ETV Bharat / city

ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ

author img

By

Published : Sep 2, 2022, 12:46 PM IST

ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଆତ୍ମହତ୍ୟା କରିଥିବା ରିପୋର୍ଟରେ ହେଲା ସ୍ପଷ୍ଟ । ଏନେଇ ସୂଚନା ଦେଲେ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ।

ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ
ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ

ଭୁବନେଶ୍ବର: ଶାସ୍ତ୍ରୀନଗରରେ ଶୁଭଶ୍ରୀ ମୃତ୍ୟୁ ମାମଲା । ମୃତ୍ୟୁ ରହସ୍ୟ ଉପରୁ ହଠିଲା ପରଦା । ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ । ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର । ସେ କହିଛନ୍ତି ଯେ, ''ବେକରେ କୌଣସି ଏକ କପଡାରେ ସୁଇସାଇଡ କରିଛନ୍ତି ଶୁଭଶ୍ରୀ, ଯାହା ବେକରେ ଥିବା କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଛି । ସାଇଣ୍ଟିଫିକାଲ ଲିଗାର୍ଚର ମାର୍କରୁ ଏହା ଭି ମାର୍କ ଆସୁଥିବାରୁ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ଡାଇରେକ୍ଟର ଲକ୍ଷ୍ମୀଧର ସାହୁ'' ।

ମିଳିଥିବା ସୂଚନା ଅନୁଯାୟୀ, ଶାସ୍ତ୍ରୀ ନଗରରେ ଶୁଭଶ୍ରୀ ତାଙ୍କ ସ୍ବାମୀ ଓ ସାଢେ ତିନି ବର୍ଷର ପୁଅ ସହ ରହୁଥିଲେ । ଗତ ଅଗଷ୍ଟ ୩୦ ତାରିଖ ଦିନ ଖାରବେଳନଗର ଥାନା ଶାସ୍ତ୍ରୀନଗର ସ୍ଥିତ ଏକ ଭଡା ଘରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବେକରେ ଚିହ୍ନ ରହିଥିବା ବେଳେ ମୁହଁ ଓ ନାକରେ ଦାଗ ରହିଥିଲା । ଏନେଇ ତାଙ୍କ ସ୍ବାମୀ ଥାନାରେ ସ୍ତ୍ରୀକୁ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଦେଇଥିଲେ । ସେହିପରି ମୃତ ଶୁଭଶ୍ରୀଙ୍କ ପରିବାର ଲୋକେ ମଧ୍ୟ ହତ୍ୟା ନେଇ ସନ୍ଦେହ ପ୍ରକାଶ କରିଥିଲେ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

ଏହା ମଧ୍ୟ ପଢନ୍ତୁ-Subashree Death Case: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡ ଯୁବକ

ଗୁରୁବାର ଏହି ଘଟଣାରେ ପୋଲିସ ଶୁଭଶ୍ରୀଙ୍କ କଲ ହିଷ୍ଟ୍ରି ଦେଖିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ସେ ନୟାଗଡର ଜଣେ ଯୁବକ ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ, ତେବେ ମୃତ୍ୟୁ ପୂର୍ବରୁ ମଧ୍ୟ ସେହି ଯୁବକଙ୍କୁ ୭ରୁ ୮ଥର କଲ୍ କରିଥିଲେ । ଏହାପରେ ୨୭ ସେକେଣ୍ଡ କଥା ହୋଇଥିଲେ, କଥା ହେବାର କିଛି ସମୟପରେ ମହିଳା ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ସେ ୨୭ ସେକେଣ୍ଡ ସେ କଣ କଥା ହୋଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ କେଉଁ କାରଣକୁ କେନ୍ଦ୍ର କରି ସେ ଆତ୍ମହତ୍ୟାର ବାଟ ଆପଣାଇଲେ ସନେଇ ପୋଲିସ ତରଫରୁ କିଛି ସୂଚନା ମିଳିପାରି ନାହିଁ । ଶୁଭଶ୍ରୀଙ୍କ ସିଡିଆରରୁ ମିଳିଥିବା ତଥ୍ୟ ଆଧାରରେ ନୟାଗଡର ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଖାରବେଳନଗର ପୋଲିସ । ଶୁଭଶ୍ରୀଙ୍କ ମୃତ୍ୟୁ ସମୟରେ ନୟାଗଡର ଯୁବକ କେଉଁଠି ଥିଲେ ସେନେଇ ପଚରାଉଚରା କରୁଛି ପୋଲିସ । ନୟାଗଡର ଯୁବକଙ୍କ ସହ ଶୁଭଶ୍ରୀର ସମ୍ପର୍କ ନେଇ ସ୍ବାମୀ ଜାଣିବାପରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ପୋଲିସ ଆତ୍ମହତ୍ୟାର ରାଜ ଖୋଜୁଛି । ସେହିପରି ଶୁଭଶ୍ରୀଙ୍କୁ ଆତ୍ମହତ୍ୟା କରିବାକୁ କେହି ଉସକେଇ ନାହାନ୍ତି ତ ? ସେଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.