ETV Bharat / city

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

author img

By

Published : Feb 9, 2020, 6:18 PM IST

ପୁଣିଥରେ ଗରିବଙ୍କ ପାଇଁ କାନ୍ଦିଲେ ବିଜେପି ବିଜେଡି । ସରକାରୀ ଆବାସ ଯୋଜନାକୁ ନେଇ ଉଭୟ ଦଳ ସାମନାସାମନି । ଏହି ପ୍ରସଙ୍ଗରେ ବିଜେପିର ଆକ୍ରମଣ ପରେ ବିଜେଡି ମଧ୍ୟ ଉଠାଇଲା ନିଜ ଭାଗକଥା ।

Pradhan Mantri Awas Yojana
Pradhan Mantri Awas Yojana

ଭୁବନେଶ୍ବର: ଶନିବାର ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍କାଘର ବୟାନକୁ ନେଇ ତାତିଛି ବିଜେପି । ରବିବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳଳୀରେ ରାଜ୍ୟ ସରକାରଙ୍କ ଉପରେ ଏହି ପ୍ରସଙ୍ଗରେ ଜୋରଦାର ବର୍ଷିଛି ।

ଦଳୀୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ବିଜୁବାବୁଙ୍କ ନାଁରେ 365 ଦିନ ଉତ୍ସବ ପାଳନ କରନ୍ତୁ ଆପତ୍ତି ନାହିଁ । କିନ୍ତୁ ଗରିବଙ୍କ ଦାବିକୁ ଗୋଇଠା ମାରି ଉତ୍ସବକୁ ବରଦାସ୍ତ କରାଯିବନି । 2022 ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ମହତକାଂକ୍ଷୀ ଯୋଜନା ଆରମ୍ଭ କରିଛନ୍ତି । ହେଲେ ରାଜ୍ୟ ସରକାର ନିଜର ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସରକାରୀ ଆବାସ ବଣ୍ଟନ ଦଳୀୟ କର୍ମୀ ଭିତ୍ତିରେ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାଇଜାକ କରି ବିଜୁ ପକ୍କାଘରରେ ପରିବର୍ତ୍ତନକୁ ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି । ଦଳ ଅଭିଯୋଗ କରିଛି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରେ ବିଜୁ ଟ୍ୟାଗ ଲାଗିଛି । ସେହି ସବୁ ଯୋଜନାର ବର୍ତ୍ତମାନ ସ୍ଥିତି କଣ ବୋଲି ବିଜେପି ପ୍ରଶ୍ନ ଉଠାଇଛି ? ଦଳ ତଥ୍ୟଦେଇ ଅଭିଯୋଗ କରିଛି 2016ରେ 10 ଲକ୍ଷ ବିଜୁ ପକ୍କାଘର କରିଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଧାନସଭାରେ ଦର୍ଶାଇଥିଲେ 57538 ବିଜୁପକ୍କା ଘର ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ବିଜେଡି ମୁହାଁମୁହିଁ

ପକ୍କା ଘର ପାଇବାକୁ ଥିବା ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ କରିପାରିଲେ ନାହିଁ । ଅନ୍ୟ ରାଜ୍ୟରେ ସେଠାକାର ସରକାର କାର୍ଯ୍ୟାଦେଶ ଦେଲେଣି । ରାଜ୍ୟ ପ୍ରକାଶ କରିଥିବା ତାଲିକାରେ କଟକର 87671 ହିତାଧିକାରୀଙ୍କୁ ଚୟନ କରିଥିଲେ । ଏବେ ଏହା କମି 34000 ପହଁଚିଛି । ସାରା ରାଜ୍ୟରେ 60 ପ୍ରତିଶତ ଅଯୋଗ୍ୟଙ୍କୁ ଯୋଡିଥିଲେ ସରକାର। ବିଜେପି ଦାବି କରିଛି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଳିକା ଜାନୁୟାରୀ 15 ସୁଦ୍ଧା ପ୍ରକାଶ କରିବେ କିନ୍ତୁ ଫେବୃୟାରୀ 15 ହେବାକୁ ବସିଲାଣି । ଏହାସହ ପଞ୍ଚାୟତ ଅଫିସରେ ମଧ୍ୟ ତାଳିକା ଲାଗିବ ବୋଲି କହିଥିଲେ , ସେଥିରେ ମଧ୍ୟ ଫେଲ ମାରିଛନ୍ତି । ରାଜ୍ୟ ସରକାର ଜବାବ ଦିଅନ୍ତୁ କେବେ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ କରିବେ ।

ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ପାଞ୍ଚ ବର୍ଷ ହେବ ବିଜେପି ନେତା ଏଭଳି କହୁଛନ୍ତି। ୨୦୧୯ ନିର୍ବାଚନରେ ଲୋକେ ଯେଉଁ ବାର୍ତ୍ତା ଦେଇଛନ୍ତି ସେଥିରୁ ବିଜେପି ବୁଦ୍ଧି ଶିଖିନାହିଁ । ବିଜେପି ପାଲଟା ଆକ୍ରମଣ କରି କହିଛନ୍ତି ରାଜ୍ୟ ବିଜେପି କେନ୍ଦ୍ରର ଯେଉଁ ଡିଣ୍ଡିମ ପିଟୁଛି ସେମାନେ ଜାଣିବା ଦରକାର ଆବାସ ଯୋଜନାରେ କେନ୍ଦ୍ରର କେତେ ଅର୍ଥ ଏବଂ ରାଜ୍ୟର କେତେ ଅର୍ଥ । କେନ୍ଦ୍ରୀୟ ଯୋଜନା ପୂର୍ବରୁ 90:10 ଥିଲା ତାକୁ କାଟି 60:40 କରିଛନ୍ତି। ଅନ୍ୟାନ୍ୟ ଆନୁଷଙ୍ଗିକ ହିସାବ କଲେ ରାଜ୍ୟର ଭାଗ ପୁରା 50 ପ୍ରତିଶତ ହେଉଛି । ଏଥିରେ ରାଜ୍ୟ ବିଜେପି ବିତର୍କ କରୁ ବୋଲି ସେ ଆହ୍ବାନ କରିଛନ୍ତି । ହିତାଧିକାରୀ ଚୟନରେ ଅନିୟମିତତା ୨୦ ବର୍ଷ ହେବ ଶୁଣୁଛୁ। ବିଜେପି ପ୍ରବକ୍ତା ମାନେ ତଥ୍ୟହୀନ ମନ୍ତବ୍ୟ ଦେଉଛନ୍ତି। ଯଦି ଅନିୟମିତତା ହୋଇଛି ବିଜେପି ୨୦୧୪ରେ ଏହାକୁ କେମିତି ପ୍ରସଙ୍ଗ କରିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଯେଉଁ ତାଲିକାକୁ ବିରୋଧ କରୁଥିଲେ ସେହି ତାଲିକାକୁ ଅନୁମୋଦନ ଦେଲେ କେମିତି ?

ସୂଚନାଯୋଗ୍ୟଯେ ଶନିବାର ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆସନ୍ତା 3 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି କଚ୍ଚା ଘର ରହିବ ନାହିଁ ବୋଲି କହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପକ୍କାଘର ବଣ୍ଟନ ବିବାଦ। ସାମ୍ବାଦିକ ସମ୍ମିଳନୀରେ ସରକାର ଙ୍କୁ ଟାର୍ଗେଟ କଲା ବିଜେପି। ପ୍ରଧାନମନ୍ତ୍ରୀ ଆବାସ କୁ ନେଇ ମିଛ କହୁଛନ୍ତି ସରକାର।
ବିଜୁବାବୁଙ୍କ ନାଁ 365 ଦିନ ଉତ୍ସବ ପାଳନ କରନ୍ତୁ ଆପତ୍ତି ନାହିଁ , କିନ୍ତୁ ଗରିବଙ୍କ ଦାବୀ କୁ ଗୋଇଠା ମାରି ଉତ୍ସବକୁ ବରଦାସ୍ତ କରାଯିବନି।
2022 ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବା କେନ୍ଦ୍ରର ମହତ୍ୱକାଂକ୍ଷୀ ଯୋଜନା। ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବିଜୁ ଙ୍କ ନାଁ ରେ ଚଂଚକତା ବନ୍ଦ କରନ୍ତୁ। ବିଜୁଙ୍କ ନାଁ ରେ ସବୁ ଯୋଜନା କୁଆଡେ ଗଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ଏକ୍ସପ୍ରେସ ୱେ ବିଜୁ ଯୁବ ବାହିନୀ, ଦଶା କଣ?
2016 ରେ 10 ଲକ୍ଷ ବିଜୁ ପକ୍କାଘର କରିଛୁ ବୋଲି କହିଥିଲେ ନବୀନ । କିନ୍ତୁ ବିଧାନସଭା ରେ ଦର୍ଶାଇଥିଲେ 57538 ବିଜୁପକ୍କା ଘର ହୋଇଛି।
19 ଲକ୍ଷ ଘର ରୁ 17 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର।
20 ଲକ୍ଷ ଘର କରିବାକୁ 40 ହଜାର କୋଟି ଦରକାର। ଵଜେଟ ରେ ମାତ୍ର
3400 କୋଟି ବରାଦ କରିଥିଲେ।
ଯୋଗ୍ୟ କିଏ ତାର ତାଲିକା ସରକାର ଙ୍କ ପାଖରେ ନାହିଁ। ଅନ୍ୟ ରାଜ୍ୟରେ କାର୍ଯ୍ୟାଦେଶ ଦେଲେଣି। ପ୍ରକାଶ ପାଇଥିବା ତାଲିକା ରେ କଟକର 87671 ହିତାଧିକାରୀଙ୍କୁ ବାଛିଥିଲେ। ଏବେ ଏହା କମି 34000 ପହଁଚିଛି। ସାରା ରାଜ୍ୟ ରେ 60 ପ୍ରତିଶତ ଅଯୋଗ୍ୟ ଙ୍କୁ ଯୋଡିଥିଲେ।
ଚେତାବନୀ ଦେଉଛୁ ଓଡିଶା ର ସବୁ ଗରିବଙ୍କୁ ସାମିଲ ନ କଲେ ପରିଣାମ ଭୟଙ୍କର ହେବ। ଏ ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇନି। ପଂଚାୟତ ଅଫିସ ତାଲିକା ମାରି ନାହାଁନ୍ତି। କିଛି ଓଲମ ବିଲମ୍ବ ହେଲେ କିମ୍ବା
ନାମକରଣ ପରିବର୍ତ୍ତନ କଲେ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବ। ତାରିଖ ଖସଡ଼ା ଦିଅନ୍ତୁ। ସମଗ୍ର ରାଜ୍ୟ ରେ 27 ଲକ୍ଷ ହିତାଧିକାରୀଙଙ୍କୁ ବାଛି ଥିଲେ 13 ଲକ୍ଷ ଅଯୋଗ୍ୟ ବାହାରିଲେ। ହିତାଧିକାରୀ ତାଲିକା ସାର୍ବଜନୀନ କରାଯାଉ। ।
ଏହାର ଜବାବ ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, . ପାଞ୍ଚ ବର୍ଷ ହେବ ବିଜେପି ନେତା ଏଭଳି କହୁଛନ୍ତି। ୨୦୧୯ ନିର୍ବାଚନରେ ଲୋକମାନେ ଯେଉଁ ବାର୍ତ୍ତା ଦେଇଛନ୍ତି ସେଥିରୁ ଯଦି ବୁଦ୍ଧି ଶିଖିନାହାଁନ୍ତି ସେ କହିଲେ ଏହାର ପ୍ରତିଫଳନ ହେବନି। ରାଜ୍ୟ ବିଜେପି କେନ୍ଦ୍ରର ଯେଉଁ ଡିଣ୍ଡିମ ପିଟୁଛି ସେ ଜାଣିବା ଦରକାର ଆବାସ ଯୋଜନାରେ କେନ୍ଦ୍ର କେତେ ଅର୍ଥ ଏବଂ ରାଜ୍ୟ କେତେ ଅର୍ଥ ଦେଉଛି। କେନ୍ଦ୍ରୀୟ ଯୋଜନା ପୂର୍ବରୁ 90/10 ଥିଲା ତାକୁ କାଟି 60/40କରିଛନ୍ତି। ଏହା ଉପରେ ତର୍କ କରନ୍ତୁ, .ତାପରେ ବିଜୁ ପକ୍କାଘର ପାଇଁ ରାଜ୍ୟ ଅଧିକ ଖର୍ଚ୍ଚ କରୁଛି। ଚୟନ ରେ ଅନିୟମିତତା ୨୦ ବର୍ଷ ହେବ ଶୁଣୁଛୁ। ବିଜେପି ପ୍ରବକ୍ତା ମାନେ ତଥ୍ୟହୀନ ମନ୍ତବ୍ୟ ଦେଉଛନ୍ତି। ଯଦି ଅନିୟମିତତା ହୋଇଛି ବିଜେପି ୨୦୧୪ ରେ ଏହାକୁ କେମିତି ପ୍ରସଙ୍ଗ କରିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଯେଉଁ ତାଲିକାକୁ ବିରୋଧ କରୁଥିଲେ ସେହି ତାଲିକାକୁ ଅନୁମୋଦନ ଦେଲେ କେମିତି ? କେନ୍ଦ୍ରୀୟ ସ୍କିମରେ ରାଜ୍ୟର ଅଧା ଅର୍ଥ ରହୁଛି ବୋଲି ସେ କହିଛନ୍ତି।

Body:ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସମ୍ପାଦକ, ବିଜେପି
ବାଇଟ- ପ୍ରତାପ ଦେବ, ବିଜେଡି ମୁଖପାତ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.