ETV Bharat / city

BMC ଷ୍ଟାଣ୍ଡିଂ କମିଟି ପାଇଁ ବାଜିଲା ବିଗୁଲ, ୭ ଦିନ ମଧ୍ୟରେ ଅଧ୍ଯକ୍ଷ ଚୟନ

author img

By

Published : May 4, 2022, 8:10 PM IST

ବିଏମସିର ଷ୍ଟାଣ୍ଡିଂ କମିଟି ପାଇଁ ବାଜିଲା ବିଗୁଲ, ବସିଲା ସ୍ବତନ୍ତ୍ର ବୈଠକ । ଅଧିକ ପଢନ୍ତୁ

BMC ଷ୍ଟାଣ୍ଡିଂ କମିଟି ପାଇଁ ବାଜିଲା ବିଗୁଲ, ୭ ଦିନ ମଧ୍ୟରେ ଅଧ୍ଯକ୍ଷ ଚୟନ
BMC ଷ୍ଟାଣ୍ଡିଂ କମିଟି ପାଇଁ ବାଜିଲା ବିଗୁଲ, ୭ ଦିନ ମଧ୍ୟରେ ଅଧ୍ଯକ୍ଷ ଚୟନ

ଭୁବନେଶ୍ବର: ବିଏମସିର ଷ୍ଟାଣ୍ଡିଂ କମିଟି ପାଇଁ ବାଜିଲା ବିଗୁଲ, ବସିଲା ସ୍ବତନ୍ତ୍ର ବୈଠକ । ସାତ ଦିନରେ ବଛା ହେବେ ଅଧ୍ୟକ୍ଷ । ପୌର ନିର୍ବାଚନ ସରିବା ପରେ ନିୟମ ମୁତାବକ ଦାୟିତ୍ବ ଗ୍ରହଣର ମାସେ ମଧ୍ୟରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ, ଯାହାକୁ ନେଇ ଆଜି(ବୁଧବାର) ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ବସିଛି ସ୍ବତନ୍ତ୍ର ବୈଠକ ।

ବୈଠକରେ କମିଶନରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ ୬୭ଜଣ କର୍ପୋରେଟର ଉପସ୍ଥିତ ଥିଲେ । ଏଥିରେ ଶିକ୍ଷା, ସଂସ୍କୃତି ଓ ଆମୋଦ-ପ୍ରମୋଦ, ଏଷ୍ଟାବ୍ଲିସମେଣ୍ଟ, ପବ୍ଲିକ ହେଲ୍‌ଥ, ବିଦ୍ୟୁତ, ଜଳଯୋଗାଣ, ପରିବେଶ ଓ ଡ୍ରେନେଜ, ଯୋଜନା ଓ ଉନ୍ନୟନ, ପୂର୍ତ୍ତ, ଅଭିଯୋଗ ଓ ସାମାଜିକ ସୁରକ୍ଷା, ବସ୍ତି ଥଇଥାନ, ବିତ୍ତ ଓ କର ଏବଂ ଲାଇସେନ୍ସ ଓ ଅପିଲ ଭଳି ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି ।

ପ୍ରତ୍ୟେକ କମିଟିରେ ୭ରୁ ୮ଜଣ ଲେଖାଏଁ କର୍ପୋରେଟରଙ୍କୁ ସାମିଲ କରାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ଏହି ସମସ୍ତ କମିଟିର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.