ETV Bharat / city

ପ୍ରମୋଦ କୁମାର ମେହେର୍ଦ୍ଦା ହେଲେ ନୂତନ ମହିଳା ଓ ଶିଶୁବିକାଶ ବିଭାଗ ସଚିବ

author img

By

Published : Jul 6, 2021, 10:01 PM IST

ଡ. ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ...

Pramod Kumar Meherdha,  new Secretary for Women and Child welfare department, odisha HFW Department, ପ୍ରମୋଦ କୁମାର ମେହେର୍ଦ୍ଦା, ମହିଳା ଓ ଶିଶୁବିକାଶ ବିଭାଗ ସଚିବ
ପ୍ରମୋଦ କୁମାର ମେହେର୍ଦ୍ଦା ହେଲେ ନୂତନ ମହିଳା ଓ ଶିଶୁବିକାଶ ବିଭାଗ ସଚିବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନୂତନ କମିଶନରଙ୍କୁ ସ୍ବାଗତ ଜଣାଇଛନ୍ତି ।

ଦାୟିତ୍ବ ଗ୍ରହଣ କରିବା ପରେ ଡ. ମେହେର୍ଦ୍ଦା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ କୋଭିଡ୍‌ ପ୍ରୋଟୋକଲ ମଧ୍ୟରେ ବିଭାଗର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଆକ୍ସନ୍‌ ପ୍ଳାନ୍‌ ସଂପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ବିଶେଷ କରି ପୋଷଣ କାର୍ଯ୍ୟକ୍ରମ, ମମତା ଯୋଜନା, ସମନ୍ବିତ ଶିଶୁବିକାଶ ଯୋଜନା, ଅଙ୍ଗନବାଡ଼ି ସେବା ଆଦିର କାର୍ଯ୍ୟକାରିତା ସଂପର୍କରେ ଅବଗତ ହୋଇଛନ୍ତି ।

କୋଭିଡ୍‌ କଠିନ ପରିସ୍ଥିତିରେ ମଧ୍ୟ ବିଭାଗ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିଥିବାରୁ ସଚିବ ବିଭାଗୀୟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି । ମହିଳା ଓ ଶିଶୁବିକାଶ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ । ମହିଳା ଓ ଶିଶୁମାନଙ୍କ ନିମନ୍ତେ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁବିଧ ଯୋଜନାକୁ ବିଭାଗର ଅଧିକାରୀମାନେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇଥାଆନ୍ତି ।

ନିଜ ଶକ୍ତି ଓ ସାମର୍ଥ୍ୟର ପୂର୍ଣ୍ଣ ଉପଯୋଗ କରି ବିଭାଗ ମାଧ୍ୟମରେ ରାଜ୍ୟର ମହିଳା ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ସଚିବ ଡ. ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବିଭାଗର ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କନ୍‌ସଲଟାଣ୍ଟ ଉପସ୍ଥିତ ଥିଲେ । ଡ. ମେହେର୍ଦ୍ଦା ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରୁଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.