ETV Bharat / city

ଲକଡାଉନରେ ପ୍ରଭାବିତ ଘରୋଇ ହଷ୍ଟେଲ, ଭଡା ପାଇଁ ପିଲାଙ୍କ ଉପରେ ପଡୁଛି ଚାପ

author img

By

Published : Jun 20, 2020, 9:44 PM IST

ଲକଡାଉନରେ ସାରା ରାଜ୍ୟ ପ୍ରଭାବିତ ହୋଇଛି । ଘରୋଇ ହଷ୍ଟେଲ ମଧ୍ୟ ଏହି ଲକଡାଉନରେ ବାଦ ପଡିନି। ଏହି ସମୟରେ ହଷ୍ଟେଲ ଗୁଡିକ ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ହଷ୍ଟେଲ ମାଲିକ। ଏପଟେ ପିଲାଙ୍କୁ ଭଡା ଦେବା ପାଇଁ ବାଧ୍ୟ କରାଯାଉଛି । ଅଧିକ ପଢନ୍ତୁ..

affected-private-hostels-in-lockdown-children-are-under-pressure-to-rent

ଭୁବନେଶ୍ବର: ରାଜଧାନୀରେ ଛତୁ ଫୁଟିଲା ଭଳି ଗଳିକନ୍ଦିରେ ଘରୋଇ ହଷ୍ଟେଲ । ହେଲେ କୋରୋନା ଲକଡାଉନ ସମୟରେ ହଷ୍ଟେଲର ଛାତ୍ର ବିଶେଷ ପ୍ରଭାବିତ ହୋଇଛନ୍ତି । ଅନେକ ମାତ୍ରାରେ ହଷ୍ଟେଲ ଖାଲି ପଡୁଛି । 90 ପ୍ରତିଶତ ପିଲାମାନେ ହଷ୍ଟେଲ ଛାଡିଛନ୍ତି । ଏପଟେ ହଷ୍ଟେଲ ମାଲିକମାନେ କୋରୋନା କାଳରେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

ଲକଡାଉନରେ ପ୍ରଭାବିତ ଘରୋଇ ହଷ୍ଟେଲ, ଭଡା ପାଇଁ ପିଲାଙ୍କ ଉପରେ ପଡୁଛି ଚାପ

ଲକଡାଉନରେ କୌଣସି ପିଲାମାନେ ହଷ୍ଟେଲରେ ରହିଯାଇଥିବା ବେଳେ ସେମାନଙ୍କୁ ଭଡା ପାଇଁ ଚାପ ପକାଉଛନ୍ତି । ଏପଟେ କିଛି ଛାତ୍ରୀ, କାର୍ଯ୍ୟରତ କର୍ମଜୀବୀ ଯୁବତୀ ଓ ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଛାତ୍ର ଛାତ୍ରୀ ମାନେ ହଷ୍ଟେଲରେ ରହୁଥିବାରୁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ହଷ୍ଟେଲ ଫାଙ୍କା ରହିଥିବା ବେଳେ ଏବେ ମାଲିକମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ପରିସ୍ଥିରତରେ ହଷ୍ଟେଲରେ ରହିଥିବା ପିଲାଙ୍କର ଅବସ୍ଥା ସାଙ୍ଘାତିକ। ନା ଘରକୁ ଯାଇପାରୁଛନ୍ତି ନା ହଷ୍ଟେଲରେ ରହିପାରୁଛନ୍ତି । ସବୁଆଡେ ବନ୍ଦ ରହିଥିବା ସମୟରେ ହଷ୍ଟେଲର ମାଲିକ ଭଡା ମାଗିବା ଏକ କଷ୍ଟଦାୟକ ବୋଲି କୁହନ୍ତି ଜୋତିପ୍ରଜ୍ଞା ନାୟକ, ଜଣେ କାର୍ଯ୍ୟରତ କର୍ମଜୀବୀ ଯୁବତୀ । ଘରଠାରୁ ବହୁ ଦୂରରେ ରହୁଛନ୍ତି ଜୋତିପ୍ରଜ୍ଞା। ହେଲେ ଆଗକୁ ବଢ଼ିବାରେ ଇଛା ଶକ୍ତି ରହିଥିଲେ ମଧ୍ୟ ଘର ଭଡା ପାଇଁ ଏହି ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପଟେ ଭୁବନେଶ୍ୱରରେ କୋଚିଂ ନେଉଥିବା ସୁଜାତା ସାହୁ କହିଛନ୍ତି, ଘରେ 2 ମାସ ରହି ହଷ୍ଟେଲକୁ ଫେରିଥିବା ପିଲା ଙ୍କୁ ମଧ୍ୟ ଭଡା ମଗାଯାଉଛି । ଯାହା ଫଳରେ ପିଲାମାନେ ଏବେ ଏକ ପ୍ରକାରର ଚିନ୍ତାରେ ପଡିଛନ୍ତି । ଭୁବନେଶ୍ୱରରେ ହଷ୍ଟେଲ ମିଳୁନଥିବା ବେଳେ ଏଭଳି ପରିସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି କୁହନ୍ତି ସୁଜାତା ।

ଏପଟେ ଏକ ଘରୋଇ ହଷ୍ଟେଲର ମାଲିକ ଏଲିନା ଦାସ କୁହନ୍ତି, କରୋନା ପରିସ୍ଥିତି ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ହଷ୍ଟେଲ ରେ କୌଣସି ପିଲା ମଧ୍ୟ ନାହାନ୍ତି। ତେଣୁ ପିଲା ଙ୍କୁ କୌଣସି ପ୍ରକାରର ଜୋର ଜବରଦସ୍ତ ଭଡା ମଗାଯାଉନାହିଁ। ଦୁଇ ମାସର ଭଡା ଛାଡ଼ କରାଯିବ। ଏହି ହଷ୍ଟେଲରେ ପ୍ରାୟ 40 ରୁ ଊର୍ଦ୍ଧ୍ବ ପିଲା ରୁହନ୍ତି। ଅଧିକାଂଶ ପିଲା ମେଡିକାଲ ପ୍ରସ୍ତୁତି ରେ ରହିଥାନ୍ତି। କିନ୍ତୁ ଏହି ଜୁନ ଜୁଲାଇ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ ମାସ। ଏହି ମାସ ରେ କି ପିଲା ମାନେ ହଷ୍ଟେଲ ଛାଡ଼ିଥାନ୍ତି ଓ ନୂଆ ପିଲା ହଷ୍ଟେଲ ରେ ରହିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କୁ ନେଇ କୌଣସି ପରୀକ୍ଷା ହୋଇନଥିବା ବେଳେ ବଡ ଧରଣର କ୍ଷତି ସହିବାକୁ ପଡୁଛି । ବର୍ତ୍ତମାନ ସମୟରେ ଯଦି କୌଣସି ପିଲା ହଷ୍ଟେଲ ରେ ରୁହନ୍ତି ତେବେ ତାଙ୍କର ଘର ପରିଚୟ ଓ ସେ କୋଉ ଜୋନ ରୁ ଆସିଛନ୍ତି (ରେଡ଼ ,ଅରେଞ୍ଜ, ଗ୍ରୀନ) ସମସ୍ତ ତଥ୍ୟ ନେଲା ପରେ ଭଡା ଦିଆଯିବ।

ସାଧାରଣ ଭାବରେ ଗ୍ରୀନ ଜୋନକୁ ହିଁ ହଷ୍ଟେଲରେ ରଖିବାକୁ ଦିଆଯିବ। ଏହିପରି ହଷ୍ଟେଲରେ କାମ କରୁଥିବା ସମସ୍ତ ପ୍ରକାରର କର୍ମଚାରୀ ମଧ୍ୟ ଛୁଟିରେ ଘରକୁ ପଳାଇଛନ୍ତି। ଯେବେ ଏହି ମହାମାରୀ କମିବ ସେମାନଙ୍କୁ ପୁନର୍ବାର ଡକାଯିବ ବୋଲି କୁହନ୍ତି ଏଲିନା । ଅନ୍ୟପଟେ ଲକଡାଉନରେ ହଷ୍ଟେଲ ମାଲିକ ଜସସ୍ମିନ ରାଉତରାୟ କୁହନ୍ତି ଯେ ଫାୟାର ଷ୍ଟେସନ ନିକଟରେ ଏକ ମହିଳା ହଷ୍ଟେଲ ଅଛି। ଯେଉଁଥିରେ ପ୍ରାୟ 200 ରୁ 250 ଜଣ ଯୁବତୀ ରୁହନ୍ତି। ଲକଡ଼ାଇନରେ ସମସ୍ତେ ଘରକୁ ପଳାଇଛନ୍ତି। ଏନେଇ ଏହି ହଷ୍ଟେଲ ଏକ ଭଡା ଘରେ ଚାଲୁଛି। ଯାହା ହଷ୍ଟେଲର ମାଲିକଙ୍କ ଘର ଭଡା ମଗାଯାଉଛି। ଫଳରେ କୌଣସି ପରିସ୍ଥିତିରେ ମଧ୍ୟ ଟଙ୍କା ଦେବାକୁ ରାଜି ନାହାନ୍ତି ହଷ୍ଟେଲ ମାଲିକମାନେ। ଏହି ହଷ୍ଟେଲରେ ମାସକୁ 7 ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇପଡିଛି ବ୍ୟବସାୟ। ଫଳରେ ହଷ୍ଟେଲ ମାଲିକମାନେ ହାତ ବାନ୍ଧି ବସିଛନ୍ତି। ନା ପିଲାଙ୍କୁ ଭଡା ମାଗୁଛନ୍ତି ନା ଘର ମାଲିକଙ୍କ ଦେଉଛନ୍ତି। ଏନେଇ ଚିନ୍ତାରେ ହଷ୍ଟେଲ ମାଲିକମାନେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.