ETV Bharat / city

ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା; ସୁଜିତ ଧନୀ, ମମତା ଗରିବ

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିବା ବିଜେଡିର 4 ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ପଢନ୍ତୁ କାହାର କେତେ ସମ୍ପତ୍ତି ...

author img

By

Published : Mar 11, 2020, 8:13 PM IST

Property amount bjd
Property amount bjd

ଭୁବନେଶ୍ବର: ରାଜ୍ୟରେ ଖାଲି ଥିବା 4ଟି ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ 4 ଜଣ ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶାସକ ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ଭାବେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ଶେଷ ତଥା ଚତୁର୍ଥ ପ୍ରାର୍ଥୀ ଭାବେ ମମତା ମହନ୍ତ ନାମାଙ୍କନ ଦାଖଲ କରିଛନ୍ତି । ତେବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସମସ୍ତ 4 ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା ପ୍ରକାଶ ପାଇଛି ।

ସୁଜିତ କୁମାର- କୋଟିପତି ତାଲିକାରେ କଳାହାଣ୍ଡିର ପ୍ରାର୍ଥୀ ସୁଜିତ କୁମାର ମୋଟ ସମ୍ପତି ମୂଲ୍ୟ 1କୋଟି 10ଲକ୍ଷ 9 ହଜାର 230 ଟଙ୍କା । ତାଙ୍କ ପତ୍ନୀଙ୍କ ସମ୍ପତ୍ତି 26 ଲକ୍ଷ 69 ହଜାର 180 ଟଙ୍କା । ଭୁବନେଶ୍ବର ଧଉଳିରେ ଏକ ପ୍ଲଟ ରହିଛି । ସୁଜିତ କୁମାରଙ୍କ ମୋଟ ସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି 78 ଲକ୍ଷ 30 ହଜାର । ପତ୍ନୀଙ୍କ ସ୍ଥାବର ସମ୍ପତ୍ତି ମୁଲ୍ୟ ହେଉଛି 74 ଲକ୍ଷ 46 ହଜାର । ତାଙ୍କ ନାରେ ଋଣ ରହିଛି 74 ଲକ୍ଷ 94 ହଜାର382 ଟଙ୍କା । ଏହାବାଦ 7 ଟି କମ୍ପାନୀରେ ତାଙ୍କର 51 ଲକ୍ଷ 53 ହଜାର ଟଙ୍କା ନିବେଶ କରିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଆମେରିକା ହାଭାର୍ଡ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡ୍ରିଗ୍ରୀ ହାସଲ କରିଛନ୍ତି ।

ସୁବାସ ସିଂ- ସୁବାସ ସିଂହ ସମ୍ପତ୍ତି ମୂଲ୍ୟ 23 ଲକ୍ଷ 37 ହଜାର 187 ଟଙ୍କା । ସୁବାସ ସିଂହଙ୍କ ନାଁରେ 11 ଟି ଅପରାଧିକ ମାମଲା ଅଛି । 7 ଲକ୍ଷ 25 ହଜାର ମୁଲ୍ୟର ଘର ଅଛି । ସୁବାସ ସିଂ ରାଜନୀତି ବିଜ୍ଞାନରେ ଏମଏ ପାସ କରିଥିବା ବେଳେ 1986 ମସିହାରେ ଓକିଲାତି ମଧ୍ୟ ପାସ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାଁରେ ଗୋଟିଏ ସ୍କୁଟି ଓ ମାରୁତି ବ୍ରିଜା ନାମକ ୪ ଚକିଆ କାର ଅଛି । ଏହା ସହିତ ପତ୍ନୀଙ୍କ ପାଖରେ 290ଗ୍ରାମର ସୁନା ଅଛି । ସୁବାସଙ୍କ ପତ୍ନୀଙ୍କ ନାଁରେ 12.26 ଲକ୍ଷ ଟଙ୍କାର ଋଣ ମଧ୍ୟ ଅଛି ।

ମୁନ୍ନା ଖାଁ- ମୁନା ଖାଁଙ୍କ ସମ୍ପତ୍ତି 32 ଲକ୍ଷ 95 ହଜାର 576 ଟଙ୍କା । ମୁନ୍ନା ଖାଁଙ୍କ ପାଖରେ ଏକ ହୋଣ୍ଡା ସିଟି ଗାଡି ଅଛି । ଡାକଘରେ 2 ଲକ୍ଷ 36 ହଜାର 866 ଟଙ୍କା ଜମା ଅଛି । ସେହିଭଳି ତାଙ୍କ ନାଁରେ 14 ଲକ୍ଷ ଋଣ ଅଛି । 22ଲକ୍ଷ 50 ହାଜର ଟଙ୍କାର ଜୀବନ ବିମା ସହ 24 ଲକ୍ଷ ମୁଲ୍ୟର ସ୍ବାସ୍ଥ୍ୟ ବୀମା ଅଛି । ଅସ୍ଥାବର ସମ୍ପତ୍ତି ଭାବେ 1 କୋଟି 60 ଲକ୍ଷ 390 ଟଙ୍କା ମୁଲ୍ୟର ସମ୍ପତ୍ତି ଅଛି ।

ମମତା ମହନ୍ତ- ସେହିପରି ବିଜୁ ଜନତା ଦଳର ମହିଳା ପ୍ରାର୍ଥୀ ହୋଇଥିବା ମମତା ମହନ୍ତ ମୋଟ ସମ୍ପତ୍ତି 25 ଲକ୍ଷ 3 ହଜାର 944 ଟଙ୍କା । ସେଥିରୁ ନିଜର 8 ଲକ୍ଷ 22 ହଜାର 7 ଟଙ୍କା ଥିବାବେଳେ ସ୍ବାମୀଙ୍କର 16 ଲକ୍ଷ 81 ହଜାର 937 ଟଙ୍କାର ସମ୍ପତ୍ତି ରହିଛି । ଏହାବାଦ ଜମିର ମୁଲ୍ୟ 29 ଲକ୍ଷ 45 ହଜାର 840ଟଙ୍କା ବୋଲି ମମତା ଦର୍ଶାଇଛନ୍ତି । ମମତାଙ୍କ ପାଖରେ ନଗଦ ଟଙ୍କା 30 ହଜର ରହିଛି । ସ୍ବାମୀଙ୍କ ପାଖରେ 1ଲକ୍ଷ ଟଙ୍କା ରହିଛି । ମମତାଙ୍କ 9469 ଟଙ୍କା ଫିକ୍ସ ଜମା ଅଛି । ସ୍ବାମୀଙ୍କ ନାମରେ ଫିକ୍ସ ଜମା 11ହଜାର ରହିଛି । 150 ଗ୍ରାମର ସୁନା ଅଳଙ୍କାର ଅଛି । ଜମିର ମୂଲ୍ୟ 6 ଲକ୍ଷ 61ହଜାର 500 ଟଙ୍କା । ରୂପା 3ଶହ ଗ୍ରାମ ମଧ୍ୟ ଅଛି । ମମତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.