୋଦୋପାଞ୍ଚରେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.