ETV Bharat / city

ବାଲେଶ୍ଵର-ଖଡ଼ଗପୁର ରାସ୍ତାକୁ 6 ଲେନ ପାଇଁ ଗଡକରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି - ବାଲେଶ୍ଵର-ଖଡ଼ଗପୁର ରାସ୍ତା

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ଵର-ଖଡ଼ଗପୁର ରାସ୍ତାକୁ 6 ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

Pratap Sarangi writes letter to Union Transport Minister
ବାଲେଶ୍ଵର-ଖଡ଼ଗପୁର ରାସ୍ତାକୁ 6 ଲେନ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
author img

By

Published : Jan 5, 2021, 4:22 PM IST

Updated : Jan 5, 2021, 4:46 PM IST

ଭୁବନେଶ୍ବର: ଜାତୀୟ ରାଜପଥ 60 ବାଲେଶ୍ବର-ଖଡ଼ଗପୁର ସେକ୍ସନ ରାସ୍ତାକୁ 6 ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି ।

Pratap Sarangi writes letter to Union Transport Minister
ବାଲେଶ୍ଵର-ଖଡ଼ଗପୁର ରାସ୍ତାକୁ 6 ଲେନ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଏହି ଅଞ୍ଚଳରେ ରାସ୍ତାର ଉନ୍ନତିକରଣ ଆର୍ଥିକ ବିକାଶରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି । ଏହି ରାସ୍ତା ରାଜ୍ୟର ବାହାରକୁ ସଂଯୋଗ କରୁଛି । ବାଲେଶ୍ବର, ମେଦିନାପୁର ଓ ଖଡଗପୁରର ଲୋକମାନେ ଏହି ରାସ୍ତା ନିର୍ଭର କରିଥାନ୍ତି । ଏଣୁ ଏହି ରାସ୍ତାରେ ଉନ୍ନତି ହେଲେ ସ୍ଥାନୀୟ ଲୋକ ଉପକୃତ ହେବା ସହିତ ସେମାନଙ୍କ ଆର୍ଥିକ ବିକାଶରେ ଉନ୍ନତି ଘଟିବ ।

ତେବେ 2011-12 ମସିହାରେ ଏହି ପ୍ରକଳ୍ପ ହେବାକୁ ଥିବା ବେଳେ କୌଣସି କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଅଟକି ରହିଯାଇଥିବା ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚିଠିରେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 5, 2021, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.