ଭୁବନେଶ୍ବର: ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କ ପ୍ରତିକ୍ରିୟା । ବଲ ଏବେ ସୁପ୍ରିମକୋର୍ଟରେ । ମୋଡିଫିକେସନ ପିଟିସନର ରାୟ ଆସିବା ପରେ ଜଣାପଡିବ ସୁପ୍ରିମକୋର୍ଟ ପୁନର୍ବିଚାର କରୁଛନ୍ତି କି ନାହିଁ ।
ଯିଏ ଯାହା କୁହନ୍ତୁ । ସର୍ବୋଚ୍ଚ ନ୍ୟାୟାଳୟ କହିସାରିବା ପରେ ତା ଉପରେ କିଛି କୁହାଯାଇପାରିବ ନାହିଁ । ତର୍ଜମା ଚାଲିଛି ରୀତିନୀତି କେମିତି ପାଳନ ହେବ । ବିରୋଧୀ କିଏ କଣ କହିଲା ସେଥିରେ କଣ ଅଛି । ସୁପ୍ରିମକୋର୍ଟଙ୍କ ରାୟ ପରେ କେମିତି ନୀତିକାନ୍ତି ପାଳନ ହେବ ସେ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ପ୍ରଫୁଲ୍ଲ ।
ଟିଭି ଚ୍ୟାନେଲ ମାଧମରେ ଭକ୍ତ ମାନେ ରଥଯାତ୍ରା ଦେଖିବାକୁ ଚାହୁଁଥିଲେ । ଭକ୍ତ ଦୁଃଖ ପ୍ରକାଶ କରିବା ସ୍ବଭାବିକ । କିନ୍ତୁ ସର୍ବୋପରି ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ପଡିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ