ETV Bharat / city

ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡି - parents complain for new home

ଅବ୍ୟବସ୍ଥାରେ ଚାଲିଛି ରାଜଧାନୀ ଭୁବନେଶ୍ବରସ୍ଥିତ ମେ ଫେୟାର ବସ୍ତିର ଅଙ୍ଗନବାଡ଼ି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 18, 2019, 1:55 PM IST

ଭୁବନେଶ୍ବର: ସରକାର ପ୍ରତିଟି ଗାଁରେ ଛୋଟ ଶିଶୁଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ସବୁ ଖୋଲିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ଗରିବ ପିଲାଟିଏ ପାଠ ପଢି ନିଜର ବିକାଶ ହେବ ବୋଲି ସରକାରୀ ସ୍ତରରେ ଅନେକ ଯୋଜନା ମଧ୍ୟ ହେଉଛି । ମାତ୍ର ରାଜଧାନୀ ଭୁବନେଶ୍ବରସ୍ଥିତ ମେ ଫେୟାର ବସ୍ତିର ଅଙ୍ଗନବାଡ଼ିର ଦୃଶ୍ୟ ଦେଖିଲେ ସରକାରୀ ଯୋଜନାର ପ୍ରକୃତ ରୂପ ବାରି ହେଉଛି ।

ଏହି ଅଙ୍ଗନବାଡ଼ି କେନ୍ଦ୍ରରେ 23ରୁ ଊର୍ଦ୍ଧ୍ବ ପିଲା ପାଠ ପଢନ୍ତି । ମାତ୍ର ଯେଉଁ କୋଠରୀ ତଳେ 4 ଜଣରୁ ଅଧିକ ଲୋକ ରହିବା ଅସମ୍ଭାଳ ସେଠି ପାଠ ପଢ଼ୁଛନ୍ତି 23 ଛାତ୍ରଛାତ୍ରୀ । ପୁଣି ଉକ୍ତ କୋଠରୀରେ ପିଲାଙ୍କୁ ପାଠପଢା ସହ ରୋଷେଇ ମଧ୍ୟ ହେଉଛି । ଏଠାରେ ପିଲାମାନେ ପାଠ ପଢିବା ତାହା କେତେ ସୁରକ୍ଷିତ ଜଣାପଡୁଛି ।

ଏପଟେ ଦିନ 10ଟା ହୋଇଗଲେ ପ୍ରବଳ ଗରମରେ ଛୁଆଙ୍କ ଅବସ୍ଥା ସାଂଘାତିକ ହୋଇପଡୁଛି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଅବିଭାବକ ଅଙ୍ଗନବାଡି କେନ୍ଦ୍ରକୁ ପିଲାଙ୍କୁ ପଠାଇବା ପାଇଁ ରାଜି ହେଉନାହାଁନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏ ସମ୍ପର୍କରେ ବସ୍ତି ଦାୟିତ୍ବରେ ଥିବା ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଚାରିବାରୁ ସରକାରୀ ସ୍ତରରେ ଘର ଭଡା ପାଇଁ 750 ଟଙ୍କା ଆସୁଛି ବୋଲି ସେ କହିଛନ୍ତି । ତେଣୁ 750 ଟଙ୍କାରେ କେଉଁଠି ବି ଘର ମିଳୁନାହିଁ । ତେଣୁ ସରକାର ଘର ଭଡା ଟଙ୍କା ବଢାଇଲେ କିଛି ଉପାୟ ହୋଇପାରନ୍ତା ବୋଲି ସେ କହିଛନ୍ତି । ତେବେ ଏଭଳି ଅସୁରକ୍ଷିତ ଓ ଅପ୍ରୀତିକର ପରିସ୍ଥିତିରେ ପିଲାଙ୍କୁ ପାଠ ପଢାଇବା ସରକାରଙ୍କ ପାରିବା ପଣିଆକୁ ଅଙ୍ଗୁଳି ପ୍ରତ୍ୟାରୋପ କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

asc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.