ETV Bharat / city

ବଡଦାଣ୍ଡ ହେବ ମଦ-ଆମିଷ ମୁକ୍ତ, ଚିଠି ଲେଖିଲେ ବିରୋଧୀ ଦଳ ନେତା

ପବିତ୍ର ବଡଦାଣ୍ଡକୁ ମଦମୁକ୍ତ ଆମିଷ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳନେତା । ପଢନ୍ତୁ ଅଧିକ...

author img

By

Published : Jan 7, 2020, 11:10 PM IST

PHOTO
Pradepta nayak

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି କୋଟି ହିନ୍ଦୁଙ୍କ ଆରଧ୍ୟ ଦେବତା । ଶ୍ରୀକ୍ଷେତ୍ର ହେଉଛି ଚାରିଧାମରୁ ଏକ ଧାମ । ସାରା ବିଶ୍ବରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିଶ୍ବାସର ପ୍ରାଣକେନ୍ଦ୍ର ହେଉଛି ଦାରୁବ୍ରହ୍ମଙ୍କ ବଡଦାଣ୍ଡ । ସେ ବିଶ୍ବର ନାଥ ଜଗନ୍ନାଥ । ଯେଉଁଥିପାଇଁ ମହାବାହୁ ବର୍ଷକୁ ଥରେ ଓହ୍ଲାଇ ଆସନ୍ତି ବଡ ଦାଣ୍ଡକୁ । ହେଲେ ଏବେ ସେହି ବଡ ଦାଣ୍ଡ ହୋଇପଡିଛି ଅପବିତ୍ର । ବଡଦାଣ୍ଡର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ଆମିଷ, ମଦ ଯାହା ସମଗ୍ର ହିନ୍ଦୁ ସମାଜକୁ ଆଘାତ ଦେଉଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ।

PHOTO
ମଦମୁକ୍ତ, ଆମିଷ ମୁକ୍ତ କରିବାକୁ ବିରୋଧୀ ଦଳ ନେତାଙ୍କ ଚିଠି

ଏପ୍ରସଙ୍ଗରେ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଉଦବେଗ ଜଣାଇବା ସହ ବଡଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳନେତା ନିଜ ଚିଠିରେ ଦର୍ଶାଇଛନ୍ତି ବଦଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଦ, ଆମିଷ ବିକ୍ରି କରାଯାଉଛି । ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳା ମଧ୍ୟ ମଦ ପିଇ ବଡଦାଣ୍ଡରେ ବିଶୃଙ୍ଖଳା କରାଯାଉଛି ।

ଏହିସବୁ ହେବା ଦ୍ବାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ ଓଡିଶା ପ୍ରତି ଏକ ନକରାତ୍ମକ ଭାବନା ଆସୁଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ନକରାତ୍ମକ ଭାବନା ଆସୁଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ଆଗରୁ ଅନେକ ସାଧୁସନ୍ଥ ମଧ୍ୟ ଏହି ଦାବି କରିଛନ୍ତି । ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଯାହା ସ୍ବାଗତଯୋଗ୍ୟ । ଏହା ସହିତ ବଡଦାଣ୍ଡକୁ ମଦମୁକ୍ତ ଓ ଆମିଷମୁକ୍ତ କରିବାର ବି ଆବଶ୍ୟକତା ଅଛି ବୋଲି ପ୍ରଦୀପ୍ତ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ
ଆଧ୍ୟାତ୍ମିକ କ୍ଷେତ୍ର । ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କର ବିଶ୍ୱାସର
ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ । ପୁରୀର ବଡଦାଣ୍ଡ ହେଉଛି ଏକ ପବିତ୍ର ସ୍ଥାନ । ବର୍ଷକୁ ଥରେ
ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ପବିତ୍ର ବଡଦାଣ୍ଡକୁ
ଆମିଷମୁକ୍ତ, ସେଠାରେ ମଦ ବିକ୍ରିକୁ ସମ୍ପୃର୍ଣ୍ଣ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
ବିରୋଧୀ ଦଳରେ ନେତା ପ୍ରଦୀପ୍ତ ନାଏକ ।
ଶ୍ରୀ ନାଏକ ଚିଠିରେ ଲେଖିଛନ୍ତି ଯେ ବଦଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେଷ୍ଟୁରାଂଟରେ ମଦ,
ଆମିଷ ବିକ୍ରି କରାଯାଉଛି । ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳେ ବି ମଦ ପିଇ ବଡଦାଣ୍ଡରେ
ବିଶୃଙ୍ଖଳା କରୁଥିବାର ନଜିର ଅଛି । ଏହା ହେବାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ
ଓଡିଶା ପ୍ରତି ଏକ ନକରାତ୍ମକ ଭାବନା ଆସୁଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ଆଗରୁ
ଅନେକ ସାଧୁ ସନ୍ଥ ମାନେ ଏହି ଦାବି ଉଠାଇଛନ୍ତି । ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିରର
ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଏହା ସ୍ୱାଗତଯୋଗ୍ୟ ।
ଏହା ସହିତ ବଡଦାଣ୍ଡକୁ ମଦମୁକ୍ତ ଓ ଆମିଷମୁକ୍ତ କରିବାର ବି ଆବଶ୍ୟକତା ଅଛି । ଆଶାକରୁଛି
ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.