ETV Bharat / city

ଶ୍ରୁତିଙ୍କୁ ୬ଘଣ୍ଟା ଧରି EDର ଜେରା: ଖୋଲିଲା ପାଠକ ଓ ପାଣିଗ୍ରାହୀ ଟ୍ରାନଜାକ୍ସନର ଗୁମର

author img

By

Published : Nov 26, 2021, 11:37 AM IST

Updated : Nov 26, 2021, 6:46 PM IST

ED(Enforcement Directorate)ରେ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଦୀର୍ଘ ୬ ଘଣ୍ଟା ଧରି ଶ୍ରୃତି ପାଣିଗ୍ରାହୀଙ୍କୁ କରାଗଲା ଜେରା । ଅଧିକ ପଢନ୍ତୁ

ଶ୍ରୁତିଙ୍କୁ ୬ଘଣ୍ଟା ଧରି EDର ଜେରା: ଖୋଲିଲା ପାଠକ ଓ ପାଣିଗ୍ରାହୀ ଟ୍ରାନଜାକ୍ସନର ଗୁମର
ଶ୍ରୁତିଙ୍କୁ ୬ଘଣ୍ଟା ଧରି EDର ଜେରା: ଖୋଲିଲା ପାଠକ ଓ ପାଣିଗ୍ରାହୀ ଟ୍ରାନଜାକ୍ସନର ଗୁମର

ଭୁବନେଶ୍ବର: ସକାଳ ୧୦ଟା ୧୫ରୁ ଅପରାହ୍ନ ୩ଟା ୪୫ ଦୀର୍ଘ ୬ ଘଣ୍ଟା ଧରି ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ED (Enforcement Directorate)ର ଜେରା । ଶ୍ରୃତି ପାଣିଗ୍ରାହୀଙ୍କ ଠାରୁ ପାଠକ ଓ ପାଣିଗ୍ରାହୀ ପରିବାର‌ ମଧ୍ୟରେ ହୋଇଥିବା ଟ୍ରାନଜାକ୍ସନ ସମ୍ପର୍କରେ କରିଥିଲେ ପଚରାଉଚରା । ଏପରିକି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଓ ଶ୍ରୁତି ପାଣିଗ୍ରାହୀଙ୍କ ଆକାଉଣ୍ଟ ମଧ୍ୟରେ ହୋଇଛି ଅନେକ ମନି ଟ୍ରାନଜାକ୍ସନ । ଯାହାକୁ ନେଇ ପ୍ରତ୍ୟେକଟି ଟ୍ରାନଜାକ୍ସନର ସମ୍ପର୍କରେ ପଚରାଉଚରା କରିଛନ୍ତି ଇଡିର ଅଧିକାରୀ । ଏପରିକି ଚାକିରି ଦେବା ନାଁରେ ଠକେଇ କରିଥିବା ଟଙ୍କାକୁ ଆକାଶ ପାଠକଙ୍କ ଆକାଉଣ୍ଟରୁ କୁଆଡେ କୁଆଡେ ଯାଇଛି ।

ଏହା ମଧ୍ୟ ପଢନ୍ତୁ:- EDରେ ହାଜର ହେଲେ ପୂର୍ବତନ IFS ଅଭୟ ପାଠକ

ଶ୍ରୁତି ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେତେ ଥର ଟ୍ରାନଜାକ୍ସନ ହୋଇଛି । ଏପରିକି ଅନେକ ଟ୍ରାନଜାକ୍ସନ ସମ୍ପର୍କରେ ଇଡି ଅଧିକାରୀ ଶ୍ରୁତିଙ୍କୁ ପଚରାଉଚରା କରିଛନ୍ତି । ଜେରା ବେଳେ ଅନେକ ତଥ୍ୟ ଦେଇଛନ୍ତି ସେ । ଯାହାକୁ ଆଧାର କରି ପରବର୍ତ୍ତୀ ଜେରା ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପେକ୍ଷା କରିଛି ଇଡି । କାରଣ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନେକ ବାର‌ ସମନ‌ ସତ୍ତ୍ବେ ଏଯାବତ ହାଜର ହୋଇନାହାନ୍ତି ଗୋପାଳପୁର ବିଧାୟକ(Gopalpur MLA Pradip Panigrahi)। ଯେହେତୁ ବିଧାୟକ ଓ ଆକାଶ ପାଠକ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଆସିଥିଲା । ସେସବୁ ଟଙ୍କାକୁ କେଉଁ ଆଡେ ବିନିଯୋଗ କରିଛନ୍ତି । ସେ ସବୁର ଗୁମର ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 26, 2021, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.