ETV Bharat / city

ଦକ୍ଷିଣ ଓଡିଶାରେ ବଢିବ ବିଜେଡି ଶକ୍ତି ! ଆଜି ଶଙ୍ଖ ଫୁଙ୍କିବେ ପ୍ରଦୀପ - ଆସନ୍ତାକାଲି ବିଜେଡିରେ ମିଶିବେ ପ୍ରଦୀପ ମାଝୀ

ଶନିବାର ଦକ୍ଷିଣ ଓଡିଶା ରାଜନୀତିରେ ହେବ ବଡ ପରିବର୍ତ୍ତନ । ଶାସକ ବିଜେଡିକୁ ମିଳିବ ବଳ । ବିଜେଡିରେ ସାମିଲ ହେବେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

Pradeep Majhi
Pradeep Majhi
author img

By

Published : Nov 5, 2021, 10:34 PM IST

Updated : Nov 6, 2021, 6:50 AM IST

ନବରଙ୍ଗପୁର: ଆଜି (ଶନିବାର) ଦକ୍ଷିଣ ଓଡିଶା ରାଜନୀତିରେ ହେବ ବଡ ପରିବର୍ତ୍ତନ । ଶାସକ ବିଜେଡିକୁ ମିଳିବ ବଳ । ଶକ୍ତିହୀନ ହେବ କଂଗ୍ରେସ । ବିଜେଡିରେ ଯୋଗ ଦେବେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ।

ଦକ୍ଷିଣ ଓଡିଶାରେ ବଢିବ ବିଜେଡି ଶକ୍ତି ! ବିପଦରେ କଂଗ୍ରେସର ଗତି

ଆଜି (ଶନିବାର) ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିବେ ପ୍ରଦୀପ ଓ ତାଙ୍କ ସମର୍ଥକ ପ୍ରଶଂସକ । ଏନେଇ ଶୁକ୍ରବାର ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଦୀପ ମାଝୀ କହିଛନ୍ତି, ଆଜି (ଶନିବାର) ଏକ ବିରାଟ ବାଇକ ରାଲି କରି ସହର ପରିକ୍ରମା କରାଯିବ । ଏହାପରେ ଆୟୋଜିତ ସଭାସ୍ଥଳରେ ଆସି ପହଞ୍ଚିବେ ପ୍ରଦୀପ ଓ ତାଙ୍କ ସମର୍ଥକ ।

ଏହି ବାଇକ ରାଲିରେ 10 ହଜାର ଲୋକ ସାମିଲ ହେବାକୁ ଥିବାବେଳେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷ, ନେତା କର୍ମୀ ସାମିଲ ହେବେ । ପରେ ବାଇକ ରାଲି ଆୟୋଜିତ ସଭାସ୍ଥଳରେ ପହଞ୍ଚିବ । ସେଠାରେ ସମସ୍ତଙ୍କୁ ବିଜେଡିରେ ସ୍ବାଗତ କରିବେ ଶାସକ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ ।

ଏହି ମେଗା ମିଶ୍ରଣ ପର୍ବରେ ବିଜେଡିର ଏକାଧିକ ମନ୍ତ୍ରୀ, ସାଂସଦ, ବିଧାୟକ ବରିଷ୍ଠ ନେତା ସାମିଲ ହେବେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଭାବେ ଭର୍ଚୁଆଲ ଯୋଗେ ସାମିଲ ହେବେ ।

ପ୍ରଦୀପ ଆହୁରି କହିଛନ୍ତି କି ଦକ୍ଷିଣ ଓଡିଶା ସମେତ ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସେ ଶାସକ ଦଳ ସହ କାମ କରିବେ । ଅତୀତରେ ମଧ୍ୟ ସେ ଲୋକଙ୍କ ସେବା ପାଇଁ ଅନେକ ଲଢେଇ କରିଛନ୍ତି । ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି । କିନ୍ତୁ ସମୟର ଆହ୍ବାନ ସହ ଲୋକଙ୍କ ସେବା ପାଇଁ ସରକାରଙ୍କ ସହ ଯିବାକୁ ସେ ଚିନ୍ତା କଲେ । ତେଣୁ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି କୌଣସି ଆଶା, ଉଦ୍ଦେଶ୍ୟ କିମ୍ବା ପଦ ପଦବୀ ଆଶାରେ କିମ୍ବା ସର୍ତ୍ତରେ ସେ ବିଜେଡିରେ ସାମିଲ ହେଉନାହାଁନ୍ତି । କେବଳ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ସାମିଲ ହେଉଛନ୍ତି । ବିଜେଡି ଯାହା ଦାୟିତ୍ବ ଦେବ ସେ ସଠିକ ଭାବେ ତୁଲାଇବେ । ଅଞ୍ଚଳର ଉନ୍ନତି ପାଇଁ କାମ କରିଚାଲିବେ ।

ଅନ୍ୟପଟେ ଗତ ପ୍ରଦୀପ କଂଗ୍ରେସ ଛାଡିବା ପରେ ପରେ କଂଗ୍ରେସ ନବରଙ୍ଗପୁର ଓ କୋରାପୁଟରେ ଅଧିକ ସକ୍ରିୟ ହୋଇପଡିଥିବାରୁ, ପ୍ରଦୀପ କହିଛନ୍ତି ସେ ଏହାକୁ ସ୍ବାଗତ କରୁଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁ ଦଳର ଅଧିକାର ଅଛି ନିଜ ରାଜନୈତିକ କାମ କରିବାର ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Nov 6, 2021, 6:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.