ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପୋଲିସ ଗୃହ ଏବଂ ନିଗମ (OPHWC)ର ଟଙ୍କାରେ ସିନେମା । ଖୋଲିବ ଠକେଇ ଟଙ୍କାରେ ଓଡ଼ିଆ ସିନେମାର ଲିଙ୍କ । ପ୍ରତାପ ସାମଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ ।
ଦେଢ କୋଟିରୁ ସନ୍ଦେହଜନକ ଡିପୋଜିଟର ଚେର ଖୋଜୁଛି ଭିଜିଲାନ୍ସ । ଓଡ଼ିଆ ସିନେମାରେ ହୋଇଥିବା ଟଙ୍କା ନିବେଶରେ ଗୁମର ଖୋଜୁଛି ଭିଜିଲାନ୍ସ । ଯାହାକୁ ନେଇ ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାରରେ କର୍ପୋରେସନର ନିଲମ୍ବିତ ଡେପୁଟି ମ୍ୟାନେଜରଙ୍କ କେଳେଙ୍କାରୀର ଗୁମର ଫିଟାଇବାକୁ ପ୍ରତାପ ସାମଲଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଦୁଇଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି ଭିଜିଲାନ୍ସ ଭୁବନେଶ୍ଵର ଡିଭିଜନ।
ତେବେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପ୍ରତାପଙ୍କର ସାଢେ ୧୪ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ସୂଚନାଥାଉକି OPHWCର ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ପ୍ରତାପ ସାମଲ । ଏହାପରେ ତାଙ୍କ ସମସ୍ତ କଳାକାରନାମା ସାମନାକୁ ଆସିଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ