ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା 27 ଓ 28ରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ଡିଜି କ୍ୟାମ୍ପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଷ୍ଟ୍ରପତି ଆସନ୍ତା 27ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଭବନ ଯିବେ । ସେଠାରେ ରାତ୍ରୀ ଯାପନ କରିବା ପରେ 28 ତାରିଖରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଗୋପାଳପୁର ଯିବେ । ସେଠାରେ ଘୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛନ୍ତି ।
ଉକ୍ତ ବୈଠକରେ ଏଡିଜି ଆଇନ ଶୃଙ୍ଖଳା, ଗୁଇନ୍ଦା ନିର୍ଦ୍ଦେଶକ, ଡିଆଇଜି ସତ୍ୟବ୍ରତ ଭୋଇ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଭୁବନେଶ୍ବର ଡିସିପି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ