ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ବିଶିଷ୍ଟ ସେବା ପାଇଁ ଓଡିଶାର 2 ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉତ୍ସର୍ଗୀକୃତ ସେବା ପାଇଁ 11 ଜଣଙ୍କୁ ମିଳିବ ପୋଲିସ ମେଡାଲ । ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ଆର.କେ ଶର୍ମା ଏବଂ ବି.ବି ଥାପା, ଡେପୁଟି ସୁବେଦାର ବିଜୁ ପଟ୍ଟନାୟକ ଏସପିଏ ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ପାଇବେ।
![ଓଡ଼ିଶାର ୧୩ଜଣଙ୍କୁ ମିଳିବ ସମ୍ନାଜନକ ରାଷ୍ଟ୍ରପତି ପୋଲିସ୍ ମେଡାଲ୍](https://etvbharatimages.akamaized.net/etvbharat/prod-images/10371134_255_10371134_1611561446135.png)
ତେବେ କଟକ ବକ୍ସି ବଜାରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଇନସପେକ୍ଟର ଜେନେରାଲ ଅଫ୍ ପୋଲିସ ଏସ ପ୍ରବୀଣ କୁମାର, ଅତିରିକ୍ତ ପୋଲିସ ସୁପରିଟେଣ୍ଡେଟ ସ୍ପେଶିଆଲ ବ୍ରାଞ୍ଚ ରାଉରକେଲା ପାଇଁ ରବିନ୍ଦ୍ର କୁମାର ଦାସ, ଅତିରିକ୍ତ ପୋଲିସ ସୁପରିଟେଣ୍ଡେଟ ଏସଆଇଡବ୍ଲୁ ୟୁନିଟ୍ 5 ଭୁବନେଶ୍ବର ପାଇଁ ଭବାନୀ ଶଙ୍କର ମିଶ୍ର ଏହି ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ସେହିପରି ଡେପୁଟି କମାଣ୍ଡାଣ୍ଟ ବିଜୁପଟ୍ଟନାୟକ ରାଜ୍ୟ ପୋଲିସ କ୍ୟାଡର ପାଇଁ ଅଶୋକ ଦେହୁରୀ ଓ ସହକାରୀ କମିଶନର ଅଫ୍ ପୋଲିସ ଏସିପି ଜୋନ୍ 4 ଭୁବନେଶ୍ବର ପାଇଁ ପ୍ରକାଶ ଚନ୍ଦ୍ର ପାଲଙ୍କ ସେବା ପାଇଁ ସମ୍ମାନଜନକ ରାଷ୍ଟ୍ରପତି ପଦକ ଦିଆଯିବ।
![ଓଡ଼ିଶାର ୧୩ଜଣଙ୍କୁ ମିଳିବ ସମ୍ନାଜନକ ରାଷ୍ଟ୍ରପତି ପୋଲିସ୍ ମେଡାଲ୍](https://etvbharatimages.akamaized.net/etvbharat/prod-images/10371134_354_10371134_1611561460952.png)
ସହକାରୀ ସବ ଇନସପେକ୍ଟର ଭିଜିଲାନ୍ସ ଡାଇରେକ୍ଟର କଟକ ପାଇଁ ମନୋରଞ୍ଜନ ଶତପଥୀ, କ୍ରାଇମ ହାବିଲଦାର ଭାବେ ଓଡିଶାର ସୁନ୍ଦରଗଡର ସରୋଜ କୁମାର ଭୋଇ, ଡ୍ରାଇଭ ହାବିଲଦାର ଭିଜିଲାନ୍ସ ଡାଇରେକ୍ଟର କଟକ ପାଇଁ ଶେଖ୍ ନାସିରୁଦ୍ଧିନ, କନେଷ୍ଟବଳ ସୁନାବେଢା ପାଇଁ ଗୌତମ ପାତ୍ର ଓ ସୁବେଦାର ଓଏସଏପି ଦ୍ବିତୀୟ ବାଟାଲିୟାନରେ ଝାରସୁଗୁଡାର ହେମନ୍ତ ବାହାଦୂର କ୍ଷେତ୍ରୀ ଛେତ୍ରୀ ଓ ଡେପୁଟି କମାଣ୍ଡାଣ୍ଟରେ ଉଲ୍ଲେଖନୀୟ କାର୍ଯ୍ୟ କରି ଭୁବନେଶ୍ବରର ଏସଓଜି ବୁଦ୍ଧ ତାମାଙ୍ଗଙ୍କୁ ପୁରସ୍କୃତ କରାଯିବ।
ବ୍ୟୁରୋ ଚିଫ୍, ଇଟିଭି ଭାରତ