ETV Bharat / city

ଭୁବନେଶ୍ବରରେ ଗର୍ଭବତୀଙ୍କୁ ସପ୍ତାହରେ ଦୁଇଦିନ ଟିକାଦାନ

author img

By

Published : Jul 18, 2021, 4:39 PM IST

ଏଣିକି ରାଜଧାନୀରେ ସପ୍ତାହକୁ ଦୁଇଦିନ ଗର୍ଭବତୀଙ୍କୁ ଦିଆଯିବ କୋଭିଡ ଟିକା । ଜୁଲାଇ 21ରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବରରେ ଗର୍ଭବତୀଙ୍କୁ ସପ୍ତାହରେ ଦୁଇଦିନ ଟିକାଦାନ
ଭୁବନେଶ୍ବରରେ ଗର୍ଭବତୀଙ୍କୁ ସପ୍ତାହରେ ଦୁଇଦିନ ଟିକାଦାନ

ଭୁବନେଶ୍ୱର: ଏଣିକି ରାଜଧାନୀରେ ସପ୍ତାହକୁ ଦୁଇଦିନ ଗର୍ଭବତୀଙ୍କୁ ଦିଆଯିବ କୋଭିଡ ଟିକା । ଜୁଲାଇ 21ରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଗର୍ଭବତୀଙ୍କୁ କୋଭିଡ ଟିକା ଦିଆଯିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିପାଇଁ ରାଜ୍ୟରେ ଦୁଇଦିନ ଗର୍ବବତୀଙ୍କୁ କୋଭିଡି ଟିକା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ମଧ୍ୟ ଗୋଟିଏ ସପ୍ତାହରେ ଦୁଇ ଦିନ ଟିକା ଦିଆଯିବ।

ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ ଭୁବନେଶ୍ୱରରେ ଗର୍ଭବତୀଙ୍କୁ କୋଭାସ୍କିନ ଟିକା ଦିଆଯିବ। ସେହିଦିନ ସକାଳ 11 ଟା ସମୟରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଚାଲିବ କୋଭିଡ ଟୀକାକରଣ । 21 ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ବ୍ୟବସ୍ଥା କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ସମସ୍ତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ । ନିକଟସ୍ଥ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ ଗର୍ଭବତୀ । କୋଭିଡ ଟିକା ପାଇଁ ଦୂରକୁ ଯାଇ ଅଯଥା ଭିଡ଼ ନକରିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ମହାନଗର ନିଗମ । ଏଥିପାଇଁ ଗର୍ଭବତୀଙ୍କୁ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇବାକୁ ହେବ ।

ରାଜ୍ୟରେ କୋରୋନା ସଂକ୍ରମଣ କମିଥିଲେ ସୁଦ୍ଧା ମୃତ୍ୟୁସଂଖ୍ଯା କମିବାର ନାଁ ଧରୁନି । ଏହାଛଡ଼ାରେ ରାଜ୍ୟରେ ପୁଣି କୋରୋନା ତୃତୀୟ ଲହର ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ପ୍ରତ୍ୟେକ ବର୍ଗଙ୍କୁ କୋଭିଡ ଟୀକାକରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ଶ୍ରେଣୀରେ ବର୍ତ୍ତମାନ ଗର୍ଭବତୀମାନେ ସାମିଲ ହୋଇଥିବା ବେଳେ ସେମାନଙ୍କୁ କିଭଳି ସୁରୁଖୁରୁରେ ଟିକାଦାନ କରାଯିବ ସେନେଇ ସମସ୍ତ ପଦକ୍ଷେପ ନେଉଛି BMC ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.