ହାଇଦ୍ରାବାଦ: ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜ ଅଞ୍ଚଳରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡର ପାସ ,ଫୁଟ ଓଭରବ୍ରିଜ ଏବଂ ସଂଯୋଗକାରୀ ରାସ୍ତା ନିର୍ମାଣ ବିଷୟରେ ମାନ୍ୟବର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଓ ଜାତୀୟ ରାଜପଥ , ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ତଦନୁସାରେ ଉଭୟଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ କତ୍ତୃପକ୍ଷଙ୍କ ସହିତ ଆଲୋଚନା ପାଇଁ ନିତିନ ଗଡକାରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ସେପ୍ଟେମ୍ବର 4ତାରିଖ ଦିନ ଏହି ବୈଠକ ସ୍ଥିର ହୋଇଥିବା ଷ୍ପଷ୍ଟ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ ।