ETV Bharat / city

ମିଳିଲା ଜାମିନ, ଆଜି ମୁକୁଳି ପାରନ୍ତି ମହାରଥୀ - bhubaneswar

ଅଭିଯୋଗକାରୀଙ୍କ ଏଫଆଇଆର ଓ ବୟାନ ମଧ୍ୟରେ କୌଣସି ତାଳମେଳ ନିଥିବାରୁ ମହାରଥୀଙ୍କୁ ଜାମିନ ମିଳିଥିବା କହିଛନ୍ତି ତାଙ୍କ ଓକିଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 27, 2019, 9:03 PM IST

ଭୁବନେଶ୍ବର: ମହାରଥୀଙ୍କୁ ମିଳିଲା ଜାମିନ । 50 ହଜାର ଟଙ୍କାର ବେଲ ବଣ୍ଡ ଏବଂ 2 ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଏଡିଜେ ଭୁବନେଶ୍ବର କୋର୍ଟ । ଝାରପଡା ଜେଲରୁ ଆଜି ମୁକୁଳି ପାରନ୍ତି ମହାରଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ମହାରଥୀଙ୍କୁ ଜାମିନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଓକିଲ ଅଭିନବ ଚାନ୍ଦ । ଅଭିନବ କହିଛନ୍ତି ଯେ ମିଥ୍ୟା ମକଦମାରେ ମହାରଥୀଙ୍କୁ ଫସାଯାଇଛି, ଏଥିରେ ପ୍ରତ୍ୟକ୍ଷ ଭାବେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ଅଭିଯୋଗକାରୀଙ୍କ ଏଫଆଇଆର ଓ ବୟାନ ମଧ୍ୟରେ କୌଣସି ତାଳମେଳ ନିଥିବାରୁ ମହାରଥୀଙ୍କୁ ଜାମିନ ମିଳିଥିବା କହିଛନ୍ତି ତାଙ୍କ ଓକିଲ । ଏହାଛଡା ମହାରଥୀଙ୍କ ସର୍ତ୍ତମୂଳକ ଜାମିନ ମିଳିଛି ଯେଉଁଥିରେ ତାଙ୍କୁ ଏଭଳି କାମ ନକରିବାକୁ କୁହାଯିବା ସହ, ତଦନ୍ତ କରୁଥିବା ଅଧିକାରୀଙ୍କୁ ତଦନ୍ତରେ ସାହାଯ୍ୟ କରିବାକୁ କୁହାଯାଇଛି ।

ସୂଚନା ଯୋଗ୍ୟ କିଛି ଦିନ ତଳେ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାର୍ଡ ଚଢାଉ କରିଥିଲା । ମାତ୍ର ଚଢାଉ ସମୟରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟଙ୍କୁ ମାଡ ମାରିଥିଲେ । ପରେ ଏହି ଘଟଣା ବେଶ ଉଗ୍ର ରୂପନେଇଥିଲା । ପୋଲିସ ପକ୍ଷରୁ ଏହି ଘଟଣାରେ ମହାରଥିଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ତେବେ ଆଜି ତାଙ୍କୁ ଜାମିନ ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.