ETV Bharat / city

ମୃତ୍ୟୁ ପରେ ବି ଅମର; ଅଙ୍ଗଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ପ୍ରିୟଙ୍କା

ଗୋଟିଏ ନୁହେଁ ଦୁଇଟି ଜୀବନ ବଞ୍ଚାଇଛନ୍ତି ମୃତ ପ୍ରିୟଙ୍କା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ବିରଳ କାଡାଭାରିକ ଅସ୍ତ୍ରୋପଚାର କରାଯାଇଛି । ଯାହା ରାଜ୍ୟରେ ପ୍ରଥମ ଥର ପାଇଁ ମୃତ୍ୟୁ ପରେ ଅଙ୍ଗଦାନ ଏକ ଐତିହାସିକ ଅସ୍ତ୍ରୋପଚାର ବୋଲି କୁହାଯାଇଛି । ଅଧିକ ଖବର ପଢନ୍ତୁ...

author img

By

Published : Feb 5, 2020, 3:17 AM IST

ମୃତ୍ୟୁ ପରେ ବି ଅମର; ଅଙ୍ଗଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ପ୍ରିୟଙ୍କା
ମୃତ୍ୟୁ ପରେ ବି ଅମର; ଅଙ୍ଗଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ପ୍ରିୟଙ୍କା

ଭୁବନେଶ୍ବର: ଗୋଟିଏ ନୁହେଁ ଦୁଇଟି ଜୀବନ ବଞ୍ଚାଇଛନ୍ତି ମୃତ ପ୍ରିୟଙ୍କା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ବିରଳ କାଡାଭାରିକ ଅସ୍ତ୍ରୋପଚାର କରାଯାଇଛି । ଯାହା ରାଜ୍ୟରେ ପ୍ରଥମ ଥର ପାଇଁ ମୃତ୍ୟୁ ପରେ ଅଙ୍ଗଦାନ ଏକ ଐତିହାସିକ ଅସ୍ତ୍ରୋପଚାର ବୋଲି କୁହାଯାଇଛି । ରୋଗୀଙ୍କ ଠାରେ ଲାଗିଲା ୨୭ ବର୍ଷର ମୃତ ମହିଳାଙ୍କ କିଡନୀ ।ପ୍ରାୟ ୬ ଘଣ୍ଟାର ହସ୍ପିଟାଲର ୬ ଜଣ ବିଶେଷଜ୍ଞ ଏବଂ କଟକ ଏସସିବି ମେଡିକାଲ କଲେଜର ୨ ଜଣ ବିଶେଷଜ୍ଞଙ୍କୁ ନେଇ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା ।

ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହୋଇଛି ଆଉ ଏକ ମାଇଲଖୁଣ୍ଟ । ଘରୋଇ ହସ୍ପିଟାଲରେ ରାଜ୍ୟର ପ୍ରଥମ କାଡ଼ଭାରିକ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ରବିବାର ରାତିରେ ହସ୍ପିଟାଲରେ ଜଣେ ମୃତ ମହିଳା ରୋଗୀଙ୍କଠାରୁ କିଡନୀ କଢ଼ାଯାଇ ,ସେହି ହସ୍ପିଟାଲରେ ଚିକିତ୍ସିତ ଜଣେ କିଡନୀ ରୋଗୀ ଏବଂ କଟକ ଏସସିବିରେ କିଡନୀ ହରାଇଥିବା ଜଣେ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି ।

ବରଗଡ ଅତାବିରାର ଫିରୋଜ ସାହୁ ନାମକ ଯୁବକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଅନ୍ୟଜଣେ ଘନଶ୍ୟାମ ଜେନାଙ୍କ ଦେହରେ ପ୍ରତିରୋପଣ କରାଯାଇଛି ମୃତ ପ୍ରିୟଙ୍କାଙ୍କ କିଡନୀ । ତେବେ ସୂଚନା ଅନୁସାରେ ଏହି ପ୍ରତିରୋପଣ ନିୟମ ସରକାରୀ ସ୍ତରରେ ଓ ବେସରକାରୀ ସ୍ତରରେ କରାଯାଇଥାଏ ।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ରାଜଧାନୀର ଘରୋଇ ହସ୍ପିଟାଲରେ ସଡକ ଦୁର୍ଘଟଣା ପରେ ସଙ୍କଟାପନ୍ନ ଅବସ୍ଥାରେ ଆଡ଼ମିଟ ହୋଇଥିବା ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ସୋମବାର ରାତିରେ ବ୍ରେନ ଡେଡ଼ ଯୋଗୁଁ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବେ । ତାପରେ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ପ୍ରିୟଙ୍କାଙ୍କ ଜୀବନ୍ତ ଥିବା ଦୁଇଟି କିଡନୀ କାଢି ତୁରନ୍ତ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ବଡ ମେଡିକାଲ ଆଣି ବରଗଡ଼ ଜିଲ୍ଲା ଅତାବିରାର କିଡନୀ ଫେଲ ରୋଗୀ ଫିରୋଜଙ୍କ ଶରୀରରେ ପ୍ରତିରୋପଣ କରାଗଲା । ଯାହାକି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ଘରୋଇ ହସ୍ପିଟାଲର ଆଇସିୟୁ ବିଶେଷଜ୍ଞ ଡ଼ ସରମିଳି ସିହ୍ନା ।

ସେପଟେ ହସ୍ପିଟାଲର ୟୁରୋଲୋଜି ବିଭାଗର ଡାକ୍ତର ସମୀରଣ ଦାସ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବିରଳ ଅସ୍ତ୍ରୋପଚାର ୬ ଘଣ୍ଟା ଧରି, ୬ ଜଣ ବିଶେଷଜ୍ଞ ଟିମଙ୍କ ଦ୍ବାରା କରାଯାଇଥିଲା।

ସେପଟେ ମୃତ ମହିଳା ପ୍ରିୟଙ୍କାଙ୍କ ଦିଅର ସମୀର ରାଜୁ ଏନେଇ ନିଜର କୋହଭରା କଣ୍ଠରେ କହିଛନ୍ତି ଯେ, ଦୀର୍ଘଦିନ ଧରି ଭାଉଜଙ୍କ ଅବସ୍ଥାରେ ସୁଧାର ନଆସିବାରୁ ଏଭଳି ନିଷ୍ପତ୍ତି ପରିବାର ଲୋକେ ନେଲେ । ଜଣେ ମଣିଷ ଭିତରେ ଆମ ଭାଉଜ ବଞ୍ଚିକି ରହିବେ ବୋଲି ଭାବୁଛୁ , ସେଥିପାଇଁ ଅଙ୍ଗଦାନ କରିବା ପାଇଁ ଇଚ୍ଛା କରିଥିଲୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଇତିହାସ ରଚିଲା ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ବିରଳ ଅସ୍ତ୍ରୋପଚାର, ସମଗ୍ର ରାଜ୍ୟ ଏକ ଐତିହାସିକ ଦିନ।

Body:ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ବିରଳ କାଡାଭାରିକ ଅସ୍ତ୍ରୋପଚାର।ରାଜ୍ୟରେ ପ୍ରଥମ ଥର ପାଇଁ ମୃତ୍ୟ ପରେ ଅଙ୍ଗଦାନ ଏକ ଐତିହାସିକ ଅସ୍ତ୍ରୋପଚାର।ରୋଗୀଙ୍କ ଠାରେ ଲାଗିଲା ୨୭ ବର୍ଷର ମୃତ ମହିଳାଙ୍କ କିଡନୀ।ପ୍ରାୟ ୬ ଘଣ୍ଟାରେ ଆପୋଲୋ ହସ୍ପିଟାଲର ୬ ଜଣ ବିଶେଷଜ୍ଞ ଏବଂ କଟକ ଏସସିବି ମେଡିକାଲ କଲେଜର ୨ ଜଣ ବିଶେଷଜ୍ଞଙ୍କୁ ନେଇ ଏ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି।

ସମଗ୍ର ରାଜ୍ୟରେ ଇତିହାସ ରଚିଛି ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ।ଚିକିତ୍ସା କ୍ଷେତ୍ରରେ ସୃଷ୍ଟି କରିଛି ଏକ ମାଇଲଖୁଣ୍ଟ।ଆପୋଲୋ ହସ୍ପିଟାଲରେ ରାଜ୍ୟର ପ୍ରଥମ କାଡ଼ଭାରିକ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି।ଗତ ରାତିରେ ଆପୋଲୋ ହସ୍ପିଟାଲରେ ଜଣେ ମୃତ ମହିଳା ରୋଗୀଙ୍କଠାରୁ କିଡନୀ କଢ଼ାଯାଇ ,ସେଇ ହସ୍ପିଟାଲ ରେ ଚିକିତ୍ସିତ ଜଣେ କିଡନୀ ରୋଗୀ ଏବଂ କଟକ ଏସସିବିରେ କିଡନୀ ହରାଇଥିବା ଜଣେ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି।ଆପୋଲୋ ହସ୍ପିଟାଲର ୬ଜଣ ବିଶେଷଜ୍ଞ ଟିମଙ୍କ ଦ୍ଵାରା ଏହି ବିରଳ ଅସ୍ତ୍ରୋପଚାର ପ୍ରାୟ ୬ ଘଣ୍ଟା ରେ ସମ୍ଭବ ହୋଇପାରିଛି।କିଡନୀ ହରାଇଥିବା ଜଣେ ରୋଗୀଙ୍କ ଅମୂଲ୍ୟ ଜୀବନକୁ ବଞ୍ଚାଇବାକୁ ଯାଇ ଜଣେ ମୃତ ମହିଳାଙ୍କ ଠାରୁ କିଡନୀ କାଢି ଆଣି ପ୍ରତିରୋପଣ କରାଯାଇଛି।

ଗତ ୨୭ ତାରିଖରେ ଆପୋଲୋ ହସ୍ପିଟାଲରେ ସଡକ ଦୁର୍ଘଟଣା ପରେ ସଙ୍କଟାପନ୍ନ ଅବସ୍ଥାରେ ଆଡ଼ମିଟ ହୋଇଥିବା ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ଚିକିତ୍ସା ସତ୍ତ୍ୱେ ସୋମବାର ରାତି ୧୧ଟାରେବ୍ରେନ ଡେଡ଼ ଯୋଗୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ପ୍ରିୟଙ୍କାଙ୍କ ଅଂଗଦାନ କରିବେ।ତାପରେ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଧେଶ ପରେ ପ୍ରିୟଙ୍କାଙ୍କ ଜୀବନ୍ତ ଥିବା ଦୁଇଟି କିଡନୀ କାଢି ତୁରନ୍ତ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ବଡ ମେଡିକାଲ ଆଣି ବରଗଡ଼ ଜିଲ୍ଲା ଅତାବିରାର କିଡନୀ ଫେଲ ରୋଗୀ ଫିରୋଜଙ୍କ ଶରୀରରେ ପ୍ରତିରୋପଣ କରାଗଲା।ଯାହାକି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ଆପୋଲୋ ହସ୍ପିଟାଲର ଆଇସିୟୁ ବିଶେଷଜ୍ଞ ଡ଼ ସରମିଳି ସିଂହା।

ଆପୋଲ ହସ୍ପିଟାଲର ୟୁରୋଲୋଜି ବିଭାଗ ର ଡାକ୍ତର ସମୀରଣ ଦାସ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବିରଳ ଅସ୍ତ୍ରୋପଚାର ୬ ଘଣ୍ଟା ଧରି,୬ ଜଣ ବିଶେଷଜ୍ଞ ଟିମଙ୍କ ଦ୍ୱାରା କରାଯାଇଥିଲା।

ସେପଟେ ମୃତ ମହିଳା ପ୍ରିୟଙ୍କାଙ୍କ ଦିଅର ସମୀର ରାଜୁ ଏନେଇ ନିଜର କୋହଭରା କଥା ବ୍ୟକ୍ତ କରିଛନ୍ତି, ଦୀର୍ଘଦିନ ଧରି ଭାଉଜଙ୍କ ଅବସ୍ଥାରେ ସୁଧାର ନଆସିବାରୁ ଏଭଳି ନିଷ୍ପତ୍ତି ପରିବାର ଲୋକେ ନେଲେ ,ଜଣେ ମଣିଷ ଭିତରେ ଆମ ଭାଉଜ ବଂଚିକି ରହିବେ ବୋଲି ଭାବୁଛୁ ,ସେଥିପାଇଁ ଅଂଗଦାନ କରିବା ପାଇଁ ଇଚ୍ଛା କରିଥିଲୁ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.