ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଗୋଷ୍ଠୀ ସଂଘର୍ଷ ବିରୋଧରେ ଡିସିପିଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ଦାବି କରି ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି ଛାତ୍ରଛାତ୍ରୀ । 2 ଦିନ ପୂର୍ବରୁ ରାତି ଅଧରେ କିଛି ଛାତ୍ର ଗୋଷ୍ଠୀ ଗୋପବନ୍ଧୁ ଛାତ୍ରାବାସରେ ପଶି ମାଡ ମାରିଥିଲେ । ବାରମ୍ବାର କ୍ୟାମ୍ପସରେ ପଶି ଦାଦାବଟି ମାଗିବା ସହିତ ଗୁଣ୍ଡାରାଜ ଚଳାଇଥିଲେ। ଶାସକ ଦଳ ଦ୍ବାରା ପରଚାଳିତ କିଛି ଛାତ୍ର ଗୋଷ୍ଠୀ ଏଭଳି କରିଥିବା ଅଭିଯୋଗ ହୋଇଥିଲା ।
ଯାହାକୁ ନେଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । କୁଳପତିଙ୍କ ଆଶ୍ଵାସନା ପରେ ଧାରଣାରୁ ଉଠିଥିଲେ । ହେଲେ ତା ପରଦିନ କ୍ୟାମ୍ପସ ପରିସରରେ ଶାସକ ଦଳ ଦ୍ବାରା ପରିଚାଳିତ ଛାତ୍ର ଗୋଷ୍ଠୀ ବାଇକ ରାଲି କରିବା ସହିତ କିଛି ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି । ଆଉ ଯାହାକୁ ନେଇ କ୍ୟାମ୍ପସ ଅଶାନ୍ତ ହୋଇପଡ଼ିଛି । ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ