ETV Bharat / city

ସରକାର ପ୍ରଥମେ ଆଲୋଚନା କରନ୍ତୁ ପରେ ନିଷ୍ପତ୍ତି ନିଅନ୍ତୁ: ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

'ସରକାର ପ୍ରଥମେ ଆଲୋଚନା କରନ୍ତୁ ପରେ ନିଷ୍ପତ୍ତି ନିଅନ୍ତୁ'। ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସାମୟିକ ସମୟ ସ୍ଥଗିତ ରଖିବା ଘୋଷଣା ପରେ ଏହି ପ୍ରତିକ୍ରିୟା ଦେଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ। ଅଧିକ ପଢନ୍ତୁ

author img

By

Published : Jan 2, 2022, 3:40 PM IST

'ସରକାର ପ୍ରଥମେ ଆଲୋଚନା କରନ୍ତୁ ପରେ ନିଷ୍ପତ୍ତି ନିଅନ୍ତୁ': ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଭୁବନେଶ୍ବର : ସାମୟିକ ଭାବେ ସ୍ଥଗିତ ରହିଲା ପ୍ରଥମକୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି (primary school reopens postponed ) । ଏନେଇ ପ୍ରତିକ୍ରିୟା ରଖିଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସରକାର ପ୍ରଥମେ ଆଲୋଚନା କରନ୍ତୁ ପରେ ନିଷ୍ପତ୍ତି ନିଅନ୍ତୁ ବୋଲି କହିଲା ଶିକ୍ଷକ ସଂଘ । ବିନା ଆଲୋଚନାରେ ଘୋଷଣା କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ସହ ଅଭିବାବକ ଓ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପଡୁଛି। ବାରମ୍ବାର ଘୋଷଣା ଓ ନିଷ୍ପତ୍ତି ଦ୍ବାରା ଛାତ୍ରଛାତ୍ରୀ ନିରୁତ୍ସାହିତ ହେଉଛନ୍ତି। ଅନ୍ୟପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ବଟ୍ଟ କହିଛନ୍ତି ଯେ ଓମିକ୍ରନ ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଅନେକ ରାଜ୍ୟରେ ସ୍କୁଲକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଶିକ୍ଷା ବିଭାଗ ସ୍କୁଲ ଖୋଲିବା ପୂର୍ବରୁ ପ୍ରଶାସନ ଶିକ୍ଷାବିତ ଓ ଅଭିଭବାକ ମାନଙ୍କ ସହ ଆଲୋଚନା କରିବା ଆବଶ୍ୟକତା ରହିଛି। ମହାମାରୀ ସମୟରେ ପିଲାଙ୍କ ଭବିଷ୍ୟତ ଓ ସ୍ୱାସ୍ଥ୍ୟକୁ ଦେଖି ନିଷ୍ପତ୍ତି ନେବା ନିଆଯାଉ ବୋଲି ସେ କହିଛନ୍ତି।

ଅନ୍ୟପଟେ ୟୁନିଟ 2 ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଆମର ସମସ୍ତ ପ୍ରସ୍ତୁତି ସରିଥିଲା କିନ୍ତୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ରହିଛି ପିଲାମାନେ ଅନଲାଇନ ମାଧ୍ୟମରେ କଠିନ ବିଷୟ ଗୁଡିକ ଯେପରି ଇଂରାଜୀ, ଗଣିତ ପରି ବିଷୟ ଗୁଡିକ ବୁଝିବା କଷ୍ଟକର ଅଟେ। ତେଣୁ କ୍ଳାସ କରିବା ଆବଶ୍ୟକ। କିନ୍ତୁ ସ୍ୱାସ୍ଥ୍ୟ ଆଗ ଶିକ୍ଷା ପଛ ।

ସୂଚନା ଅନୁଯାୟୀ,ଆଜି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଚଳିତ ମାସରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.