ETV Bharat / city

ଉପନିର୍ବାଚନରେ ନାମାଙ୍କନ ଦାଖଲ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : Oct 16, 2020, 8:17 PM IST

ଉପନିର୍ବାଚନରେ ନାମାଙ୍କନ ଦାଖଲ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବରରେ ୯ ଓ ତିର୍ତ୍ତୋଲରେ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

ଉପନିର୍ବାଚନରେ ନାମାଙ୍କନ ଦାଖଲ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ
ଉପନିର୍ବାଚନରେ ନାମାଙ୍କନ ଦାଖଲ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଉପନିର୍ବାଚନ ନାମାଙ୍କନ ଦାଖଲ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବରରେ ୯ ଓ ତିର୍ତ୍ତୋଲରେ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ।

ଆସନ୍ତା ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପନର୍ବାଚନ ପାଇଁ ଏବେ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲରେ ରାଜନୈତିକ ବାତାବରଣ ଉଷ୍ଣତା ଖେଳିଯାଇଛି । ତିର୍ତ୍ତୋଲରେ 8 ଜଣ ପ୍ରାର୍ଥୀ ବିଭିନ୍ନ ଦଳରୁ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବାଲେଶ୍ବରରେ 5 ଜଣ ସ୍ବାଧୀନ ପ୍ରାର୍ଥୀ ସହ ବିଭିନ୍ନ ଦଳରୁ 9 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । 19 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏବଂ ସେହି ଦିନ ହିଁ ନିର୍ବାଚନରେ କେଉଁ ମାନେ ଭାଗନେବେ ସେ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଚଳିତବର୍ଷ ମହାମାରୀ କୋରୋନା ପାଇଁ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟରଙ୍କୁ ତିନି ଭାଗରେ ବିଭକ୍ତ କରା ଯାଇଥିଲା,1- 80 ବର୍ଷରୁ ଉର୍ଦ୍ଧ୍ବ, 2-ଶାରୀରିକ ଅକ୍ଷମ, 3-କୋରୋନା ଆକ୍ରାନ୍ତ । ସ୍ବତନ୍ତ୍ର ଟିମ ଗଠନ କରାଯାଇ ଏହି କ୍ୟାଟାଗୋରୀରେ ଥିବା ଲୋକଙ୍କ ମତାମତ ନିଆଯାଇଥିଲା । 10 ତାରିଖ ରୁ 14 ଯାଏଁ ମତାମତ ନିଆଯାଇଥିଲା । ତିର୍ତ୍ତୋଲରେ ଏହି କ୍ୟାଟାଗୋରିରେ 15253 ଜଣ ଥିଲେ । ତା ମଧ୍ୟରୁ 3681 ଜଣ ଲୋକ ପୋଷ୍ଟାଲ ବ୍ୟାଲେଟକୁ ସମର୍ଥନ କରିଛନ୍ତି । 9677 ଜଣ ବିରୋଧ କରିଛନ୍ତି । 1496 ଜଣ ଲୋକଙ୍କ ମତାମତ ମିଳିପାରିନାହିଁ । ସେହିଭଳି ବାଲେଶ୍ଵରରେ 8275 ଭୋଟର ଏହି କ୍ୟାଟାଗୋରୀର ଥିଲେ । 1727 ପୋଷ୍ଟାଲ ବ୍ୟାଲେଟକୁ ସମର୍ଥନ କରିଛନ୍ତି । 3503 ଜଣ ବିରୋଧ କରିଛନ୍ତି । 902 ଜଣଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ସର୍ବମୋଟ 23528 ଜଣ ଭୋଟର ମଧ୍ୟରୁ 5408 ପୋଷ୍ଟାଲ ବ୍ୟାଲେଟ ବ୍ୟବସ୍ଥାକୁ ସମର୍ଥନ କରିଥିବା ବେଳେ 13180 ଜଣ ବିରୋଧ କରିଛନ୍ତି 2398 ଜଣକ ପ୍ରତିକ୍ରିୟା ମିଳିପାରିନାହିଁ । ସର୍ବମୋଟ 23 ପ୍ରତିଶତ ଭୋଟର ପୋଷ୍ଟାଲ ବ୍ୟାଲେଟକୁ ସମର୍ଥନ କରିଥିବା ବେଳେ 56 ପ୍ରତିଶତ ଭୋଟର ବିରୋଧ କରିଛନ୍ତି।

ନିର୍ବାଚନ ବେଳେ ସ୍ବତନ୍ତ୍ର ଟିମ ଗଠନ କରାଯିବ। ସେହି ଟିମ ଏହି କ୍ୟାଟାଗୋରୀରେ ଥିବା ଲୋକଙ୍କ ଘରକୁ ଯାଇ ପୋଷ୍ଟାଲ ବ୍ୟାଲେଟରେ ଭୋଟ ଗ୍ରହଣ କରିବେ । ତାଙ୍କ ସହ ପୋଲିସ ଟିମ ମଧ୍ୟ ରହିବ। ସମ୍ପୂର୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ସମ୍ପୂର୍ଣ୍ଣ ଗୋପନୀୟତା ରଖାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.