ETV Bharat / city

ସରକାରୀ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସର ଅଭିଯୋଗ - Election 2022

ସରକାରୀ ଅଧିକାରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ପ୍ରଦେଶ କଂଗ୍ରେସର ପ୍ରତିନିଧି ମଣ୍ଡଳୀ । ଅଧିକ ପଢ଼ନ୍ତୁ

ସରକାରୀ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସର ଅଭିଯୋଗ

author img

By

Published : Mar 18, 2022, 10:42 PM IST

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ପ୍ରଦେଶ କଂଗ୍ରେସର ପ୍ରତିନିଧି ମଣ୍ଡଳୀ । ସାରା ରାଜ୍ୟରେ ପୌର ନିର୍ବାଚନର ଲହର ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ଥିବା ନିର୍ବାଚନ କାର୍ଯ୍ୟାଳୟର ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏଭଳି ଅଭିଯୋଗ କରିଛି କଂଗ୍ରେସ ।

ସରକାରୀ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସର ଅଭିଯୋଗ

ବିଭିନ୍ନ ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଫଟୋ ରହିଛି । ଏହାସହ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍କୁଲରେ ନବୀନଙ୍କ ଫଟୋ ରହିଛି । ସରକାରୀ ବିଜ୍ଞାପନରେ ବିଜେଡିର ପ୍ରଚାର ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି । ଏଭଳି ଅଭିଯୋଗ ନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କଂଗ୍ରେସ ପକ୍ଷରୁ ଦାବିପତ୍ର ଦେଇଛି ଦଳ । ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ କହିଛନ୍ତି କଂଗ୍ରେସ ନେତା ଶିବନନ୍ଦ ରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.