ETV Bharat / city

କୋରୋନାର ଦ୍ବିତୀୟ ଲହରୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଡା ପଦକ୍ଷେପ

author img

By

Published : Mar 31, 2021, 4:04 PM IST

DGCA ନିର୍ଦ୍ଦେଶ ଅନୁଯାୟୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପଦକ୍ଷେପ ନିଆଯାଉଛି । ଆବଶ୍ୟକତା ଅନୁସାରେ ବିମାନବନ୍ଦରରେ ଘଣ୍ଟାକୁ ଘଣ୍ଟା କୋଭିଡ ନିୟମ ପାଳନ ପାଇଁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ନିଆଯାଉଛି ପଦକ୍ଷେପ

ଭୁବନେଶ୍ବର: ସାରା ଦେଶରେ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଏନେଇ DGCA ନିର୍ଦ୍ଦେଶ ଅନୁଯାୟୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପଦକ୍ଷେପ ନିଆଯାଉଛି । ଆବଶ୍ୟକତା ଅନୁସାରେ ବିମାନବନ୍ଦରରେ ଘଣ୍ଟାକୁ ଘଣ୍ଟା କୋଭିଡ ନିୟମ ପାଳନ ପାଇଁ ଘୋଷଣା କରାଯାଇଛି ।

ଯାତ୍ରୀଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ସିନିୟର ଅଫିସର ଏହାକୁ ତଦାରଖ କରୁଛନ୍ତି । ସେହିପରି ଅଧିକ ଚେୟାର ବ୍ୟବସ୍ଥା କରାଯାଇଛି ।

ବିଭିନ୍ନ ବିମାନ ବନ୍ଦରରେ କୋଭିଡ ନିୟମ ଉଲଙ୍ଘନ ହେଉଥିବା ନେଇ DGCAକୁ ଚିଠି ମିଳିଛି । ଆମେ ସ୍ଥାନୀୟ ପୋଲିସ ସହ ସମନ୍ୱୟ ରକ୍ଷା କରି କାମ କରିବୁ । ବିମାନ ବନ୍ଦର ଭିତରେ ଫାଇନ ଆଦାୟର ବ୍ୟବସ୍ଥା ନାହିଁ । BMC ସହ ମିଶି ସ୍କାନିଂ କାମ ଚାଲୁଛି । ଦେଶର ପାଞ୍ଚ ରାଜ୍ୟ ଲୋକଙ୍କ ଉପରେ ନଜର ରଖାଯାଇଛି । ଆବଶ୍ୟକ ପଡ଼ିଲେ RTPCR ପରୀକ୍ଷା କରୁଛୁ । DGCA ମଧ୍ୟ ଆମ କାମ କାର୍ଯ୍ୟକୁ ନିୟମିତ ତଦାରଖ କରୁଛି ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.