ETV Bharat / city

ଅପରାଧରେ ସାମିଲ ଥିଲେ ହୁସିଆର, ଭୁବନେଶ୍ବରରୁ ଉଠାଇ ନେଉଛି ପୋଲିସ

author img

By

Published : Sep 3, 2022, 12:43 PM IST

ପୂଜା ପାଇଁ ପୋଲିସର ପ୍ରସ୍ତୁତି । ଆରମ୍ଭ ହେଲା ପ୍ରିଭେଣ୍ଟିଭ ଆରେଷ୍ଟ । ପୂଜାରେ ଗଣ୍ଡଗୋଳ ଓ ଅପରାଧ କରିବାର ଆଶଙ୍କା ଥିବା ଅପରାଧିଙ୍କୁ ଉଠାଇ ନେଉଛି ପୋଲିସ । ଅଧିକ ପଢନ୍ତୁ

ଅପରାଧରେ ସାମିଲ ଥିଲେ ହୁସିଆର, ଭୁବନେଶ୍ବରରୁ ଉଠାଇ ନେଉଛି ପୋଲିସ
ଅପରାଧରେ ସାମିଲ ଥିଲେ ହୁସିଆର, ଭୁବନେଶ୍ବରରୁ ଉଠାଇ ନେଉଛି ପୋଲିସ

ଭୁବନେଶ୍ବର: ଆଗକୁ ପାର୍ବଣ । ସହର ବଜାର ସବୁଠି ହେବ ଖଚାଖଚ ଭିଡ । କେବଳ ଭିଡ ହେବନି ଭିଡ ସହ ଚୋରି, ଲୁଟ, ଡକାୟତି ସହ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଯାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ ପୋଲିସ । ପୋଲିସ ଆରମ୍ଭ କରିଛି ପ୍ରିଭେଣ୍ଟିଭ ଆରେଷ୍ଟ । ପୂଜାରେ ଗଣ୍ଡଗୋଳ ଓ ଅପରାଧ କରିବାର ଆଶଙ୍କା ଥିବା ଅପରାଧିଙ୍କୁ ଉଠାଇ ନେଉଛି । ସହରର ଶାନ୍ତି ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ପରିଚାଳନା ପାଇଁ ଆରମ୍ଭ ହୋଇଛି ଜୋରଦାର ଅପରେସନ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରୁ ଅପରାଧିଙ୍କୁ ଉଠାଇ ନେଉଛି ପୋଲିସ । ଏନେଇ ଦାଗୀ କ୍ରିମିନାଲଙ୍କ ପାଇଁ ତାଲିକା କରିଛି କମିଶନରେଟ ପୋଲିସ ।

ବିଭିନ୍ନ ଥାନା ଅଞ୍ଚଳରେ ଅପରାଧରେ ସାମିଲ ଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛି ପୋଲିସ । କାହା ନାଁରେ କେତେ କେଉଁ ଭଳି ଅପରାଧ ରହିଛି । ସେସବୁ ଅପରାଧି ପୂଜାରେ ଖୁଲାମ ଖୁଲା ବୁଲିଲେ ବିଗିଡିପାରେ ସହରର ଆଇନଶୃଙ୍ଖଳା । ଏନେଇ ପୋଲିସ ଆଇନ ଅନୁଯାୟୀ ପ୍ରିଭେଣ୍ଟିଭ ଆରେଷ୍ଟ ଆରମ୍ଭ କରିଛି । ଏନେଇ ଆଇପିସର ୧୧୦ରେ ପେଶାଗତ ଅପରାଧି ବା ଏକାଧିକ ଅପରାଧରେ ସାମିଲ ଥିବା ଅପରାଧିଙ୍କୁ ଗିରଫ କରୁଛି ପୋଲିସ ।

ସେହିପରି ଅପରାଧ କରି ବେଲରେ ଆସିଥିବା ଅପରାଧି ଯଦି ତାଙ୍କ ନାଁରେ ଅନ୍ୟ କେଉଁ ଥାନାରେ ଅପରାଧିକ ମାମଲା ରହିଛି । ବା ସେହି ଅପରାଧି ବାହାରେ ରହିଲେ ପରିସ୍ଥିତି ବିଶୃଙ୍ଖଳିତ ହୋଇପାରେ ସେନେଇ ପୋଲିସ ଆଇପିସିର ୧୧୧ ଧାରାରେ ସେମାନଙ୍କୁ ଗିରଫ କରୁଛି । କେବଳ ସେତିକି ନୁହେଁ ଗୋଷ୍ଠୀ ମୁହାଁମୁହିଁ ବା ଗାଁ ଗଣ୍ଡଗୋଳରେ କ୍ରିମିନାଲ ରେକର୍ଡ ଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇପାରେ ।

ଏହାବି ପଢନ୍ତୁ: ପାର୍ବଣ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ଜେଲ ଫେରନ୍ତାଙ୍କ ଉପରେ କଡା ନଜର

କାରଣ ଆଇପିସିର ଧାରା ୧୦୭ରେ ଏଭଳି ଗୋଷ୍ଠୀ ସଂଘର୍ଷରେ ସାମିଲ ଥିବା କ୍ରିମିନାଲ ବା ଦୁଇ ଗୋଷ୍ଠୀ ଗଣ୍ଡଗୋଳ ବା ଗ୍ରୁପିଜିମ ହୋଇ ମାରପିଟ ବା ଝଗଡା ମାମଲାରେ କେସ ଥିଲେ ପୋଲିସ ବାନ୍ଧିପାରେ । କ୍ରାଇମ କ୍ରିମିନାଲ ରେକର୍ଡ ଆଧାରରେ ଏଭଳି ୫୦୦ରୁ ଉର୍ଦ୍ଧ୍ବ ଅପରାଧିଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଥାନା ଅଞ୍ଚଳର ଥାନା ଅଧିକାରୀ ଏନେଇ ସେମାନଙ୍କ ଅଞ୍ଚଳରେ ଏଭଳି କ୍ରିମିନାଲଙ୍କୁ ଟ୍ରାକ କରି ତାଙ୍କୁ ଗିରଫ କରୁଛନ୍ତି । ୧୧୦,୧୧୧,୧୦୭ରେ ବୁକ କରାଥାଇ ପ୍ରିଭେଣ୍ଟିଭ ଆରେଷ୍ଟ ଜରିଆରେ ଆଗୁଆ ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.