ETV Bharat / city

ଜଳାଶୟର ସୌନ୍ଦର୍ଯ୍ୟକରଣ ଭେଳିକି, କଚ୍ଛପ ଗତିରେ ଚାଲୁଛି ପୁନଃରୁଦ୍ଧାର କାମ

author img

By

Published : Sep 10, 2020, 1:14 PM IST

ଭୁବନେଶ୍ବରରେ ଭେଳିକି ପାଲଟିଛି ଜଳାଶୟର ସୌନ୍ଦର୍ଯ୍ୟକରଣ କାମ । କଚ୍ଛପ ଗତିରେ ଚାଲୁଛି ପୁନଃରୁଦ୍ଧାର । ଅଧିକ ପଢନ୍ତୁ...

ଜଳାଶୟର ସୌନ୍ଦର୍ଯ୍ୟକରଣ ଭେଳିକି, କଚ୍ଛପ ଗତିରେ ଚାଲୁଛି ପୁନଃରୁଦ୍ଧାର କାମ
ଜଳାଶୟର ସୌନ୍ଦର୍ଯ୍ୟକରଣ ଭେଳିକି, କଚ୍ଛପ ଗତିରେ ଚାଲୁଛି ପୁନଃରୁଦ୍ଧାର କାମ

ଭୁବନେଶ୍ବର: ସ୍ମାର୍ଟସିଟିରେ ଧିମେଇଯାଉଛି ଜଳାଶୟର ସୌନ୍ଦର୍ଯ୍ୟକରଣ କାମ । କଚ୍ଛପ ଗତିରେ ଚାଲୁଛି ପୁନଃରୁଦ୍ଧାର । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ସୁବିଧା ପାଉନାହାଁନ୍ତି ଲୋକେ ।

ଏହେଉଛି ଲକ୍ଷ୍ମୀସାଗର ୱାର୍ଡ ନମ୍ବର 43ରେ ଥିବା ଫିସରି ପଣ୍ଡର ଦୃଶ୍ୟ । ବହୁ ବର୍ଷ ତଳେ ପ୍ରାୟ 20 ଏକର ଜମିରେ ଖୋଳାଯାଇଥିଲା ଏହି ଜଳାଶୟ । 2017 ମସିହାରେ ଏହାର ପୁନଃରୁଦ୍ଧାର କାମ ଆରମ୍ଭ ହୋଇଥିଲେ ବି ଏଯାବତ ସରିବାର ନାଁ ଧରୁନି । ଦଳ ଭର୍ତ୍ତି ହୋଇ ଜଳାଶୟ ପୋତି ହେବାକୁ ବସିଲାଣି । ସେହିପରି ଦଳଭର୍ତ୍ତି ପୋଖରୀ ଦେଖି ସମସ୍ତ ଅଳିଆ ଆବର୍ଜନାକୁ ଲୋକେ ଏହାରି ଭିତରକୁ ଛାଡୁଛନ୍ତି । ଫଳରେ ଦୁର୍ଗନ୍ଧ ହେବା ସହ ମଶା ମାଛିଙ୍କ ସ୍ବର୍ଗ ପାଲଟିଛି ଏହି ଜଳାଶୟ ।

ତେବେ ବିଏମସି ଅଧିନରେ ପାଖାପାଖି 100ରୁ ଅଧିକ ଜଳାଶୟ ଥିବାବେଳେ ଯାହାର ଆୟତନ 1 ଏକରରୁ ଅଧିକ ସେଗୁଡିକର ପୁନଃରୁଦ୍ଧାର କରାଯାଉଛି । ଗତବର୍ଷ 14ଟି ଜଳାଶୟର ପୁନଃରୁଦ୍ଧାର ପାଇଁ ଟେଣ୍ଡର ହୋଇଥିବାବେଳେ 12ଟିର କାର୍ଯ୍ୟ ସରିଛି । ଅନ୍ୟପଟେ ଚଳିତ ବର୍ଷ 7ଟି ଜଳାଶୟ ପାଇଁ ଟେଣ୍ଡର ହୋଇଥିବାବେଳେ ଏଥିପାଇଁ ପାଖାପାଖି 25 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପୁନଃରୁଦ୍ଧାର କାର୍ଯ୍ୟ ହେଉଥିବାବେଳେ ଏହାର ସୁଫଳ ଲୋକଙ୍କୁ ମିଳୁନି । ବିଏମସି ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଫଳରେ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଯାହା ଫଳରେ ପୋଖରୀ ଗୁଡିକର ପୁନଃରୁଦ୍ଧାର ଶୀଘ୍ର ଶେଷ ହୋଇପାରୁନାହିଁ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.