ETV Bharat / city

‘ଆନ୍ତରିକତାର ଅଭାବ ଯୋଗୁଁ ଫେଲ ମାରୁଛି ଯୋଜନା’ - ବିଧାନସଭାରେ ସିଏଜି ରିପୋର୍ଟ

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେଲା ପରେ ଆଜି(ରବିବାର) ଏହାକୁ ସର୍ବସାଧାରଣ କରାଯାଇଛି । ସାମାଜିକ, ଅର୍ଥନୈତିକ, ରାଜସ୍ବ କ୍ଷେତ୍ରର ରିପୋର୍ଟରେ ଅନେକ ତ୍ରୁଟି, ବିଚ୍ୟୁତି, ଦୁର୍ନୀତି ଉପରୁ ପରଦା ଉଠାଇଛନ୍ତି ଏସିଜି ରିପୋର୍ଟ । ଅଧିକ ପଢନ୍ତୁ...

‘ଆନ୍ତରିକତାର ଅଭାବ ଯୋଗୁଁ ଫେଲ ମାରୁଛି ଯୋଜନା’

author img

By

Published : Apr 4, 2021, 6:58 PM IST

ଭୁବନେଶ୍ବର: ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେଲା ପରେ ଆଜି(ରବିବାର) ଏହାକୁ ସର୍ବସାଧାରଣ କରାଯାଇଛି । ସାମାଜିକ, ଅର୍ଥନୈତିକ, ରାଜସ୍ବ କ୍ଷେତ୍ରର ରିପୋର୍ଟରେ ଅନେକ ତ୍ରୁଟି, ବିଚ୍ୟୁତି, ଦୁର୍ନୀତି ଉପରୁ ପରଦା ଉଠାଇଛନ୍ତି ଏସିଜି ରିପୋର୍ଟ । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରିନ୍ସିପାଲ ଅକାଉଟାଣ୍ଟ ଜେନେରାଲ ବିଭୂଦତ ବସନ୍ତିଆ । ସରକାରଙ୍କ ପକ୍ଷରୁ କରାଯାଇଥିବା ବିଜୁ ଗାଁ ଗାଡି ଯୋଜନା ଏକରକମର ବିଫଳ ହୋଇଛି । ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏପରି ହୋଇଥିବା ରିପୋର୍ଟରେ ସିଏଜି ଦର୍ଶାଯାଇଛନ୍ତି ।

‘ଆନ୍ତରିକତାର ଅଭାବ ଯୋଗୁଁ ଫେଲ ମାରୁଛି ଯୋଜନା’

୧୦୦ ବସ କିଣିବା ପାଇଁ ୨୧ କୋଟି ଟଙ୍କାର ଆର୍ଥିକ ସହାୟତା ପଦାନ କରାଯାଇଥିଲା । ତେବେ ରାସ୍ତା ଶୁଳ୍କ ଓ ପରମିଟ ଫି ବାବଦରେ ୬୭.୯୧ ଲକ୍ଷ ଟଙ୍କା ଅନିୟମିତତା ଭାବେ ଛାଡ଼ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ପ୍ରୋତ୍ସାହନକାରୀଙ୍କୁ ଶୀଘ୍ର ଜମି ବଣ୍ଟନ ପାଇଁ ୧ଲକ୍ଷ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବାରେ ଇଡ଼କୋ ବିଫଳ ହୋଇଛି । ୨୦୧୦ରେ ନାଲକୋ ସହିତ ଏକ ଯୌଥ କମ୍ପାନୀ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରାଇଭେଟ ଲିମିଟେଡ଼ ଗଠନ କରିବା ସତ୍ତ୍ୱେ ଇଡ଼କୋ ଆଲୁମିନିୟମ ପାର୍କ ଅନୁଗୁଳଠାରେ ବିକାଶ କରିବାରେ ବିଫଳ ହୋଇଛି । ଇଡ଼କୋ ଆବଶ୍ୟକ ପରିମାଣର କଞ୍ଚାମାଲ ଉତ୍ସର ବ୍ୟବସ୍ଥା କରିପାରିନଥିଲା ଏବଂ ଯୌଥ ଉଦ୍ୟୋଗ କମ୍ପାନୀ ବଣ୍ଟନକାରୀଙ୍କ ପାଇଁ ସେମାନଙ୍କର ଶିଳ୍ପସଂସ୍ଥା ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ କରିନଥିଲା ।

7 ବର୍ଷ ବିତିଯାଇଥିଲେ ବି ଜମିର ପ୍ରତିବନ୍ଧକ ଏବଂ ଆବଶ୍ୟକ ଭିତ୍ତିଭୂମିର ବିକାଶ ନହେବା ଦ୍ୱାରା ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ହୋଇଚାଲିଛି । ପରିଚାଳନା ଓ ପର୍ଯ୍ୟାଲୋଚନାରେ ବିଫଳତା ହେତୁ ଇଡ଼କୋ ଜମି ଆବଣ୍ଟିତ ହୋଇଥିବା ସମସ୍ତ ଶିଳ୍ପ ବିରୁଦ୍ଧରେ ବକେୟା ଥିବା ୧୮.୫୨ କୋଟି ଟଙ୍କାର ଜିଆର ଓ ଶୁଳ୍କ ଆଦାୟ ହୋଇନି । ଏହାସହ ୪୪,୯୩୨.୨୯ ଏକର ବେସରକାରୀ ଜମି କ୍ଷେତ୍ରରେ ଏଭଳି ଦେୟ ସ୍ଥିର ହୋଇ ପାରିନଥିଲା । ଇଡକୋ ସେମାନଙ୍କର ଆରଓଆର ସଂଶୋଧନ କରିବାରେ ବିଫଳ ଯୋଗୁଁ ଏ ଭଳି ସ୍ଥିତି ଉପୁଜିଥିବା ରିପୋର୍ଟରେ କୁହାଯାଇଛି ।

ଏହା ଦ୍ୱାରା ୨୦୧୯ ପରଠୁ ବାର୍ଷିକ ୩୩.୧୬ କୋଟି ଟଙ୍କା ହାରରେ ରାଜ୍ୟ କୋଷରୁ କ୍ଷତି ହୋଇଛି । ହଦଗଡ ଅଭୟାରଣ୍ୟ ଏବଂ ଏହାର ଏକ କିଲୋମିଟର ବ୍ୟାସାର୍ଧ ମଧ୍ୟରେ ଥିବା ଜମିରେ ଖଣି କାର୍ଯ୍ୟ ପାଇଁ ଅନୁପଯୋଗୀ ବୋଲି ଓଡିଶା ଖଣି ନିଗମ ଜ୍ଞାତ ସାରରେ ଥିବା ସତ୍ତ୍ୱେ ଜମିକୁ ବିଳମ୍ବ ଫେରସ୍ତ ଯୋଗୁଁ ଏନପିଭି ଓ ଅଚଳ ଭଡା ବାବଦରେ ୬୫.୨୧ କୋଟି ଟଙ୍କାର ପରିହାର୍ଯ୍ୟ ବ୍ୟୟ ହୋଇଥିଲା । ଚୁକ୍ତି ଭିତ୍ତିକ ସର୍ତ୍ତ ଅନୁଯାଇ ଠିକାଦାର ଖଣିଜ ଖଣ୍ଡର କାଲିବ୍ରେଟେଡ଼ ପରିବର୍ତ୍ତନ ନପାରିବା ଦ୍ୱାରା ଖଣିଜ ଖଣ୍ଡ ବିକ୍ରି କରି ୭.୫୬ କୋଟି ଟଙ୍କାର କ୍ଷତି ହୋଇଛି ।

ଏହା ସତ୍ତ୍ୱେ ଏହି କ୍ଷତି ଭରଣା ଟଙ୍କା ଠିକାଦାର ଠାରୁ ଆଦାୟ କରିବା ଲାଗି ନିୟମ ରହିଛି କିନ୍ତୁ ସରକାର ଠିକାଦାରଙ୍କ ପ୍ରତି ଅନୁକମ୍ପା ଦେଖାଇ ଟଙ୍କା ଆଦାୟ କରିନାହାନ୍ତି । ସରକାରଙ୍କ ଠିକାଦାର ପ୍ରୀତି ଯୋଗୁଁ ରାଜସ୍ୱ ହାନି ହୋଇଛି । ଓଡିଶା ବିତରଣ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ମାଧ୍ୟମରେ ସମୁଦାୟ ବୈଷୟିକ ଓ ବାଣିଜ୍ୟିକ କ୍ଷତିରେ ହ୍ରାସ ଯାହାକି ପ୍ରଚଳିତ ୩୭ ପ୍ରତିଶତ ଅଟେ । ବାତ୍ୟା ଓ ବନ୍ୟା ନିରୋଧି ସ୍ୱଦୃଢ଼ ବିତରଣ ବ୍ୟବସ୍ଥା କରିବାକୁ ୪୭୩ ଟି ୩୩/୧୧ କେଭି ଉପକେନ୍ଦ୍ର ନିର୍ମାଣର ଲକ୍ଷ ଧାର୍ଯ୍ୟ କରିଥିଲେ ସରକାର । ପ୍ରକଳ୍ପର ବିଳମ୍ବ ଏବଂ ତ୍ରୁଟି ଯୋଗୁଁ ଯୋଜନା ବିଫଳ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.